Pratidin TV

Odisha's Digital News Platform

IPL ରେ କିଏ ମାରିବ ବାଜି? କେଉଁ ଭଉଣୀଙ୍କ ବିଶ୍ୱାସ ଜିତିବ ଆଜି ?

1 min read

ଆଜିଠୁ ଆରମ୍ଭ ହେବ ବିଶ୍ୱର ଦାମୀ କ୍ରିକେଟ୍ ଲିଗ୍ ଟାଟା IPL-୨୦୨୪ । ପ୍ରତ୍ୟେକ ସନ୍ଧ୍ୟାରେ ଦେଖିବାକୁ ମିଳିବ ଫଟାଫଟ କ୍ରିକେଟର ରୋମାଞ୍ଚ, ଆକ୍ସନ୍, ଓ ଟ୍ୱୀଷ୍ଟ୍ । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇର ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏ ନେଇ କଟକ ରେ କ୍ରିକେଟ୍ ପ୍ରେମୀଙ୍କ ଭିତରେ ବଢ଼ିଲାଣି ଉତ୍କଣ୍ଠା । କେବଳ ସେତିକି ନୁହେଁ କଟକର ଦୁଇ ଭଉଣୀ ଖେଳକୁ ନେଇ ଆରମ୍ଭ କରି ଦେଲେଣି ଅଙ୍କ କଷା । ବଡ଼ ଭଉଣୀ CSKର ଫ୍ୟାନ ହୋଇଥିବା ବେଳେ ସାନ ଭଊଣୀ ବେଙ୍ଗାଲୁରୁ ର ଫ୍ୟାନ । ଅପେକ୍ଷା କିଏ ମାରିବ ଆଜିର ବାଜି ଧୋନୀ ନା କୋହଲି ।

ଲହୁ ଗୋଟିଏ କିନ୍ତୁ ଚିନ୍ତାଧାରା ଭିନ୍ନ । ଗୋଟିଏ ମା’ ଗର୍ଭରୁ ଦୁଇ ଜଣଙ୍କ ର ଜନ୍ମ । ଦୁଇ ଜଣଙ୍କ ଶରୀରରେ ବହୁଛି ଗୋଟିଏ ରକ୍ତ । ପ୍ରାରମ୍ଭରୁ ଆଜି ପର୍ଯ୍ୟନ୍ତ ସବୁକିଛି ସମାନ ଥିବା ବେଳେ ଚିନ୍ତା ଧାରା ସାମାନ୍ୟ ଭିନ୍ନ । ଜଣେ ଚେନ୍ନାଇ ସୁପର କିଙ୍ଗକୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଭଉଣୀ ସମର୍ଥନ କରୁଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୁ । ତର୍କର ସ୍ଥିତି ଏଭଳି ପରିସ୍ଥିତି ଉପୁଜିଲା ଯେ, ବଡ଼ ଭଉଣୀର ଡ଼କରା ରେ ସାନ ଭଉଣୀ ଆସିଛି ବଡ଼ ଭଉଣୀ ଶାଶୂ ଘରକୁ । ଏକାଠି ବସି ଆଜି ଖେଳର ମଜା ନେବାପାଇଁ । ଦେଖିବାକୁ ବାକି ରହିଲା କିଏ ମାରୁଛି ବାଜି? ସାନ ଭଉଣୀ ନା ବଡ଼ ଭଉଣୀ?

Advertisement

ଅନ୍ୟପଟେ ଆଜିର ମ୍ୟାଚ୍ ଚେନ୍ନାଇର ଏଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ତେବେ ଏହି ଷ୍ଟାଡିୟମର ପିଚ୍ ସ୍ପିନରଙ୍କୁ ସୁହାଇବା ସହ ସ୍ଲୋ ବୋଲରଙ୍କ ପାଇଁ ପିଚ୍ ବେଶ୍ ଉପଯୋଗୀ ହେବ । ଏବଂ ପିଚରେ ବଲ୍ ଅଧିକ ଟର୍ଣ୍ଣ କରିଥାଏ ଯାହା ଫଳରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପିଚରେ ବଡ଼ ସଟ୍ ମାରିବା ସହଜ ହୁଏନାହିଁ । କିନ୍ତୁ ବିଗତ କିଛି ମ୍ୟାଚରେ ଦେଖାଯାଇଛି ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଛି । ତେବେ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି ଆକଳନ କରାଯାଉଛି । ଗତ ୧୬ ତମ ଆଇପିଏଲ୍ ସିଜିନରେ ଏହି ପିଚରେ ପ୍ରଥମ ବ୍ୟାଟିଂରେ ହାରାହାରି ୧୭୦ ରନ୍ ସ୍କୋର ହୋଇଥିବା ଦେଖିବାକୁ ମିଳିଥିଲା । ପିଚରେ ରନର ପିଛା କରିବା ସହଜ ହେଉଥିବା ଦେଖାଯାଇଛି ।

ଆଜି ଚେନ୍ନାଇର ଏଏମ୍ ଚିଦାମ୍ବରମ୍ ରେ ମୁହାଁମୁହିଁ ହେବେ ଧୋନୀ-କୋହଲି । ତେବେ କଟକ ର ଦୁଇ ଭଉଣୀ ଭିତରେ କିଏ ମାରୁଛି ବାଜିମାତ୍ ତାହା ନେଇ ଚାଲିଛି ଆକଳନ। ଏହାରି ଭିତରେ ବଡ଼ ଭଉଣୀ ଡ଼କେଇଚି ସାନ ଭଉଣୀକୁ ଶାଶୂ ଘରକୁ ଆସେ ମିଶି ଦେଖିବ ଆଜିର ମ୍ୟାଚ୍ ।

Leave a Reply

Your email address will not be published. Required fields are marked *