ହିତାଧିକାରୀଙ୍କ ପିଡ଼ିଏସ ସାମଗ୍ରୀ ଲୁଟିଖାଉଛନ୍ତି ଡିଲର , ବ୍ଲକ କାର୍ଯ୍ୟାଳୟ ଆଗରେ ହିତାଧିକାରିଙ୍କ ସହ ଧାରଣା ଦେଲା ବିଜେପି ..
1 min readଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବକ୍ଳ ଉତୁକୁଡ଼ା ପଂଚାୟତରେ ହିତାଧ୍ୟାକାରୀଙ୍କ ୪ମାସର ରାସନ ସାମଗ୍ରୀ ହଡ଼ପ କରିନେଇଛନ୍ତି ସଂପୃକ୍ତ ଡ଼ିଲର । ୨୭୨ ହିତାଧିକାରୀ ଙ୍କ ମଧ୍ୟରୁ କିଛି ହିତାଧିକାରୀ ୨ ମାସର ରାସନ ସାମଗ୍ରୀ ପାଇଥିବା ବେଳେ କିଛି ୪ ମାସର ପାଇନାହଁନ୍ତି ।
ଲୋକମାନଙ୍କ ପାଖରୁ ଆଗୁଆ ଟିପଚିହ୍ନ ନେଇ ଆଜି କାଲି କହି ୪ ରୁ ୬ ମାସ ହେବ ଚାଉଳ ଦେଉନାହିଁ ଡିଲର । ଏନେଇ ହିତାଧିକାରୀମାନେ ବାରମ୍ଭାର ଯୋଗାଣ ଅଧିକାରୀ ଓ ବିଡିଓଙ୍କ ଦ୍ୱାରସ୍ତ ହୋଇ ନାହିଁନଥିବା ହଇରାଣ ହେଉଛନ୍ତି । ହିତାଧିକାରୀ ମାନେ ବହୁବାର ଯୋଗାଣ ଅଧିକାରଣୀଙ୍କ ଏବଂ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିବା ପରେ ବିଡ଼ିଓ ଶାଷକ ଦଳ ଚାପରେ ରହି ହିତାଧିକାରୀଙ୍କ କଥା ଶୁଣୁନଥିବାରୁ ଆଜି ବିଜେପି ଦଳର ବରିଷ୍ଠ ନେତା କାନୁଚରଣ ହେହେରାଙ୍କ ନେତୃତ୍ବରେ ହିତାଧ୍ୟାକାରୀ ମାନେ ବ୍ଲକ କାର୍ୟ୍ୟାଳୟ ଆଗରେ ଧାରଣା ଦେଇଥିଲେ ।
ଧାରଣା ସ୍ଥଳରେ ସ୍ଥାନୀୟ ପୋଲିସ ଓ ବିଡ଼ିଓ ଏବଂ ଯୋଗାଣ ଅଧିକାରିଣୀ ପହଁଚି ଉତ୍ୟକ୍ତ ଧାରଣା କାରିଙ୍କ ସହ ବୁଝାସୁଝା କରିବା ସହ ୭ ଦିନ ମଧ୍ୟରେ ସମାଧାନ କରିବାକୁ ପ୍ରତିଶୃତି ଦେବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା ।