Pratidin TV

Odisha's Digital News Platform

ପୁଅ ଯାଇଥିଲେ କଲିକତା , ଘରେ ପଶି ପୁଅ ବେଶରେ କଳାକନା ବୁଲାଇଲେ ଚୋର ।

ଭଦ୍ରକ ; ଗ୍ରୀଲ କାଟି ଘର ଭିତରକୁ ପଶିଲେ । ବେଡ଼ରୁମ ଭିତରୁ ବନ୍ଦ କରି ଲୁଟିଲେ । ସୁନା ରୁପା ସହ ପ୍ରାୟ ୧୦ ଲକ୍ଷ ଟଙ୍କା ର ଲୁଟ ହୋଇଛି । ଭଦ୍ରକ ଟାଉନ ଥାନା ଅଧିନ ଚରମ୍ପା ଧଳ ସାହି ରେ ଲୁଟ ହୋଇଛି । ଟାଉନ ଥାନା ରେ ଲିଖିତ ଅଭିଯୋଗ ଅନୁଯାୟୀ ସୁମନ ପଟୱାରୀ ଧଳସାହି ରେ ଘର ଭଡା ନେଇ ପରିବାର ସହ ରହୁଛନ୍ତି ।

ଦୁଇ ପୁଅ କଲିକତା ଯାଇଥିବା ବେଳେ ମା ଓ ଝିଅ ଘରେ ଥିଲେ । ପୁଅମାନେ ରାତି ରେ ଆସି ପହଞ୍ଚିବାର ଥିଲା , ସେଥି ପାଇଁ ମା ଓ ଝିଅ ବିଳମ୍ବିତ ରାତି ରେ ଉଠିଥିବା ବେଳେ ଘର ର ଗୋଟିଏ ବେଡ଼ ରୁମ କବାଟ ଭିତରୁ ବନ୍ଦ ଥିବା ଦେଖିଥିଲେ । ପ୍ରଥମେ ସେ ପୁଅ ଆସିଥିବା ଭାବିନେଇଥିଲେ । କିନ୍ତୁ ପୁଅ ମାନଙ୍କ ଜୋତା ନପାଇ ସେ ଜାଣି ନେଇଥିଲେ ଯେ ପୁଅ ମାନେ ଆସିନାହାନ୍ତି ଏହାପରେ ସେ ପଡୋଶୀ ଙ୍କୁ ଡାକିଥିଲେ ।

ପଡୋଶୀ ଆସିବା ପରେ ଘର ର କବାଟ ଧକ୍କା ଦେଇ ଖୋଲିବା ପରେ ଘର ଭିତରୁ ସବୁ ଚୋରି ହୋଇଥିଲା । ୭୨ ଗ୍ରାମ ସୁନା ଅଳଙ୍କାର , ୪ କିଲୋ ରୁ ଅଧିକ ରୁପା କଏନ ଓ ନଗଦ ଟଙ୍କା ମଧ୍ୟ ଲୁଟ ହୋଇଛି ।

Leave a Reply

Your email address will not be published. Required fields are marked *