Pratidin TV

Odisha's Digital News Platform

ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲାରେ କର୍ଣ୍ଣାଟକର ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅ ଅଟକ…

1 min read

ସଂସଦରେ ସୁରକ୍ଷା ଉଲ୍ଲଂଘନ ମାମଲାରେ ଧରା ପଡିଲେ ଆଉ ଜଣେ ଅଭିଯୁକ୍ତ । ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅ । ସେ ଜଣେ ଟେକ୍ନିକାଲ ଏକ୍ସପର୍ଟ ହୋଇଥିବା ବେଳେ ତାର ନାମ ସାଇକ୍ରୀଷ୍ଣା ବୋଲି ଜଣାପଡିଛି । ତାଙ୍କୁ ଗତକାଲି ରାତି ୧୦ ଟାରେ ବାଲାଲକୋଟେସ୍ଥିତ ତାଙ୍କ ଘରୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା । ପରେ ତାଙ୍କୁ ଅଧିକ ପଚରାଉଚରା କରିବା ପାଇଁ ଦିଲ୍ଲୀ ଅଣାଯାଇଛି । ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ପୋଲିସ ଆଉ ଦୁଇ ଜଣଙ୍କୁ ଅଟକ ରଖିଛି । ପୋଲିସର କହିବା ଅନୁସାରେ ସଂସଦ ସୁରକ୍ଷା ଭଙ୍ଗ କରି ଗୃହରେ ସ୍ମୋକ୍ ସ୍ପ୍ରେ କରିଥିବା ଡି. ମନୋରଞ୍ଜନର ସାଙ୍ଗ ହେଉଛନ୍ତି ସାଇକ୍ରିଷ୍ଣା । ତାଙ୍କର ଏହି ଘଟଣାରେ ସମ୍ପୃକ୍ତି ରହିଥିବା ନେଇ ପୋଲିସ ସନ୍ଦେହ କରିଛି । ତେବେ ସାଇକ୍ରିଷ୍ଣା ଏବଂ ମନୋରଂଜନ ବେଙ୍ଗାଲୁରୁର ଏକ ଇଞ୍ଜିନିୟରିଂ କଲେଜରେ ଗୋଟିଏ ବ୍ୟାଚ୍ ରେ ପାଠପଢନ୍ତି । ସେପଟେ ଦିଲ୍ଲୀ ପୋଲିସ ଦ୍ୱାରା ଅଟକ ଥିବା ଅନ୍ୟ ଜଣେ ବ୍ୟକ୍ତି ଉତ୍ତରପ୍ରଦେଶର ଜାଲୁନରୁ ଅତୁଲ ବୋଲି ଜଣାପଡିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅତୁଲଙ୍କର କୈାଣସି ଅପରାଧିକ ରେକର୍ଡ କିମ୍ବା କିଛି ରାଜନୈତିକ ସମ୍ପୃକ୍ତି ନାହିଁ । କିନ୍ତୁ ସେ ଛାତ୍ର ଜୀବନରୁ ସହିଦ ଭାଗବତ ସିଂଙ୍କ ଆଦର୍ଶ ପ୍ରତି ଆଗ୍ରହୀ ଥିଲେ । ସେପଟେ ମାମଲାରେ ପୂର୍ବରୁ ଗିରଫ ମନୋରଞ୍ଜନ, ଅମୋଲ, ସାଗର ଓ ନିଲମ, ଲଳିତଙ୍କ ସମେତ ୬ ଅଭିଯୁକ୍ତଙ୍କର ଆଜି ରିମାଣ୍ଡ ଅବଧି ସରୁଛି । ସମସ୍ତଙ୍କୁ ଅଲଗା ଅଲଗା ଓ ମୁହାଁମୁହିଁ ଜେରା କରି ସତ ଓଗାଳିଛି ପୋଲିସ । ଅନୁପ୍ରବେଶକାରୀମାନେ ପୋଲିସକୁ କହିଛନ୍ତି ଯେ ମଣିପୁରର ଅଶାନ୍ତି, ବେକାରୀ ଏବଂ କୃଷକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସେମାନଙ୍କର ଉଦ୍ଦେଶ୍ୟ ରହିଥିଲା ବୋଲି ।

Advertisement

Leave a Reply

Your email address will not be published. Required fields are marked *