ସ୍ୱାମୀକୁ ଧୋକା ଦେଇ ରଖୁଥିଲେ ପର ପୁରୁଷ ସହ ସମ୍ପର୍କ , ହେଲେ ସ୍ତ୍ରୀର ଜୀବନ ନେଲା ପ୍ରେମିକ ..
1 min readନିଜର ଶଙ୍ଖା ସିନ୍ଦୁରକୁ ଭୁଲିଯାଇ ସ୍ୱାମୀକୁ ଧୋକାଦେଇ ପରପୁରୁଷ ସହ ସମ୍ପର୍କ ରଖୁଥିଲେ । ମଧୁସ୍ମିତା ହେଲେ ଆଜି ସେହି ପରକୀୟା ପ୍ରୀତି ପାଇଁ ଚାଲିଯାଇଛି ଜୀବନ । ଆଜି ଏହି ଘଟଣା ପ୍ରମାଣ କରିଦେଇଛି ପରକୀୟା ପ୍ରିତୀ କେତେ ଭୟଙ୍କର ହୋଇଥାଏ । ସୂଚନା ମୁତାବକ ମୃତକ ଜଣକ ମଧୁସ୍ମିତା ନାୟକ, ସ୍ୱାମୀ ମହୋଶ୍ୱର ନାୟକ ଙ୍କ ଘର ତିହିଡି ଥାନା ଅଧୀନ ଗୋଳାପୋଖରୀ ରେ । ସ୍ୱାମୀ ମହେଶ୍ୱର ନାୟକ ମୁମ୍ବାଇ ରେ ରହି ଚାକିରୀ କରୁଥିବା ବେଳେ ସ୍ତ୍ରୀ ମଧୁମିତା ଅପର୍ତ୍ତିବିନ୍ଧା ନ୍ୟୁ କଲୋନୀ ରେ ଗତ ୬ ମାସ ହେବ ଭଡା ଘରେ ରହୁଥିଲେ ।ସ୍ୱାମୀ ବିଗତ ୧୪ ଦିନ ହେବ ସ୍ତ୍ରୀ କୁ ଫୋନ କରିବାରୁ ସ୍ତ୍ରୀ ମଧୁସ୍ମିତା ସ୍ୱାମୀ ଙ୍କ ଫୋନ ଉଠାଉ ନଥିଲେ ତେବେ ସନ୍ଦେହ ହେବାରୁ ପାଖ ପୋଡ଼ଶୀ ଙ୍କୁ ମଧ୍ୟ ଫୋନ କରିଥିଲେ କିନ୍ତୁ ବାହାରୁ ଘରେ ଚାବି ପଡ଼ିଥିବା କହିଥିଲେ ପୋଡ଼ଶୀ ।ତେବେ ସ୍ୱାମୀ ଆସି ପୋଲିସ ଓ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ମାର୍ଚ୍ଚ ୩୦ କବାଟ ଭାଙ୍ଗି ମୃତ ଦେହ ଉଦ୍ଧାର କରିବା ସହ ଏକ ସ୍ୱତନ୍ତ୍ର ଟିମ ଯେଉଁଥିରେ ସିଟି ଡ଼ିଏସପି ଅଂଶୁମାନ ଦ୍ୱିବେଦୀ ଙ୍କ ତତ୍ୱାବଧାନରେ ଟାଉନ ଥାନାଧିକାରୀ ଓ ପୁରୁଣାବଜାର ଥାନାଧିକାରୀ ଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ମାନଙ୍କ ସହ ତଦନ୍ତ କରୁଥିଲା ।
ଏହା ପରେ ସାମ୍ନାକୁ ଆସିଛି ଏହି ଜଘନ୍ୟ ହତ୍ୟାକାଣ୍ଡ ର ରହସ୍ୟ । ଏହି ଘଟଣାର ରହସ୍ୟ ଖୋଲିବା ସହିତ ଅଭିଯୁୁକ୍ତକୁ ଗିରଫ କରିଛି ପୋଲିସ । ତେବେ ପୋଲିସ ପ୍ରଥମେ କଲ ଡିଟେଲ ଯାଞ୍ଚ କରି ଗତକାଲି ଚରମ୍ପା ଅଂଚଳରେ ଅଭିଯୁକ୍ତ କୁ କାବୁ କରିବାରେ ସଫଳ ହୋଇଥିଲା । ଏହା ପରେ ସାମ୍ନାକୁ ଆସିଥିଲା ମଧୁସ୍ମିତା ଙ୍କ ଧୋକା ଓ ପ୍ରତାରଣାର କାହାଣୀ । ଅଭିଯୁକ୍ତ ଙ୍କ ସଙ୍ଗରେ ମଧୁସ୍ମିତା ଙ୍କର ଅନୈତିକ ସମ୍ପର୍କ ୨୦୨୧ ରୁ ରହିଆସିଥିଲା । ସ୍ୱାମୀ ବାହାରେ ରହୁଥିବା ବେଳେ ତାହାର ଫାଇଦା ଉଠାଇଥିଲେ ମଧୁସ୍ମିତା ।୨୦୨୧ ଠାରୁ ଅଭିଯୁକ୍ତ ଆଶିଷ ମହାନ୍ତି ନିୟମିତ ଭାବେ ମଧୁସ୍ମିତା ଙ୍କ ସାଙ୍ଗରେ ସମ୍ପର୍କ ରେ ରହୁଥିଲେ ।ସୂଚନା ମୁତାବକ ଅଭିଯୁକ୍ତ ଆଶିଷ ଭୁବନେଶ୍ୱର ରେ ଏକ ଘରୋଇ ସ୍କୁଲ ରେ ଫାର୍ମାସିଷ୍ଟ ରୂପେ କାର୍ଯ୍ୟ କରୁଥିବା ବେଳେ ମଧୁସ୍ମିତା ଙ୍କ ପୁଅ ସେଠାରେ ରହି ପାଠ ପଢୁଥିଲେ ।ତେବେ କରୋନା ମହାମାରୀ ସମୟରେ ମଧୁସ୍ମିତା ଙ୍କ ପୁଅ ଦେହ ଅସୁସ୍ଥ ହେବାରୁ ଉତ୍ତମ ଚିକିତ୍ସା ପାଇଁ ମଧୁ ଆଶିଷ ସାଙ୍ଗରେ ସବୁବେଳେ ଯୋଗାଯୋଗ ରେ ରହୁଥିଲେ ।
ସେବେଠାରୁ ବଢିଥିଲା ସମ୍ପର୍କ ଆଉ କଲାକ୍ରମେ ତାହା ପ୍ରେମ ସମ୍ପର୍କ କୁ ପରିବର୍ତ୍ତିତ ହୋଇଥିଲା । ଗତ ୧୬ ମାର୍ଚ୍ଚ ରେ ମଧୁସ୍ମିତା ରହୁଥିବା ଭଦ୍ରକ ସହର ଅପର୍ତିବିନ୍ଧା ନିଉ କଲୋନୀ ରେ ଭଡା ଘରେ ଅପରାହ୍ନରେ ପହଂଚିଥିଲେ ଆଶିଷ ଏବଂ ସବୁଦିନ ଭଳି ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ କିନ୍ତୁ ଉଭୟ ଙ୍କ କୌଣସି କାରଣରୁ ବଚସା ହେବାରୁ ଭଡା ଘରେ ଥିବା ଏକ ଟିୱେଲ ପ୍ରାଞ୍ଜଲ ରଡ଼ ସାହାଯ୍ୟରେ ମଧୁସ୍ମିତା ଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏହାପରେ ବାହାର ପଟୁ ଚାବି ଦେଇ ପଳାଇଥିଲେ ।ତେବେ ଅଭିଯୁକ୍ତ ଆଶିଷ ମହାନ୍ତି ଙ୍କ ଙ୍କ ଘର ଜଗତସିଂପୁର ଅଗର ଗାଁ ରେ ବୋଲି ଜଣାପଡିଛି । ଆଜି ସେହି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଅଭିଯୁକ୍ତ ଙ୍କୁ ଗିରଫ ପରେ ପ୍ରଥମେ ଡାକ୍ତରୀମଇନା କରି ହତ୍ୟା କରିଥିବା ସ୍ଥାନକୁ ନେଇ ସିନ ରି କ୍ରିଏସନ କରିଥିଲା ପୋଲିସ ।ତେବେ ଏଭଳି ଏକ ହତ୍ୟା କାଣ୍ଡ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିବା ବେଳେ ହତ୍ୟା ର ଖୁବ କମ ଦିନ ମଧ୍ୟରେ ପୋଲିସ ଅଭିଯୁକ୍ତ ଙ୍କୁ ଧରିବା ଯାହା ପୋଲିସ କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଭଦ୍ରକ ବାସିନ୍ଦା ।