Pratidin TV

Odisha's Digital News Platform

ଏଥର ବି ନିର୍ବାଚନ ଲଢିବେ ବେଣୁ ମଉସା , ରାଣୀ ପଣ୍ଡା କରିବେ କି ପ୍ରଚାର ?

1 min read

ଏଥର ବି ନିର୍ବାଚନ ଲଢିବେ ବେଣୁ ମଉସା । ଗରିବ ଲୋକଙ୍କ ସମାସ୍ୟ ପାଇଁ ପୁଣି ଥରେ ବୁଲି ବୁଲି ମାଗିବେ ଭୋଟ୍ । ଆଜି ପରିଣତ ବୟସରେ ପୁଣି ଥରେ ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛନ୍ତି ବେଣୁ ମଉସା । କୌଣସି ଦଳର ସମର୍ଥନ ଥାଉ କି ନ ଥାଉ ଲୋକେ ଭୋଟ୍ ଦିଅନ୍ତୁ କି ନ ଦିଅନ୍ତୁ ସେଥି ପ୍ରତି ଖାତିର ନାହିଁ ବେଣୁ ମଉସାଙ୍କର । ହେଲେ ସେ କିନ୍ତୁ ଏ ସବୁକୁ ଖାତିର ନ କରି ଆଗେଇ ଆସିଛନ୍ତି ନିର୍ବାଚନ ଲଢ଼ିବା ପାଇଁ ପୂର୍ବରୁ ବି ବେଣୁ ମଉସା ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ।

ବେଣୁ ମଉସା ବାଲେଶ୍ୱର ବାସି ହୋଇଥିବାରୁ ୨୦୨୦ ମସିହାରେ ସେ ବାଲେଶ୍ୱର ଉପନିର୍ବାଚନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ । ସେହି ନିର୍ବାଚନରେ ତାଙ୍କୁ ୧୨୨୫ ଭୋଟ ମିଳିଥିଲା । ମଉସା ସେହି ନିର୍ବାଚନରେ ଭୋଟରେ ହାରି ଯାଇଥିଲେ ସତ , କିନ୍ତୁ ସାଧାରଣ ଲୋକଙ୍କ ମନରେ ସେ ଜିତି ଯାଇଥିଲେ । ଏଥର ବି ସେ ହାରି ନ ଯାଇ ମନୋବଳ ନ ଭାଙ୍ଗି ନିର୍ବାଚନ ଲଢିବାର ନିଷ୍ପତ୍ତିି ନେଇଛନ୍ତି । ଆରଥର ପରି ଏଥରକ ବି ଲୋକେ ଦଳ ପଛରେ ପଡି ତାଙ୍କୁ ଭୁଲିଯାଇପାରନ୍ତି । ହେଲେ ତାଙ୍କର ସେସବୁକୁ ଖାତିର ନାହିଁ । ବର୍ତ୍ତମାନ ରାଜନୈତିକ ଦୁର୍ନୀତି ଓ କଳହକୁ ଆଖି ଆଗରେ ରଖି ସେ ଏଥର ବି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । କେବଳ ବାଲେଶ୍ୱର ବାସୀଙ୍କ ସ୍ୱାର୍ଥ ପାଇଁ । ଆଜିର ଯୁବ ପୀଢ଼ି ପାଇଁ ଏକ ଅନନ୍ୟ ଉଦାହରଣ ସାଜିଛନ୍ତି ବେଣୁମଉସା ।

Advertisement

Leave a Reply

Your email address will not be published. Required fields are marked *