Pratidin TV

Odisha's Digital News Platform

ନଦୀକୁ ଡେଇଁବା ପୂର୍ବରୁ ଭଉଣୀକୁ ଶେଷ କଲ୍ କରିଥିଲେ ଚନ୍ଦନ…

1 min read

ଭଦ୍ରକ ; ହେଲୋ ଭାଇ ଟିକେ ମୋ ଦେଇକି ଫୋନ ଦେଲ .. ଦେଇ ଶୁଣୁ ମୁଁ ମୋ ଝିଅ ତୃପ୍ତିକୁ ନେଇ ସବୁଦିନ ପାଇଁ ବହୁ ଦୂରକୁ ଚାଲିଯିବି । ମୁଁ ଆଉ ପାରୁନି ମୋର ଆଉ ବଞ୍ଚିବାର ଇଛାନାହିଁ , ମୁଁ ମରିଯିବି ଦେଇ ମୋ ଝିଅକୁ ନେଇ ଯାଉଛି । ଆଜି ଆଉ ଫେରିବିନି ନଦୀକୁ ଡେଇଁ ପଡିବି । ବାସ ଏତିକି କଥାରେ କୁନି ଝିଅ ସେପଟୁ କହୁଛି ବାପା ଫୋନ କଟାଓ ଗାଡି ଚଲାଓ ବାପା …..

ଘଟଣାଟି ଏମିତିକି ଭଣ୍ଡାରିପୋଖରୀ ଥାନା  ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଦାମୋଦର ସାହୁଙ୍କ ପୁଅ ଚନ୍ଦନ ପ୍ରାୟ  ୪ବର୍ଷ ତଳେ ମଂଜୁରୀ ଗ୍ରାମର ଲକ୍ଷ୍ମୀପ୍ରିୟାଙ୍କୁ ବିବାହ  କରିଥିଲେ । ଚନ୍ଦନ ସୁରତ୍‌ରେ ଏକ ସୂତା ମିଲ୍‌ରେ  କାମ କରୁଥିଲେ । ବିବାହ ପରେ ସ୍ୱାମୀ-ସ୍ତ୍ରୀ ସେଠାରେ  ରହୁଥିଲେ । ସେମାନଙ୍କର ଏକ ଶିଶୁ କନ୍ୟା ଜନ୍ମ ହୋଇଥିଲା । ହସଖୁସିରେ ଚାଲିଥିବା ପରିବାରରେ  ହଠାତ୍‌ କଳା ମେଘ ଘୋଟି ଆସିଲା । ଦୁଇ ମାସ ତଳେ  ପାରିବାରିକ ଅଶାନ୍ତିରୁ ପତ୍ନୀ ସୁରତ୍‌ରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ । ସେଠାରେ ଶେଷକୃତ୍ୟ ସାରି ଚନ୍ଦନ ଓ ଅଢ଼େଇ ବର୍ଷର ଶିଶୁକନ୍ୟା ତୃପ୍ତିକୁ ଧରି ଗାଁକୁ ଫେରିଲେ । ଏଠାରେ ଶୁଦ୍ଧି ହୋଇଥିଲେ ।  ଚନ୍ଦନଙ୍କ ଶ୍ୱଶୁର ଘର ପକ୍ଷରୁ ଥାନାରେ ଅଭିଯୋଗ  ହୋଇନଥିଲେ ବି ପଞ୍ଚାୟତ ବସି ବୁଝାମଣା ହୋଇଥିଲା ।  ଶିଶୁ କନ୍ୟା ନାଁରେ ୨ ଲକ୍ଷ ଟଙ୍କା ଫିକ୍ସଡ୍‌ ଡିପୋଜିଟ୍‌  କରିବାକୁ କୁହାଯାଇଥିଲା । 

Advertisement

କିଛି ଦିନ ପରେ ଚନ୍ଦନ ଗାଁରୁ ବାପା, ମା’  ଓ ଝିଅକୁ ଧରି ସୁରତ୍‌ ପଳାଇଥିଲେ । ସେଠାରେ  ମାତ୍ର ୪-୫ ଦିନ ରହିଥିଲେ । ହେଲେ ପତ୍ନୀଙ୍କ କଥା  ବହୁତ ମନେ ପଡ଼ିବାରୁ ଚନ୍ଦନକୁ ସେଠାରେ ମନ  ଲାଗିନଥିଲା । ତେଣୁ ୫ଦିନ ତଳେ ସମସ୍ତେ ପୁଣି  ଗାଁକୁ ଫେରି ଆସିଥିଲେ । ଗାଁକୁ ଆସିବା ପରଠାରୁ  ଚନ୍ଦନ ମାନସିକ ଚାପରେ ରହୁଥିଲେ । ସବୁବେଳେ  ଚୁପ୍‌ଚାପ ରହୁଥିଲେ। 

Leave a Reply

Your email address will not be published. Required fields are marked *