Pratidin TV

Odisha's Digital News Platform

ମହାଷ୍ଟମୀ ପୂଜାରେ ନିଆରା ପରମ୍ପରା ; ମୁଣ୍ଡରେ ଝୁଣା ସରା ଜାଳି ପୂଜା କଲେ ପୂର୍ଣ୍ଣ ହୁଏ ମାନସିକ…

1 min read

ଭଦ୍ରକ ; ଭଦ୍ରକ ସହରସ୍ତ ସନ୍ଥ ନଗର ସନ୍ଥିଆ ଠାରେ ପବିତ୍ର ଦୂର୍ଗା ପୂଜା ଅବସରରେ ଏକ ନିଆରା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଆ ଦୂର୍ଗାଙ୍କ ମହାଷ୍ଟମୀ ପୂଜାରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ଦୀର୍ଘ ବର୍ଷ ଧରି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି । ଏଥିରେ ଶତାଧିକ ମାନସିକଧାରୀ ଏବଂ ମାନସିକ ପୂର୍ଣ୍ଣ ହୋଇଥିବା ମହିଳା ଏକତ୍ରିତ ହୋଇ ମାଆ ଦୂର୍ଗା ଙ୍କୁ ଝୁଣା ରେ ଆଳତୀ କରିଥିଲେ ।

ମହିଳା ମାନେ ମୁଣ୍ଡରେ ଝୁଣା ସରା ଜାଳି ମାଆ ଦୂର୍ଗା ଙ୍କ ମଣ୍ଡପ ଚାରିପଟେ ସମର୍ପିତ ମନୋଭାବ ନେଇ ପରିକ୍ରମା କରିଥିଲେ। ଯାହା ଭଦ୍ରକ ରେ ଏକ ସମ୍ପୂର୍ଣ୍ଣ ନିଆରା ପରମ୍ପରା । ବର୍ଷ ବର୍ଷ ଧରି ଏହି ନିଆରା ପରମ୍ପରା ସୃଷ୍ଟି କରି ଆସିଛି । ଯାହା କି ଓଡିଶାରେ ଅନ୍ୟତ୍ର ଏଭଳି ବିରଳ ପରମ୍ପରା ଦେଖା ଯାଇନଥାଏ । ତେବେ ମାଆଙ୍କ ମହାଷ୍ଟମୀ ପୂଜା ରେ ଏହି ଝୁଣା ଆଳତୀ ପରିକ୍ରମା କଲେ ମାଆ ଭକ୍ତ ମାନଙ୍କ ର ମନସ୍କାମନା ପୂରଣ କରନ୍ତି ବୋଲି ଶ୍ରଦ୍ଧା ବିଶ୍ୱାସ ରହିଛି ।

Advertisement

ତେଣୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ସନ୍ଥିଆ ଠାରେ ଶହ ଶହ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ ବୋଲି କହିଛନ୍ତି ଶ୍ରଦ୍ଧାଳୁ ଙ୍କ ସହ ପୂଜକ । ତେବେ ଏହି ପୂଜା ଚୈତନ୍ୟ ମହାପ୍ରଭୂ ଙ୍କ ଭଦ୍ରକ ଆଗମନ ସମୟରୁ ଅର୍ଥାତ ୫୦୦ ବର୍ଷ ପୂର୍ବରୁ ହୋଇଆସୁଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply

Your email address will not be published. Required fields are marked *