Pratidin TV

Odisha's Digital News Platform

ସାଇବର କ୍ରାଇମ୍‌କୁ ସାବଧାନ ; ତୁମ ଝିଅ ସେକ୍ସ ରାକେଟ୍‌ରେ ଧରାପଡିଛି .. ଫ୍ରଡ୍ କଲ୍ ନେଇଗଲା ମା ଜୀବନ ।

1 min read

ନୂଆଦିଲ୍ଲୀ ; ତୁମ ଝିଅ ସେକ୍ସ ରାକେଟ୍‌ରେ ଧରାପଡିଛି ..ଏମିତି ଫୋନ୍ କଲ୍ ଶୁଣି ଟଳିପଡିଲେ ମା । ସାଇବର ଅପରାଧକୁ ସାବଧାନ ନଚେତ୍ ଏହା ଆପଣଙ୍କ ଟଙ୍କା ନୁହଁ ବରଂ ଜୀବନ ନେଇଯାଉଛି । ଯାହା ନିକଟରେ ଜଣେ ଶିକ୍ଷୟତ୍ରୀଙ୍କ ସହ ଘଟିଛି । ସ୍କୁଲରେ ଥିବା ସମୟରେ ତାଙ୍କୁ ଏକ କଲ୍ ଆସିଥିଲା ଯେଉଁଥିରେ ତାଙ୍କ ଝିଅ ସେକ୍ସ ରାକେଟ୍‌ରେ ଧରାପଡିଥିବା କୁହାଯାଇଥିଲା । ତା ପରେ ସିଧା ଲକ୍ଷ ଟଙ୍କା ମାଗିଥିଲେ ସାଇବର ଅପରାଧି । ଯଦି ମହିଳା ଜଣଙ୍କ ଟଙ୍କା ନଦିଅନ୍ତି ତେବେ ଝିଅର ଭିଡିଓ ଭାଇରାଲ କରିଦିଆଯିବ ବୋଲି ଧମକ୍ ଚମକ୍ ଦେଇଥିଲେ ।

ଏମିତି ଏକ ସାଘାତିକ ଘଟଣା ଉତ୍ତର ପ୍ରଦେଶ ଆଗ୍ରାରୁ ସାମ୍ନାକୁ ଆସିଛି । ତେବେ ଖବରଟି ପ୍ରଘଟ ହେବା ପରେ ପୁରା ଦେଶରେ ସଇବର କ୍ରାଇମକୁ ନେଇ ଚାଞ୍ଚଲ୍ୟ ଖେଳାଇଦେଇଛି । ମୃତା ଶିକ୍ଷୟିତ୍ରୀଜଣକ ୫୮ ବର୍ଷୀୟା ମାଳତୀ ବର୍ମା ହୋଇଥିବା ବେଳେ ସେ ରାଜକୀୟ କନ୍ୟା ଜୁନିୟର ହାଇସ୍କୁଲରେ ପାଠ ପଢ଼ାଉଥିଲେ।

Advertisement

ପରିବାର ଲୋକଙ୍କ କହିବା ଅନୁଯାୟୀ ମାଳତୀ ବର୍ମା ସ୍କୁଲରେ ଥିବା ବେଳେ ତାଙ୍କ ନମ୍ବରକୁ ଏକ ହ୍ୱାଟସ୍ ଆପ୍ କଲ୍ ଆସିଥିଲା। ଡିପିରେ ପୁଲିସ୍ ବର୍ଦ୍ଦିରେ ଥିବା ଜଣଙ୍କ ଫଟୋ ଲାଗିଥିଲା। ଶିକ୍ଷୟିତ୍ରୀଜଣକ ଫୋନ୍ ଉଠାଇବାରୁ ତୁମ ଝିଅ ସେକ୍ସ ରାକେଟରେ ଧରା ପଡ଼ିଛି ଓ ତା’ର ଅଶ୍ଳୀଳ ଭିଡିଓ ଆମ ପାଖରେ ଅଛି ବୋଲି ଶୁଣିବାକୁ ମିଳିଥିଲା। ଏଥିସହ ୧୫ ମିନଟ୍ରେ ଲକ୍ଷେ ଟଙ୍କା ନ ଦେଲେ ଉକ୍ତ ଭିଡିଓ ଭାଇରାଲ କରିବାର ଧମକ ବି ମିଳିଥିଲା। ଏହି କଥାକୁ ମହିଳାଜଣକ ଯେପରି ବିଶ୍ୱାସ କରିବେ, ତେଣୁ ଅପରପାର୍ଶ୍ୱରୁ ତାଙ୍କ ଝିଅ ସ୍ୱରରେ ମମି ମୋତେ ବଞ୍ଚାଇ ଦିଅ ବୋଲି ଶୁଣିବାକୁ ମିଳିଥିଲା। ଏପରି କଲ୍ ଆସିବା ପରେ ଭୟଭୀତ ହୋଇ ପଡ଼ିଥିବା ମାଳତୀ ନିଜ ପୁଅ ଦିବ୍ୟାଶୁଂଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ କହିଥିଲେ ଓ ତୁରନ୍ତ ଲକ୍ଷେ ଟଙ୍କା ଟ୍ରାନ୍ସଫର କରିବାକୁ କହିଥିଲେ। ମାତ୍ର ଏଥିରେ ବିଶ୍ୱାସ ନ କରି ଦିବ୍ୟାଶୁଂ ମା’ଙ୍କୁ ଉକ୍ତ ନମ୍ବର ମାଗିଥିଲେ ଓ ତାହା ପାକିସ୍ତାନ ନମ୍ବର ବୋଲି ଜାଣି ପାରିଥିଲେ।

ଏହା ଏକ ଫର୍ଜି କଲ୍ ଓ ଏହାକୁ ନେଇ ବ୍ୟସ୍ତ କିମ୍ବା ଚିନ୍ତିତ ନ ହେବାରୁ ସେ ମା’ଙ୍କୁ ବୁଝାଇଥିଲେ। ଏପରିକି ଭଉଣୀକୁ କଲ୍ କରି ମା’ ସହ କଥା କରାଇଥିଲେ। ଏହାପରେ ବି ମାଳତୀ ଦେବୀ ଅଜଣା ଆଶଙ୍କାରେ ଛଟପଟ ହେଉଥିଲେ। ଆଉ ଘରକୁ ଫେରି ଅସୁସ୍ଥ ଅନୁଭବ କରିଥିବା ବେଳେ ପୁଅ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ । କିନ୍ତୁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *