Pratidin TV

Odisha's Digital News Platform

ଭଉଣୀ ସାଜିଲା ପିଶାଚିନୀ , ଭାଇର ପୁଅକୁ ଚୋରେଇ ନେଲା ..

1 min read

କଥାରେ ଅଣ୍ଟି ଛୁରି ତଣ୍ଟି କାଟେ । ଠିକ୍ ସେହିପରି ଭଉଣୀ ସାଜିଲା ପିଶାଚିନୀ । ଭଉଣୀର ଖୁସି ଦେତ୍କ ସହିପାରିଲାନି ଭଉଣୀ ଚୋରାଇ ନେଇଗଲା ତାଙ୍କ ଅତିଆଦରର ଗେଲ ବଶରର ପୁଅକୁ । ଯେଉଁ ଭଉଣୀ କୁ ସେ ନିଜର ଭାବିଥିଲା ସେହି ଭଉଣୀ ତା ହସ ଖୁସିର ସଂସାରକୁ ଉଜାଡି ଦେଲା । ଏପରି ଏକ ଘଟଣା ଦେତ୍କବାକୁ ମିଳିଛି ଭଦ୍ରକ ଜିଲ୍ଲାରେ ।

ସୂଚନାମୁତାବକ ଚରମ୍ପା କଣ୍ଟାପାଳ ଅଞ୍ଚଳ ରେ ରହୁଥିବା ଆଦିବାସୀ ବସ୍ତିରେ ରବୀନ୍ଦ୍ର ମୁଣ୍ଡା ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି, ସପ୍ତାହେ ପୂର୍ବରୁ ଅର୍ଥାତ ଗତ ୯ ତାରିଖରେ କାମରୁ ଫେରି ରବୀନ୍ଦ୍ର ଦେଖିଥିଲେ କି ତାଙ୍କ ନାବାଳକ ପୁଅ ଘରେ ନାହିଁ । ଅନେକ ଖୋଜାଖୋଜି ପରେ ପୋଡ଼ସୀ ଙ୍କ ପାଖରୁ ଜାଣିବାକୁ ପାଇଥିଲେ ଯେ । ବସ୍ତା ଥାନାଧିନ ପଥୁରିଆ ଗ୍ରାମର ରବୀନ୍ଦ୍ରଙ୍କ ଭଉଣୀ ମାମି ରାମ ଓ ତାଙ୍କ ଭିଣୋଇ ବଳରାମ ରାମ ରବୀନ୍ଦ୍ର ଙ୍କ ଘରକୁ ବୁଲିବା ବାହାନାରେ ଆସି ତାଙ୍କ ପୁଅକୁ ଚୋରି କରିନେଇଯାଇଛନ୍ତି । ତେବେ ରବୀନ୍ଦ୍ର ଜାଣିବା ପରେ ଭଉଣୀ ଘରକୁ ଯାଇ ଖୋଜା ଖୋଜି ମଧ୍ୟ କରିଥିଲେ । ହେଲେ ସେଠାରେ ତାଙ୍କ ପୁଅକୁ ପାଇନଥିଲେ । କିନ୍ତୁ ସେଠିକାର ଲୋକେ ରବୀନ୍ଦ୍ର ଙ୍କ ପୁଅକୁ ସେଠାରେ ବୁଲୁଥିବାର ଦେଖିଥିବା ରବୀନ୍ଦ୍ର ଙ୍କୁ କହିଥିଲେ । ହେଲେ ରବୀନ୍ଦ୍ର ତାଙ୍କ ଭଉଣୀଙ୍କୁ ପଚାରିବାରୁ ପୁଅ ତାଙ୍କ ପାଖରେ ନାହିଁ ବୋଲି କହିଥିଲେ । ତେବେ ଏ ନେଇ ରବୀନ୍ଦ୍ର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏବଂ ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଥାନାଧିକାରୀଙ୍କୁ ଗୁହାରି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *