Pratidin TV

Odisha's Digital News Platform

କର୍ଣ୍ଣାଟକରେ ଭାଷାକୁ ବିବାଦ, ୨୮ ସୁଦ୍ଧା ପୋଷ୍ଟରରେ ୬୦% କନ୍ନଡ ଭାଷା ବ୍ୟବହାର କରିବାକୁ ନିର୍ଦ୍ଦେଶ…

1 min read

ବର୍ତ୍ତମାନ କର୍ଣ୍ଣାଟକରେ ଭାଷାକୁ ନେଇ ତେଜୁଛି ବିବାଦ । ରାଜଧାନୀ ବେଙ୍ଗାଲୁରୁରେ ଲୋକମାନେ ବହୁ ସଂଖ୍ୟାରେ ବିରୋଧ କରୁଛନ୍ତି । ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ସାମ୍ନାକୁ ଆସୁଛି ଯେଉଁଥିରେ ଲୋକମାନେ ମଲ, ହୋଟେଲ ଏବଂ ଦୋକାନରେ ରଖାଯାଇଥିବା ପୋଷ୍ଟର ଫାଡି ଦେଉଛନ୍ତି । ତେବେ କର୍ଣ୍ଣାଟକର ଲୋକମାନେ ଦାବି କରିଛନ୍ତି ଯେ ସମସ୍ତ ମଲ୍‌, ହୋଟେଲ ଏବଂ ଦୋକାନରେ ରଖାଯାଇଥିବା ଯେ କୈାଣସି ପ୍ରକାରର ପୋଷ୍ଟରରେ ୬୦% କନ୍ନଡ ଭାଷା କରାଯାଉ । କର୍ଣ୍ଣାଟକର ଏକ ହୋଟେଲ ବାହାରେ ଇଂରାଜୀରେ ଲେଖାଥିବା ସାଇନ୍‌ବୋର୍ଡକୁ ଭାଙ୍ଗି ଦେଇଛନ୍ତି କନ୍ନଡ ଭାଷା ସମର୍ଥକ ମାନେ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ସେହିପରି ଏୟାରଟେଲ୍ ଷ୍ଟୋର ବାହାରେ ଲାଲ ଓ ହଳଦିଆ ରଙ୍ଗର ପତାକା ଧରି ବିରୋଧ ପ୍ରଦର୍ଶନ କରାଯାଇଛି । ନଗର ନିଗମ ପକ୍ଷରୁ ଜାରି ନିର୍ଦ୍ଦେଶକୁ ତୁରନ୍ତ ଲାଗୁ କରିବାକୁ ବିକ୍ଷୋଭକାରୀମାନେ ଦାବି କରିଛନ୍ତି ।

ତେବେ ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନ୍ ନିଷ୍ପତ୍ତି ନେଇଛନ୍ତି ଯେ ବେଙ୍ଗାଲୁରୁର ସମସ୍ତ ଦୋକାନୀଙ୍କୁ ପୋଷ୍ଟରରେ ୬୦% କନ୍ନଡ ଭାଷା ବ୍ୟବହାର କରିବାକୁ ପଡିବ । ଗତକାଲି ଏକ ବୈଠକ ପରେ ଏହି ନଷ୍ପତ୍ତି ନିଆଯାଇଥିଲା । ଏହାପରେ ଏବେ ଭାଷାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏଥି ସହିତ ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନ୍ ମୁଖ୍ୟ ତୁଷାର ଗିରି ସମସ୍ତ ମଲ୍‌, ହୋଟେଲ ଏବଂ ଦୋକାନୀମାନଙ୍କୁ ଫେବୃଆରୀ ୨୮ ସୁଦ୍ଧା ଇଂରାଜୀ ପୋଷ୍ଟର କିମ୍ବା ନାମପ୍ଲେଟରେ କନ୍ନଡ ଭାଷା ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି ଏହାକୁ ପାଳନ ନକରନ୍ତି ତେବେ ସେମାନଙ୍କର ଲାଇସେନ୍ସ ବାତିଲ ହେବ ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ । ସେହିପରି ପୂର୍ବରୁ ସିଏମ ସିଦ୍ଧରମେୟା କହିଥିଲେ ଯେ କର୍ଣ୍ଣାଟକରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କନ୍ନଡ କହିବା ଶିଖିବା ଉଚିତ୍‌ କାରଣ ଆମେ ସମସ୍ତେ କନ୍ନଡ । ବିଭିନ୍ନ ଭାଷାରେ କଥା ହେଉଥିବା ଲୋକମାନେ ଏଠାରେ ବସବାସ କରୁଛନ୍ତି । କିନ୍ତୁ ଏହି ରାଜ୍ୟରେ ରହୁଥିବା ସମସ୍ତ ଲୋକ କନ୍ନଡ କହି ଶିଖିବା ଜରୁରୀ ।

Advertisement

Leave a Reply

Your email address will not be published. Required fields are marked *