Pratidin TV

Odisha's Digital News Platform

ଆପୋଲ ୟୁଜର୍ସ ମାନଙ୍କ ପାଇଁ ଚେତାବନୀ ଜାରୀ କଲେ କେନ୍ଦ୍ର ସରକାର ..

1 min read

ଏବେ ଆପୋଲ ମାୟାରେ ସମସ୍ତେ ବାୟା । ସମସ୍ତଙ୍କର ଗୋଟିଏ ସ୍ୱପ୍ନ ଆପୋଲର ଫୋନ୍ , କିମ୍ବା ଆଇପ୍ୟାଡ ନିଜ ପାଖରେ ରଖିବାକୁ । ହେଲେ ଆପୋଲକୁ ନେଇ ଆସିଛି ଏକ ବଡ ଖବର । କୌଣସି ମୂହୂର୍ତ୍ତରେ ବି ହୋଇପାରେ ଆପଣଙ୍କ ଫୋନ୍ ହ୍ୟାକ୍ । ଆପଲ ପ୍ରଡକ୍ସ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର । ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସ୍‌ପନ୍ସ ଟିମ୍ ତଥା CERT-In ଆପଲର ଏହି ସମସ୍ତ ପ୍ରଡକ୍ଟକୁ ହାଇ ରିସ୍କ ରେଟିଂ ଦେଇଛି । ଇଣ୍ଡିଆନ କମ୍ପ୍ୟୁଟର ଏର୍ମଜେନ୍ସି ରେସ୍‌ପନ୍ସ ଟିମ୍ (CERT-In) ର କେନ୍ଦ୍ର ସୁରକ୍ଷା ପରାମର୍ଶଦାତା ଆପଲ୍‌ର ଆଇଫୋନ, ମ୍ୟାକବୁକ, ଆଇପ୍ୟାଡ ଏବଂ ଭିଜନ ପ୍ରୋ ହେଡସେଟ ବ୍ୟବହାରକାରୀଙ୍କ ପାଇଁ ଏକ ବିପଦପୂର୍ଣ୍ଣ ଚେତାବନୀ ଜାରି କରିଛି ।

ଏହା ସହିତ ବିଭିନ୍ନ ଆପଲ୍ ଉତ୍ପାଦଗୁଡିକରେ ରିମୋଟ କୋଡ୍ ଏକଜିକ୍ୟୁଶନ ସହିତ ଚିହ୍ନିତ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଦୁର୍ବଳତାକୁ ଆଲୋକିତ କରାଯାଇଛି । ଏହି ଦୁର୍ବଳତା ଏକ ଗୁରୁତ୍ତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରେ କାରଣ ଏହା ସୁଦୂର ଆକ୍ରମଣକାରୀଙ୍କୁ ଟାର୍ଗେଟେଡ୍ ସିଷ୍ଟମରେ ଇଚ୍ଛାଧୀନ କୋଡ୍ ଏକଜେକ୍ୟୁଟ କରିବାକୁ ଅନୁମତି ଦେଇଥାଏ । ଏହି ପ୍ରକ୍ରିୟା ୱେବ୍ ଆରଟିସି ଏବଂ କୋର ମିଡିଆରେ ଏକ ବାହ୍ୟ ଲେଖା ପ୍ରସଙ୍ଗକୁ ବ୍ୟବହାର କରିଥାଏ, ଯାହା ଆକ୍ରମଣକାରୀଙ୍କୁ ଦୂରରୁ ଉପକରଣଗୁଡ଼ିକୁ ଆପୋଷ ବୁଝାମଣା କରିବାରେ ସକ୍ଷମ କରିଥାଏ ।

Advertisement

CERT-In   ଚେତାବନୀ ଅନୁଯାୟୀ Vulnerability ୧୭.୪.୧ ପୂର୍ବର iOS ଏବଂ iPadOSସଂସ୍କରଣର ଆଇଫୋନ୍ ଏବଂ ଆଇପ୍ୟାଡ୍ ବ୍ୟବହାରକାରୀଙ୍କୁ ପ୍ରଭାବିତ କରୁଛି । ୧୬.୭.୭ ଅପଡେଟ୍ ପୂର୍ବରୁ ଆଇଓଏସ୍ ଏବଂ ଆଇପ୍ୟାଡ୍ ସଂସ୍କରଣ ଚଳାଉଥିବା ଡିଭାଇସ୍ ଉପରେ ମଧ୍ୟ ଏହା ପ୍ରଭାବ ପକାଉଛି । କେବଳ ସେତିକି ନୁହେଁ iPhone 8,iPhone 8, iPhone 8 Plus, iPhone X, iPad gen 5, iPad Pro 9.7 ଇଞ୍ଚ ଓ ସiPad Pro 12.9- A* gen 1 ୟୁଜର୍ସଙ୍କୁ ମଧ୍ୟ ହାଇ ରିସ୍କ ଚେତାବନୀ ଜାରି କରାଯାଇଛି । ଯଦି ଏହି ବିପଦକୁ ଏଡାଇବାକୁ ଚାହୁଁଛନ୍ତି ତାହେଲେ ନିଜ Apple iOS ଓ iPadOS ଡିଭାଇସ୍‌କୁ ଲାଟେଷ୍ଟ ସଫ୍ଟୱେର ଭର୍ସନ ସହ ଅପଡେଟ୍ କରନ୍ତୁ ।

Leave a Reply

Your email address will not be published. Required fields are marked *