Pratidin TV

Odisha's Digital News Platform

ଗଛରେ ଲୁଚି ରହୁଛି ଲୋକଙ୍କୁ ଦେଖିଲେ କରୁଛି ଆକ୍ରମଣ..୧୦ରୁ ଉର୍ଦ୍ଧ୍ବ ଗୁରୁତର

ଅଣ୍ଡିରା ମାଙ୍କଡ ଗଛରେ ଲୁଚି ରହୁଛି, ସୁଯୋଗ ଦେଖୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି । ଏମିତି ସ୍ଥିତି ହେଲାଣି ଯେ ଲୋକେ ବାଡ଼ି ଧରି ବାହାରକୁ ବାହାରୁଛନ୍ତି । ବନ ବିଭାଗକୁ ମଧ୍ଯ ଚକମା ଦେଉଛି ଏହି ଖଣ୍ଡି ଅଣ୍ଡିରା ମାଙ୍କଡ । ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ଏହାର ଦୌରାତ୍ମ୍ୟ ଦେଖୁବାକୁ ମିଳିଛି ।ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳରେ ଏବେ ଭୟର ବାତାବରଣ । ଗାଁରେ ମାତିଛି ଲାଞ୍ଜ ଖଣ୍ଡି ଅଣ୍ଡିରା ମାଙ୍କଡ । ଗାଁ ସାରା ଘୁରି ବୁଲୁଛି । ସୁବିଧା ସୁଯୋଗ ଦେଖି ଲୋକଙ୍କୁ ମାଡି ବସୁଛି । ଏମିତି କି ସ୍କୁଲ ଛାତ୍ରଛାତ୍ରୀମାନେ ବାଦ ପଡୁନାହାନ୍ତି । ଏବେ ପର୍ଯ୍ୟନ୍ତ ପ୍ରାୟ ୧୦ ରୁ ଅଧୂକ ଲୋକେ ଆହତ ମେଡିକାଲରେ ଚିକିତ୍ସି ଚିକିତ୍ସିତ ହୋଇଛନ୍ତି । ଏବେ ଲୋକେ ବାଡ଼ି ଧରି ପିଲାଙ୍କୁ ସ୍କୁଲରେ ଛାଡୁଛନ୍ତି ଓ ବାହାରକୁ ବାହାରୁଛନ୍ତି ।

ଏହି ସମସ୍ୟା ଏହି ଅଞ୍ଚଳ ପାଇଁ ନୂଆ ନୁହେଁ । ପୂର୍ବରୁ ମଧ୍ୟ ସମାନ ସ୍ଥିତି ଦେଖିବା ପାଇଁ ମିଳିଥିଲା । କିନ୍ତୁ ସେତେବେଳେ ସେହି ମାଙ୍କଡକୁ ବନ ବିଭାଗ କାବୁ କରିପାରିନଥିଲା ହେଲେ ବାଣ ଫୁଟାଇ ଘଉଡ଼ାଇ ଦେଇଥିଲା । ଏଥର କିନ୍ତୁ ବନ ବିଭାଗ ତରଫରୁ ମାଙ୍କଡକୁ ଚିହ୍ନଟ ପାଇଁ ପେଟ୍ରୋଲିଂ ଚାଲିଛି । କିନ୍ତୁ ଗାଁରେ ଥିବା ମାଙ୍କଡ ଗୋଠରେ ଏହି ମାଙ୍କଡଙ୍କ ମଧ୍ୟରେ ଲାଞ୍ଜ ଖଣ୍ଡି ଅଣ୍ଡିରା ମାଙ୍କଡ ମିଳୁନାହିଁ । ତେବେ ବନ କର୍ମଚାରୀଙ୍କ କହିବା କଥା ଅଣ୍ଡିରା ମାଙ୍କଡ ହୋଇଥିବାରୁ ନିଜର ଆଧୂପତ୍ୟ ବିସ୍ତାର କରିବା ପାଇଁ ଚାହୁଁଛି, ସେଥିପାଇଁ ଅନ୍ୟ ମାଙ୍କଡଙ୍କ ସହ ମିଶି ରହୁନଥିବାରୁ ଠାବ କରିବା କଷ୍ଟ ହେଉଛି । ତେବେ ଖୁବ ଶୀଘ୍ର ଟ୍ରାଙ୍କୁଲାଇଜ କରାଯିବ ବୋଲି କହୁଛି ବନ ବିଭାଗ |

Leave a Reply

Your email address will not be published. Required fields are marked *