Pratidin TV

Odisha's Digital News Platform

ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ବିସ୍ଫୋରଣ; ୪ ଜଣ ଆହତ

ଗୋଟେ ଦିନରେ ଦୁଇ ଦୁଇଟି ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଛି | ସକାଳର ଢାକ୍କାର ଅଗ୍ନିକାଣ୍ଡ ନ ଥମୁଣୁ ଆସିଛି ଅନ୍ୟ ଏକ ଅଗ୍ନିକାଣ୍ଡ ଖବର | ସିଲିଣ୍ତର ବ୍ଲାଷ୍ଟ ହୋଇ କାଫେରେ ବିସ୍ଫୋରଣ | ଏହି ଘଟଣା ଘଟିଛି ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ | ଘଟଣାରେ ୪ ଜଣ ଆହତ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି | ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି | ସୂଚନା ଅନୁଯାୟୀ ବେଶୀ କିଛି କ୍ଷତି ନ ହୋଇଥିବା ଖବର ମିଳିଛି |

ବିସ୍ଫୋରଣର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଘଟଣାସ୍ଥଳରେ ଶହ ଶହ ଲୋକ ଏକାଠି ହୋଇଛନ୍ତି | ଖବର ଅନୁସାରେ, ବ୍ୟାଗରେ ଥିବା କିଛି ଜିନିଷରୁ ଏହି ବିସ୍ଫୋରଣ ହୋଇଥିଲା | ଏହି ବିସ୍ଫୋରଣରେ କାଫେରେ ଥିବା ୩ କର୍ମଚାରୀ ଏବଂ ଜଣେ ଗ୍ରାହକ ଆହତ ହୋଇଛନ୍ତି | ସୂଚନା ଅନୁସାରେ ଏହି ବିସ୍ଫୋରଣ ଦିନ ୧ ବେଳେ ଘଟିଥିଲା | ଘଟଣାସ୍ଥଳରେ ଅଗ୍ନିଶ୍ରମ ଟିମ ପହଞ୍ଚି ଅଗ୍ନିକାଣ୍ଡ କାବୁ କରିଥିଲା | ପୋଲିସ ଘଟଣାସ୍ଥଳରେ ପହଁଚି ଯାଞ୍ଚ କରିଛି \ କିନ୍ତୁ ସେହି ବ୍ୟାଗରେ କ’ଣ ଥିଲା ତାହା ସ୍ପଷ୍ଟ ଜଣାପଡ଼ିନାହିଁ | ରାମେଶ୍ୱରମ କାଫେ ବେଙ୍ଗାଲୁରୁରେ ବେଶ୍ ପ୍ରସିଦ୍ଧ |

Leave a Reply

Your email address will not be published. Required fields are marked *