ଗୀତରେ ଗୀତରେ ପିଲାଙ୍କୁ ବୁଝାଉଛନ୍ତି ଗଣିତର କଷ୍ଟିଆ ସୂତ୍ର , ଚର୍ଚ୍ଚାରେ ବାସୁଦେବପୁରର ଦୀପକ ସାର୍
1 min readଭଦ୍ରକ : ଗୀତ ଓ ଗପ ମାଧ୍ୟମରେ ପିଲାଙ୍କୁ ପାଠ ପଢାନ୍ତି । କଷ୍ଟିଆ ଗଣିତ ଆଉ ବିଜ୍ଞାନ ସୂତ୍ରକୁ ବି ଚୁଟ୍କିରେ ପିଲାଙ୍କ ମୁଣ୍ଡରେ ପୁରାଇଦିଅନ୍ତି । କେବଳ ପାଠ ନୁହଁ ସାଠ ସହ ସମାଜ ବିଷ୍ୟରେ ମଧ୍ୟ ଅନେକ ଶିକ୍ଷା ଦିଅନ୍ତି ଯୁବ ଶିକ୍ଷକ ଦୀପକ ଦାସ୍ । ଶିକ୍ଷକତା ପାଇଁ କୌଣସି ସ୍କଲ କିମ୍ବା ବଡ ଇଷ୍ଟିଟୁସନ୍ର ଆବଶ୍ୟକତା ନାହିଁ ବୋଲି ପ୍ରମାଣ କରି ଦେଖାଇଛନ୍ତି ଦୀପକ ସାର୍ । ଗରିବ ପିଲାଙ୍କ ପାଇଂ ଦେବଦୂତ ସାଜିବା ସହ ଅଭିଭାବକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଦୀପକ ସାର୍ । ପିଲାଙ୍କ ଉଜ୍ୱଳ ଭବିଷ୍ୟତ ଗଢିବା ସହ ନିଜର ଭବିଷ୍ୟତକୁ ମଧ୍ୟ ସାଜାଡୁଛନ୍ତି ଦୀପକ ସାର୍ ।
ସେ ଏକା ୧୫୦ ପିଲାଙ୍କୁ ପଢ଼ାଉଛନ୍ତି,ଆଉ ନିଜେ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ପାଠପଢ଼ା କେବଳ ବହି, ଖାତା ଓ କଲମ ଭିତରେ ସୀମିତ ନୁହଁ। ସେ ଗୀତ ଗାଆନ୍ତି, ଗପ କୁହନ୍ତି, ମଉଜ କରନ୍ତି, ହସାଇ ହସାଇ ପାଠ ପଢ଼ାନ୍ତି । ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ପିଲାଙ୍କୁ ସେ ଶିକ୍ଷା ଦାନ କରୁଛନ୍ତି । ହିନ୍ଦୁ, ମୁସଲିମ, ଶିଖ୍ ସବୁଧର୍ମରୁ ପିଲାଙ୍କୁ ଏକାଠି ବସାଇ ପଢ଼ାଉଛନ୍ତି। ଯିଏ ତାଙ୍କଠାରୁ ଥରେ ଶିକ୍ଷା ଅର୍ଜନ କରିଛି, ସେ ଆଉ ଅନ୍ୟଆଡ଼େ ଯିବାକୁ ଇଚ୍ଛା କରିନି। ପ୍ରତି ପିଲାଙ୍କର ସେ ଆଦରଣୀୟ ଶିକ୍ଷକ ସାଜିଛନ୍ତି। ପାଠ ପଢ଼ି ଭଲ ମଣିଷ ହେବାକୁ ପିଲାଙ୍କୁ ପରାମର୍ଶ ଦିଅନ୍ତୁ। ବଡ଼ ହେଲେ କିଏ କେଉଁ ବିଭାଗରେ ପାଠ ପଢ଼ି ଭଲ କରିବ ତାର ବି ନିଷ୍ପଭି ସେ ନେଉଛନ୍ତି। ନିଜ ପିଲାଙ୍କୁ ଛାଡ଼ି ଥିବା ଅଭିଭାବକ ମଧ୍ୟ ସାରଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପଭି ବୋଲି ନିଶ୍ଚିତ ହୋଇ ପିଲାର ଭବିଷ୍ୟତ ଗଢ଼ିବାକୁ ଛାଡୁଛନ୍ତି ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଆନ୍ଦୋଳ ପଞ୍ଚାୟତ ଦୀପକ କୁମାର ଦାସ, ଚାଷୀ ଘର ପିଲା । ଅର୍ଥ ଅଭାବ ପାଇଁ ଦୀପକ ବାଧ୍ୟ ହୋଇ ଘର ଛାଡି ଆସିଛନ୍ତି । ଭଦ୍ରକ ପୌରାଞ୍ଚଳ ଅଧୀନ ସନ୍ଥିଆରେ ଏକ ଟିଣ ଛପର ଘରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ୧୫୦ ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି । ଏମ୍ବିଏ ପାଠ ପଢ଼ିଥିବା ମେଧାବୀ ଦୀପକ ପିଲାଙ୍କୁ ପଢ଼ାଇବା ସହ ନିଜ ଭବିଷ୍ୟତ ଗଢ଼ିବାକୁ ବି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ସଫଳତା ମିଳିଲେ ବି ସେ ଶିକ୍ଷା ବିଭାଗ ଅଧୀନରେ ରହିବାକୁ ମନସ୍ଥ କରିଛନ୍ତି। ଶିକ୍ଷାର ଗୁରୁତ୍ୱକୁ ସେ ଭଲ ଭାବେ ବୁଝିବା ସହ ଅନ୍ୟକୁ ତିଆରି କରିବାକୁ ରାତିଦିନ ଏକ କରିଛନ୍ତି। ତାଙ୍କ ପାଠପଢ଼ା ତରିକା ଦେଖି ସ୍ଥାନୀୟ ଅଭିଭାବକ ଏକ ଟିଣ ଛପର ଘର ତୋଳିଛନ୍ତି । ସେଇଠି ସାରଙ୍କ ପଢ଼ାଇବା ଢାଞ୍ଚା ଏକ ସ୍ବତନ୍ତ୍ର । ଗୀତରେ ସେ ୩୦ ଜିଲ୍ଲାକୁ ଛନ୍ଦିଛନ୍ତି। ସେହି ଗୀତକୁ ପିଲାଙ୍କୁ ଶିଖାଉଛନ୍ତି । ପିଲାଏ ବି ବେଶ୍ ଖୁସିର ସହ ଗୀତ ଶିଖି ସବୁ ଜିଲ୍ଲାର ନାମ ମନେ ରଖୁଛନ୍ତି। କେବଳ ଜିଲ୍ଲା ନୁହଁ, ଗଣିତରେ ବି ଦୀପକଙ୍କ ଫର୍ମୁଲା ଯେଉଁ ଛାତ୍ର ଥରେ ପାଉଛି, ଆଉ ସେ ହାର ମାନୁନି। ଗଣିତ ସୂତ୍ରରେ ସେ ସ୍ବତନ୍ତ୍ର ସୂତ୍ରଧର ସାଜିଛନ୍ତି। ଗଣିତରେ ଟ୍ରିଗୋନୋମେଟ୍ରି ଫର୍ମୁଲା ଟାନ୍ ଥିଟା, ସାଇନ୍ ଥିଟା, କସ୍ ଥିଟା । ସେ ଏହାକୁ ଗୀତରେ ‘ଟନ୍ ଟନା ଟନ୍ ଟନ୍ ତାରା.. ଟେନ୍ ଥିଟା ଇଜଗଲ୍ଟୁ ସାଇନ୍ କେ ନିଚେ କସ ମେ ପ୍ୟାରା’। ଏହି ଗୀତ ଫର୍ମୁଲାରେ ସବୁ ପିଲା ସୂତ୍ରକୁ ବେଶ ଭଲ ଭାବେ ମନେ ରଖି ପାରୁଛନ୍ତି। ସାମାଜିକ, ସାହିତ୍ୟ ଆଦି ବିଷୟରେ ବ୍ୟଙ୍ଗ କଥା କହି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଅଙ୍କରୁ ଇଂରାଜୀ, ବିଜ୍ଞାନ, ଜ୍ଞାନ, ସାହିତ୍ୟ ସବୁଥିରେ ଦୀପକ ସାର୍ ପିଲାଙ୍କୁ ମେଧାବୀ କରିବାରେ ସିଦ୍ଧହସ୍ତ ସାଜିଛନ୍ତି। ସ୍ନେହ ଆଦରରେ ଦରରେ ବି ଦୀପକ ସାର୍ ପ୍ରତି ପିଲାଏ ବଡ଼ ଖୁସି ରହିଛନ୍ତି । ଏମିତି ଦିନେ କେହି ପାଠ ପଢ଼ିବାକୁ ନ ଆସି ରହି ପାରୁନାହାନ୍ତି। ଗରିବ ପିଲାଙ୍କୁ ବିନା ମୂଲ୍ୟରେ ଶିକ୍ଷା ଶିକ୍ଷାଦାନ କରୁଛନ୍ତି। ଅନ୍ୟମାନେ ଯିଏ ଯାହା ଦେଲା ସେତିକି ରଖିଦିଅନ୍ତି ।
ସେ ସର୍ବ ଧର୍ମର କଥା ମଧ୍ୟ ପିଲାଙ୍କୁ ଶିକ୍ଷା ଦିଅନ୍ତୁ। ପାଠ ପଢ଼ାଇବା ପୂର୍ବରୁ କଳାପଟରେ ‘ଓଁ ମା’ ୭୮୬’ ଲେଖନ୍ତି। ଯାହାକି ସର୍ବ ଧର୍ମକୁ ବୁଝାଏ ବୋଲି ଦୀପକ କହିଛନ୍ତି। ଛାତ୍ର ଛାତ୍ରୀ ମାନେ କହିଛନ୍ତି, ଆମ ସାର୍ କଷ୍ଟିଆ ଅଙ୍କକୁ ଯେମିତି ବୁଝାନ୍ତି, ଆମେ ସବୁ ଅତି ସହଜରେ ବୁଝିଯାଉ। ଅନ୍ୟ ପାଠପଢ଼ା ବି ଆମେ ଆରାମରେ ବୁଝିପାରୁଛୁ। ଆଉ ଜଣେ ଛାତ୍ରୀ କହିଛନ୍ତି, ସାର୍ ଯେଉଁ ସବୁ ପ୍ରଶ୍ନରେ ପ୍ରସ୍ତୁତ ହେବାକୁ କହିଥିଲେ, ତାହା ସବୁ ସରଳ ହୋଇଛି । ନିକଟରେ ମୁଁ ଏହି ପରୀକ୍ଷା ଦେଇଥିବାରୁ ମୋର ପରୀକ୍ଷା ଖୁବ୍ ଭଲ ହୋଇଛି। ସନ୍ଥିଆ ଅଞ୍ଚଳ ମୁସଲିମ ଓ ହିନ୍ଦୁ ଧର୍ମର ଲୋକେ ବସବାସ କର କରନ୍ତି।
ଉଭୟ ସମ୍ପ୍ରଦାୟର ପିଲାଙ୍କୁ ଦୀପକ ସାର୍ ଏକାଠି ବସାଇ ମଣିଷ କରିବାର ପଣ ରଖିଛନ୍ତି । କାହା ପିଲା ନ ଆସିଲେ, ଦୀପକ ତାଙ୍କ ଘରକୁ ଯାଆନ୍ତି। ପାଠର ଗୁରୁତ୍ବ ବୁଝାଇ ତାକୁ ଅଣନ୍ତି। ଅଭିଭାବକ ମହଲରେ ବି ଦୀପକ ସାରଙ୍କୁ ନେଇ ବହୁତ ଭଲ ପାଇବା ରହିଛି। ଏଭଳି ସାର୍ ଆମ ଅଞ୍ଚଳ ପାଇଁ ସବୁଦିନ ରହିବା ଉଚିତ୍ ବୋଲି ସେମାନେ ମତ ରଖିଛନ୍ତି। ଭବିଷ୍ୟତରେ ଦୀପକ ଶିକ୍ଷା ବିଭାଗ କିମ୍ବା ପ୍ରଶାସନିକ ସ୍ତରରେ ଚାକିରି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଦୀପକ କହନ୍ତି, ଛାତ୍ରଛାତ୍ରୀ ମୋ ଜୀବନ। ଏଣୁ ମୋ ଜୀବନକୁ ମୁଁ ସରସ ଓ ସୁନ୍ଦର କରିବାକୁ ଲାଗିପ ଲାଗିପଡ଼ିଛି । କରୋନା ପରଠୁଁ ମୁଁ ଅନୁଭବ କଲି ପିଲା ପିଲାମାନେ ଅଧିକ ସମୟ ମୋବାଇଲ୍ରେ ସାରୁଛନ୍ତି। କେଉଁ ଉପାୟରେ ପଢ଼ାଇଲେ ସେମାନେ ମୋବାଇଲ ପ୍ରତି ମନ ନ ଦେଇ ପାଠ ପ୍ରତି ଧାନ ଦେବେ ଚିନ୍ତା କରି ମୁଁ ଗପ, କବିତା, ନୃତ୍ୟ, ବ୍ୟଙ୍ଗାତ୍ମକ କଥା ଆଦି ତରିକା ଦେଇ ଏବେ ଶିକ୍ଷାଦାନ କରୁଥିବା କହିଛନ୍ତି ଦୀପକ।