Pratidin TV

Odisha's Digital News Platform

ପିଶାଚୀ ପାଲଟିଲେ ଶାଶୁ ଓ ଯା’ , ବାସନ ମାଜୁଥିବା ବେଳେ ପଛଆଡୁ ବୋହୂ ଉପରେ କଲେ ଆକ୍ରମଣ …

1 min read

ଶାଶୁ ଘରେ ବୋହୂକୁ ନିସ୍ତୁକ ମାଡ । ଘରୁ ବାହାରି ଯିବାକୁ କହି ମାଡ ମାରିଲେ ଶାଶୁ ଓ ଦୁଇ ଯା । ଆଜି ଏ ମଣିଷ ଲୋଭ ମୋହ ମାୟା ରେ ବଶବର୍ତ୍ତୀ ହୋଇ ନିଜେ ଗଢି ଥିବା ସମ୍ପର୍କ କୁ ନିଜେ ଭୁଲିଯାଇଥାଏ ଆଉ ଶେଷରେ ହିଂସ୍ର ହୋଇଯାଏ କେବଳ କିଛିଟା ଟଙ୍କା ଓ ଜମି ପାଈଁ । ସେମିତି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଆଗରପଡା ଥାନାଧିନ ସାହୁପଡ଼ା ଆମରସିଂପୁର ଗ୍ରାମରେ । ଭଦ୍ରକ ଗ୍ରାମାଞ୍ଚଳ ଥାନାଧିନ ଜିରାଗମ୍ଭିର ଗ୍ରାମର ଗଣେଶ ପ୍ରସାଦ ବେହେରାଙ୍କ ଝିଅ ଡଲିରାଣୀ ବେହେରା ଆଗରପଡା ଥାନାଧିନ ସାହୁପଡା ଅମରସିଂପୁର ଗ୍ରାମର ରଘୁନନ୍ଦନ ବେହେରାଙ୍କ ପୁଅ ଆଲୋକ ବେହେରାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବେଶ୍ ହସ ଖୁସିରେ ଚାଲିଥିଲା ଆଲୋକ ଓ ଡଲି ଙ୍କ ପରିବାର । ଶାଶୂଘରେ ଜା ଓ ଶାଶୁ ଶ୍ୱଶୁର ମଧ୍ୟ ବେଶ ଭଲ ପାଉଥିଲେ ଡ଼ଲିଙ୍କୁ ।

ହେଲେ ଧୀରେ ଧୀରେ ଆଲୋକ ଙ୍କ ବାପା ତଥା ଡଲିଙ୍କ ଶଶୁର ଦେହାନ୍ତ ପ ରେ ସବୁ କିଛି ବଦଲିଗଲା । ଆଲୋକ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ରୋଜଗାର ପାଈଁ ଯାଇଥିବା ବେଳେ ଆରମ୍ଭ ହୋଇଥିଲା ଡଲିଙ୍କ ଉପରେ ଅକଥନୀୟ ଅତ୍ୟାଚାର । ଡ଼ଲିଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ମଧ୍ୟ ଦେଉଥିଲେ ଆଉ କହୁଥିଲେ ତୋର ଏଘରେ ଭାଗ ନାହିଁ ଭାଗ ମିଳିଲେ ଘରେ ରହିପାରିବୁ ବୋଲି ।ଏକଥା ଡଲି ନିଜ ବାପାଙ୍କୁ ଜଣାଇବା ସହ ରାଜ୍ୟ ବାହାରେ ରହୁଥୁବା ସ୍ୱାମୀ ଆଲୋକ ଙ୍କୁ ଜଣାଇଥିଲେ । ଏକଥା ଶୁଣିବା ପରେ ଡଲିଙ୍କ ବାପା ଆସି ଥାନା ଜରିଆରେ ସମାଧାନ ମଧ୍ୟ କରିଥିଲେ । ହେଲେ ଡଲିଙ୍କ ଉପରେ ଅତ୍ୟାଚାର କମ୍ ହୋଇନଥିଲା । ଆଉ ଶେଷରେ ଗତ ୪ ତାରିଖ ତଥା ସୋମବାର ଡଲି ନଳକୂପ ପାଖରେ ବାସନ ମାଜୁଥିବା ବେଳେ ଡଲିଙ୍କ ବଡ ଯା ସହ ଶାଶୁ ମିଶି ଲୁହା ରଡ଼ରେ ପଛରୁ ଆକ୍ରମଣ କରିଥିଲେ । ଆଉ ସେଥିରେ ଗୁରୁତର ହୋଇ ଡ଼ଲିଙ୍କୁ ପ୍ରଥମେ ଆଗରପଡା ଓ ପରେ ଭଦ୍ରକ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।ଡଲିଙ୍କ ପରିବାର ପକ୍ଷରୁ ଆଗରପଡା ଥାନା ପରେ ଏସପିଙ୍କୁ ପାଖରେ ଅଭିଯୋଗ କରିଛନ୍ତି । ତବେ ଦେଖିବାକୁ ବାକିରହିଲା କେବେ ମିଳୁଛି ଡ଼ଲିଙ୍କୁ ନ୍ୟାୟ ।

Advertisement

Leave a Reply

Your email address will not be published. Required fields are marked *