ଚର୍ମ,କେଶ ଓ ସ୍ୱାସ୍ଥ୍ୟ ପାଇଁ ବରଦାନ ନାଲି ଚାଉଳ , ଜାଣନ୍ତୁ କିପରି କରିବେ ବ୍ୟବହାର ..
1 min readନୂଆଦିଲ୍ଲୀ : ଆଜିର ଯୁବ ପିଢୀ ନିଜର ଉତ୍ତମ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଦୈନନ୍ଦିନ ଜୀବନରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ତେଲିଆ ଏବଂ ମସଲିଆ ଖାଦ୍ୟକୁ ଛାଡି ହେଲ୍ଥ କନସିଅସ୍ ହେଉଛନ୍ତି । ତେବେ ଚାଉଳ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ ଦାୟକ । ଆଜିର ଯୁବ ପିଢୀ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଓ କେଶ ସମସ୍ୟା ପାଇଁ ଧଳା ଚାଉଳର ପାଣି ବ୍ୟବହାର କରୁଛନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ନାଲି ଚାଉଳରେ ମଧ୍ୟ ଅନେକ ଗୁଣ ଲୁଚି ରହିଛି । ଏହା ଧଳା ଚାଉଳ ଅପେକ୍ଷା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ତାସହ କେଶ ଓ ଚର୍ମ ସମସ୍ୟ ପାଇଁ ମଧ୍ୟ ନାଲି ଚାଉଳ ପାଣି ବରଦାନ ପାଲଟିଥାଏ । ଏଥିରେ ପ୍ରୋଟିନ୍,ଡାଏଟାରୀ ଫାଇବର,ଆଣ୍ଟିଅକ୍ସିଡାଣ୍ଟ,ଜିଙ୍କ୍,କ୍ୟାଲସିୟମ୍,ଆଇରନ୍ , ପୋଟାସିୟମ୍ ଭରପୂର ରହିଥାଏ ।
ତେବେ ଚାଲନ୍ତୁ ଜାଣିବା ନାଲି ଚାଉଳ ପାଣିର ଉପକାରିତା ବିଷୟରେ –
-ଲାଲ୍ ଚାଉଳ ପାଣିରେ ଭଲ ପରିମାଣର କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଯାହା ହଜମ ପକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ । ନିୟମିତ ଖାଇବା ଦା୍ୱରା ଅଦୃଶ୍ୟତା , କୋଷ୍ଠ କାଠିନ୍ୟ ଏବଂ ଝାଡା ରୋଗର ଲକ୍ଷଣ କମ୍ ସାହାର୍ଯ୍ୟ କରିଥାଏ ।
କେଶକୁ ମଜବୁତ କରାଏ-
ନାଲି ଚାଉଳ ପାଣି କେଶକୁ ପୋଷଣ ଯୋଗାଏ । ଏଥିରେ ଇନୋଜିଟୋଲ , ଏକ କାର୍ବୋହାଇଡ୍ରେଟ୍ ଯାହା କେଶକୁ ମଜବିତ କରିବାରେ ଏବଂ ବୃଦ୍ଧିରେ ସାହାର୍ଯ୍ୟ କରିଥାଏ । ଏହାକୁ ପିଇବା ବ୍ୟତୀତ ଆପଣ ଏହାକୁ କେଶରେ ମଧ୍ୟ ବ୍ୟବହାର କରିପାରିବେ ।
ତ୍ୱଜାକୁ ପୋଷଣ ଦିଏ –
ନାଲି ଚାଉଳ ପାଣି କୁ ବ୍ୟବହାର କରିବା ଦ୍ୱାରା ଏହା ମୁହଁକୁ ଚିକ୍କଣ କରିଥାଏ । ବ୍ରଣ ଦାଗ ଇତ୍ୟାଦିକୁ କମାଏ ।
ଚର୍ମ ରୋଗ ଦୂର କରେ –
ନାଲି ଚାଉଳ ପାଣି ପିଇବା ଦ୍ୱାରା ଏହା ତ୍ୱଚାକୁ ଆବଶ୍ୟକ ପୋଷଣ ପ୍ରଦାନ କରିଥାଏ । ଏହା ଚର୍ମ ଆଲର୍ଜି, ଫୁଲା ଏବଂ ବ୍ରଣ ଭଳି ସମସ୍ୟାକୁ ରୋକିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।
ଜ୍ୱରରେ ଲାଭଦାୟକ-
ଜ୍ୱର ସମୟରେ ନାଲି ଚାଉଳ ପାଣି ଶରୀରକୁ ଥଣ୍ଡା ରଖିଥାଏ । ଏହା ଆୟୁର୍ବେଦିକ ଔଷଧ ଭାବେ ଶରୀରରେ ତାପମାତ୍ରା କମାଇବାରେ ସାହାର୍ଯ୍ୟ କରେ ।