Pratidin TV

Odisha's Digital News Platform

ଭଦ୍ରକ ଉତ୍ତେଜନା ଘଟଣା : ଗିରଫ ହେଲା ବିବାଦୀୟ ପୋଷ୍ଟ କରିଥିବା ଯୁବକ…

1 min read

ଭଦ୍ରକ ଉତ୍ତେଜନା ଘଟଣା । ମୁଖ୍ୟ ଅଭିଯୁକ୍ତ କୁ ବାନ୍ଧିଲା ପୋଲିସ । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିଲେ । ଯାହାକୁ ନେଇ ଭଦ୍ରକରେ ଦେଖାଦେଇଛି ଉତ୍ତେଜନା । ଭଦ୍ରକ ପୋଲିସ୍ ର ଏକ ସ୍ୱତନ୍ତ୍ର ଟିମ୍ ଏହି ଯୁବକ କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ଭଦ୍ରକ ଏସ୍ପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ବିରୋଧୀ ପୋଷ୍ଟ କରିଥିଲେ, ଯାହାକୁ ସଂପୃକ୍ତ ସଂପ୍ରଦାୟର ଲୋକମାନେ ବିରୋଧ ସହ ପୁରୁଣା ବଜାର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଫଳରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି କରି ସନ୍ଥିଆ ପୋଲ ନିକଟରେ ଟାୟାର୍ ଜାଳି ରାସ୍ତା ଅବରୋଧ କରାଯାଇଥିଲା। ସୂଚନା ପାଇ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ସହ ଟାଉନ୍‌ ଓ ପୁରୁଣା ବଜାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ରାସ୍ତାରୋକ ଓ ପଦଯାତ୍ରାରୁ ବିରତ ହେବାକୁ କହିଥିଲେ। ହେଲେ ଆନ୍ଦୋଳନକାରୀ କିଛି ଶୁଣି ନଥିଲେ। ଗିରଫଦାରୀ ନେଇ ଅଡ଼ିବସିଥିଲେ। ଏପରି ସମୟରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ପ୍ରଥମେ ଠେଲାପେଲା ଏବଂ ପରେ କଥା ଆକ୍ରମଣ ଯାଏ ଯାଇଥିଲା। ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ଆଖିବୁଜା ପଥର ଓ ଇଟା ମାଡ଼ କରିଥିଲେ। ଏମିତି କି ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଟାଉନ୍‌ ଥାନା ଏସ୍ଆଇ ରୋଜେନ ମୁର୍ମୁଙ୍କ ମୁଣ୍ଡ ଫାଟିଯିବା ସହ ସେ ଗୁରୁତର ହୋଇଥିଲେ।

Advertisement

Leave a Reply

Your email address will not be published. Required fields are marked *