Pratidin TV

Odisha's Digital News Platform

ଦିୱାଲୀ ଛୁଟି ମନାଇବା ପାଇଁ ଯାଆନ୍ତୁ ଭାରତର ଏହି ସ୍ଥାନ ଗୁଡିକୁ…

1 min read

ଦିୱାଲୀ ଛୁଟିଦିନରେ କିଛି ଲୋକ ଘରେ ରହି ବାଣ ଫୁଟାଉଥିବା ବେଳେ ଆଉ କିଛି ବୁଲାବୁଲି କରିବାକୁ ପସନ୍ଦ କରନ୍ତି । ଯଦି ଆପଣ ଏହି ଛୁଟି ସମୟରେ ଭାରତ ଭିତରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଭାରତର ଥିବା ଏହି ସ୍ଥାନଗୁଡିକୁ ବୁଲିଯାଆନ୍ତୁ । କାରଣ ଦୀପାବଳୀ ସମୟରେ ଏହି ସ୍ଥାନ ଗୁଡିକ ଆପଣଙ୍କ ପାଇଁ ଏକ ଭଲ ଅନୁଭୂତି ହୋଇପାରେ । ଯେଉଁଠାରେ ଆପଣ ଦିୱାଲୀ ଉପଭୋଗ କରିପାରିବେ ଏବଂ ଛୁଟିଦିନ ମଧ୍ୟ ପାଳନ କରିପାରିବେ ।


ଅଯୋଧ୍ୟା: ଭଗବାନ ଶ୍ରୀ ରାମଙ୍କ ଜନ୍ମସ୍ଥାନ ହୋଇଥିବାରୁ ଏହି ସ୍ଥାନର ଚମତ୍କାରତା ଦିୱାଲିରେ ଦେଖିବା ଯୋଗ୍ୟ । ଗତଥର, ଦୀପାବଳି ଦିନ, ୧୮ ଲକ୍ଷ ଦୀପରେ ଦୀପମୟ ହୋଇଥିଲା ଶ୍ରୀରାମଙ୍କ ଜନ୍ମସ୍ଥାନ । ଯାହାକି ଗିନିଜ ବୁକ୍ ଅଫ୍ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଥିଲା । ତେଣୁ ଏହି ସ୍ଥାନକୁ ଗଲେ ଆପଣ ଦୀପାବଳୀର ଉପଭୋଗ କରିପାରିବେ ।
ଅମୃତସର: ପଞ୍ଜାବ ଅମୃତସର ମୁଖ୍ୟତ ସ୍ୱର୍ଣ୍ଣ ମନ୍ଦିର ପାଇଁ ଜଣାଶୁଣା । ଏଠାରେ ଦିୱାଲୀ ଏକ ଭିନ୍ନ ଶୈଳୀରେ ପାଳନ କରାଯାଏ । ଯଦି ଆପଣ ଏହି ସମୟରେ ଅମୃତସରକୁ ଯାଆନ୍ତି, ତେବେ ଆପଣ ଏଠାରେ ଆତସବାଜି ଉପଭୋଗ କରିପାରିବେ । ଏହା ସହିତ, ଏଠାରେ ପ୍ରଦୀପ ଏବଂ ଆଲୋକ ଜଳୁଥିବା ପରିବେଶକୁ ବହୁତ ସୁନ୍ଦର କରିଥାଏ ।
ବାରାଣାସୀ: ହିନ୍ଦୁମାନଙ୍କ ପାଇଁ ଏହି ସ୍ଥାନର ବିଶେଷ ଗୁରୁତ୍ୱ ରହିଛି । ଯଦି ଆପଣ ଦିୱାଲୀ ସମୟରେ ଏଠାକୁ ଆସନ୍ତି, ତେବେ ଆପଣ ରାତିସାରା ଆତସବାଜି ଉପଭୋଗ କରିପାରିବେ । ଏଠାରେ, ଦିୱାଲୀରେ ଆୟୋଜିତ ଗଙ୍ଗା ଆରତୀ ସହିତ ଘାଟରେ ଶହ ଶହ ଦୀପ ଏବଂ ମହମବତୀ ଜଳାଯାଏ । ଏବଂ ଗଙ୍ଗା ଆରତୀ ମଧ୍ୟ କରାଯାଇଥାଏ ।
ଉଦୟପୁର:ଦୀପାବଳି ପାଳନ କରିବା ପାଇଁ ସବୁଠାରୁ ଲୋକପ୍ରିୟ ସ୍ଥାନ ହେଉଛି ଉଦୟପୁର । ଦିୱାଲୀ ସମୟରେ ଏହି ସ୍ଥାନଟି ଆଲୋକ ଦ୍ୱାରା ସାଜସଜା କରାଯାଇଥାଏ । ଏଠାରେ ଦ୍ୱିତୀୟ ଆକର୍ଷଣ ହେଉଛି ଉଦୟପୁର ଆଲୋକ ମହୋତ୍ସବ ଯାହା ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଛି । ସେହିଭଳି ଦିୱାଲୀ ସମୟରେ ବୁଲିବା ପାଇଁ ଭାରତର ଅନ୍ୟାନ୍ୟ ସ୍ଥାନ ହେଉଛି ଜୟପୁର, ଗୋଆ, ଦିଲ୍ଲୀ, ଅହମ୍ମଦାବାଦ, କୋଲକାତା, ମଦୁରାଇ, ଗୁଜୁରାଟ, ମାଇସୋର ଏବଂ ମୁମ୍ବାଇ ଇତ୍ୟାଦି ।

Advertisement

Leave a Reply

Your email address will not be published. Required fields are marked *