ବୈଜୟନ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ଚୌକି ଉପରେ,ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ନେଇ ଗୁଜବ କରୁଛନ୍ତି
1 min readକେନ୍ଦ୍ରାପଡା ଜନସଭା ନିର୍ବାଚନୀ ପ୍ରଚାରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ୫ଟି ଅଧକ୍ଷ ଭିକେ ପାଣ୍ଡିଆନ | ଯୋଡି ଶଙ୍ଖରେ ଭୋଟ ଦେଇ ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ନିର୍ବାଚନୀ ସଭାରେ ନିବେଦନ କଲେ ନବୀନ । ସେହିପରି କେନ୍ଦ୍ରାପଡା ପ୍ରତି ଥିବା ମୁଖ୍ୟମନ୍ତ୍ରୀଙ୍କ ସମର୍ପଣ ଭାବକୁ ଦର୍ଶାଇଛନ୍ତି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । କେନ୍ଦ୍ରାପଡାରେ ବିଶ୍ବର ବୃହତ ଇଣ୍ଡଷ୍ଟ୍ରି ନିପନ ଷ୍ଟିଲ ପ୍ରତିଷ୍ଠା ପାଇଁ ନବୀନଙ୍କ ପ୍ରଚେଷ୍ଟାକୁ ବର୍ଣ୍ଣନା କରିଛନ୍ତି ପାଣ୍ଡିଆନ । ୮ ଘଣ୍ଟା ଧରି କିଭଳି ନବୀନ ବିମାନରେ ଯାତ୍ରା କରି ଜାପାନରେ ପହଞ୍ଚିଥିଲେ ସେ ନେଇ ମଧ୍ୟ କେନ୍ଦ୍ରାପଡାରେ କହିଛନ୍ତି ପାଣ୍ଡଆନ ।
ସେ ଆହୁରି କହିଛନ୍ତି ଯେ ସାଂସଦ ହେବା ପରେ ତାଙ୍କ ଘରୋଇ କମ୍ପାନୀର କେତେ ପରିମାଣର ଲାଭ ହୋଇଛି ? ପାର୍ଲାମେଣ୍ଟ ଫାଇନାନ୍ସ କମିଟିରେ ସଦସ୍ୟ ଥିବାବେଳେ ନିଜ କମ୍ପାନୀର ହଜାର ହଜାର ଟଙ୍କାର ଋଣ ଛାଡ କରିଥିଲେ । ନିଜ ପାଇଁ ରେଲୱେ ସାଇଡିଂ ଆଣି ପୂର୍ବତନ ସାଂସଦ କେନ୍ଦ୍ରାପଡାକୁ ଭୁଲିଗଲେ । ଯାହାକୁ ନବୀନ ପଟ୍ଟନାୟକ ୧0 ବର୍ଷ ଧରି ଯାହାକୁ କେନ୍ଦ୍ରାପଡା ସାଂସଦ ହେବାକୁ ଦେଲି କିନ୍ତୁ ସେ କିଛି କାର୍ଯ୍ୟ କରିଲେ ନାହିଁ, କେବଳ ନିଜ ଲାଭ ଦେଖିଲେ ନିଜ କମ୍ପାନୀର ଲାଭ ଦେଖିଲେ | ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରପଦବାସୀଙ୍କୁ ବିଶ୍ୱାସଘାତକତା ଦେଲେ |
ତେବେ ପାର୍ଲାମେଣ୍ଟ ଫାଇନାନ୍ସର କମିଟିର ସଭାପତି ଦାୟିତ୍ବ ନ ମିଳିବା ପରେ ସେଥିପାଇଁ ସେ ରାଗ ରଖି ନବୀନଙ୍କୁ ନେଇ ଗୁଜବ ସୃଷ୍ଟି କଲେ । ନିଜ ଘରୋଇ ଟିଭି ଚ୍ୟାନେଲରେ ନବୀନ ଅସୁସ୍ଥତା ଥିବା ନେଇ ଖବର ପ୍ରସାରଣ କଲେ । ୨୦୧୫ ମସିହାରୁ ନବୀନ ଅସୁସ୍ଥ ଥିବା ନେଇ ଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କୁ ପୂର୍ବତନ ସାଂସଦ ବୁଲି ବୁଲି କହିଥିବା କହିଛନ୍ତି ପାଣ୍ଡିଆନ୍ ।