ଅପେକ୍ଷା ସରକାରଙ୍କ ସହାୟତାର ; ଭିନ୍ନକ୍ଷମ ହୋଇବି ଜୀବନ ସଂଗ୍ରାମରେ ହାର ମାନିନାହାନ୍ତି ମଧୁସ୍ମିତା, ଜାତୀୟ ସ୍ଥରରେ ସ୍ଵର୍ଣ ପଦକ ପାଇବା ପରେ ଏବେ ଅନ୍ତର୍ଜାତୀୟକୁ ଆଶା ..
1 min readଭଦ୍ରକ : ହାଣ୍ଡିଗଢିଲେ ଚୁଳି ଜଳେ,ଅନ୍ୟ ପାଇଁ ସୁନ୍ଦର ଜିନିଷ ତିଆରିଟି କରୁଥିବା ମଣିଷଟି,ନିଜ ପରିବାରକୁ ଗଢିପାରେ ନାହିଁ,ଝିଅର ସ୍ବପ୍ନ ପୂରଣ ପାଇଁ ସଂଗ୍ରାମ ଜାରିରଖେ ଅଭାବି ବାପା,ଚାଉଳ ୫କିଲୋ,ଭତ୍ତା ୭୦୦ରେ ଜୀବନ ବନ୍ଧାପଡେ,ତଥାପି ଜୀବନ ସହ ସାଲିସ କରେ ନାହିଁ,ତା ଆଗରେ ଅନେକ ବାଧାବିଘ୍ନ,ଆଖିରେ ଆଖିଏ ସ୍ବପ୍ନ କିଛି କରି ଦେଖାଇବାର ପ୍ରୟାସରେ,ଦୁନିଆ ତାକୁ ଦିବ୍ୟାଙ୍ଗ କହେ କିନ୍ତୁ କିଛି କରିଦେଖାଇବାର ପ୍ରଚେଷ୍ଟା ସେ ଜାରି ରଖନ୍ତି, ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ ବୋଲି ପ୍ରମାଣ କରିଦେଖାନ୍ତି, ଆଶା ବାଡି ତାଙ୍କ ସାଥି,ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେସ୍ବର ପୁର ଗାଁ ପିତା ଭାଗବତ ସାହୁ ମାତା ହେମଲତା ସାହୁଙ୍କ ଝିଅ ମଧୁସ୍ମିତା ସାହୁ,ଅଭାବ ଅନାଟନ ପାଇଁ ପାଠରେ ଡୋରି ବନ୍ଧା ହୋଇଛି,ଆନ୍ତର୍ଜାତୀୟ ଖେଳାଳି ହେବାର ସ୍ବପ୍ନ ତାଙ୍କୁ ଅଶି ଚାଳନା କ୍ଷେତ୍ରରେ ଆଗକୁ ବାଟ କଢାଇଛି।
ରାମେସ୍ବରପୁର ଗାଁରୁ ହରିୟାଣା ପର୍ୟ୍ୟନ୍ତ ଲମ୍ବିଛି ସଫତାର ଯାତ୍ରା, ହରିୟାଣା କନଲରେ ଅନୁଷ୍ଠିତ ୧୫ତମ ଜାତୀୟ ହୁଇଲ ଚେୟାର ଫେନସିଙ୍ଗ ଚମ୍ପିଆନସିପ୨୦୨୩ରେ ଦଳଗତ ବର୍ଗରେ ଓଡିଶା ଚମ୍ପିଆନ ହେବ ସହ ଗ୍ଲୋଲ୍ଡ ମେଡେଲ ହାତେଇଛନ୍ତି ମଧୁସ୍ମିତା ସାହୁ,ପାଲଟିଯାଇଛନ୍ତି ସଭିଙ୍କ ପାଇଁ ସୁନା ଝିଅ,ଚାରିଆଡୁ ମଧୁଙ୍କୁ ଛୁଟୁଛି ଶୁଭେଛାର ସୁଅ। ୨୦୨୨ରେ ଅନୁଷ୍ଠିତ ଓଡିଶା ଚାମ୍ପିଆନସିପ ଏକକ ବର୍ଗରେ ତୃତୀୟ ସ୍ଥାନ ସହ ବ୍ରୋଞ୍ଚ ଜିତିଥିଲେ ମଧୁ। ୨୦୧୮ ରୁ ହୁଇଚେୟାରରେ ବାସ୍କେଟବଲ୍ ରୁ କ୍ୟାରିୟର ଆରମ୍ଭ କରି ଜାତୀୟ ସ୍ତରରେ ଓଡିଶା ପକ୍ଷରୁ ପଞ୍ଜାବରେ ଖେଳିବାକୁ ସୁଯୋଗ ପାଇଥିଲେ।
ମଧୁସ୍ମିତା ସାହୁ
ବାସ୍କେଟବଲ୍ ପରେ ପରେ ସଟଫୁଟ,ଜାବଲିନରେ ମଧ୍ୟ ମେଡାଲ ଜିତିଥିଲେ ମାତ୍ର ଆର୍ଥିକ ଅନଟନ ପାଇଁ ୨୦୧୯ରୁ ଖେଳ ଛାଡିଥିଲେ,ପରେ ମାତ୍ର ଘରେ ବସି ତାଙ୍କ ମନ ମାନିନଥିଲା, ଆନ୍ତର୍ଜାତୀୟ ଖେଳାଳି କୋଚ ରାଖାଲ କୁମାର ସେଠୀଙ୍କ ସହଯୋଗରେ ସଟଫୁଟ,ଜାବଲିନ, ବାସ୍କେଟବଲ ଛାଡି ଅଶିଚାଳନାରେ ମନ ନିବେଶ କରି ତାକୁ ହିଁ କ୍ୟାରିୟର ଭାବି ଆଗକୁ ମାଡି ଚାଲିଲେ । ଜନ୍ମରୁ ଦିବ୍ୟାଙ୍ଗ ଥିବା ମଧୁ ଗୋଡ ଅପରେସନ ପାଇଁ ଅର୍ଥର ଆବଶ୍ୟକତା ପଡିଲା,ସୋସିଆଲ ମିଡିୟାରୁ ଏ ଖବର ପାଇଁ ମୋ ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରତିଷ୍ଠାତା ଅନ୍ତର୍ୟ୍ୟାମୀ ସାହୁ,ସମସ୍ତ ମେଡିକାଲ ଖର୍ଚ୍ଚ ବହନ କଲେ । ଅସହାୟ ମଧୁଙ୍କ ଭାଇ ହୋଇ ଅସମୟରେ ପାଖରେ ଛିଡା ହେଲେ, ଅଶୀ ଚାଳନା କ୍ଷେତ୍ରରେ ଆଗକୁ ଯିବା ପାଇଁ କିଛି ଅର୍ଥ ମଧ୍ୟ ସାହାର୍ୟ୍ୟ କରିଥିଲେ।
ମଧୁଙ୍କ ବାପା
ଖେଳ ସହ ଉପକରଣ ପାଇଁ ଅଧିକ ଅର୍ଥର ଆବଶ୍ୟକତା ପଡୁଥିବାରୁ ସହଯୋଗର ହାତ ବଢାଇଥିଲେ ଧାମନଗର ଯୁବ ବିଧାୟକ ସୁରଜ ସୂର୍ୟ୍ୟବଂଶୀ ମାତ୍ର ଆଗକୁ ଥାଇଲାଣ୍ଡରେ ଇଣ୍ଟର ନ୍ୟାସନାଲ ଚମ୍ପିଅନସିପ୍ ଥିବାରୁ ମଧୁସ୍ମିତାଙ୍କ ପାଇଁ ଅର୍ଥ ହିଁ ବାଧକ ସାଜିଛି ,ସରକାର କେବଳ ଚାଉଳ ୫କିଲୋ, ୭ଶହ ଭତ୍ତା ଟଙ୍କା ଦେଇ ଦାଇତ୍ବ ସାରିଦେଇନ୍ତି । ଥାଇଲାଣ୍ଡରେ ଖେଳିବା ପାଇଁ ମଧୁଙ୍କ ପାଖରେ ଉନ୍ନତ ମାନର ଖେଳ କିଟ କିଣିବାକୁ ଅର୍ଥ ନାହିଁ। ଭଦ୍ରକ ଜିଲ୍ଲାପ୍ରଶାସନ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କୌଣସି ଅନୁଷ୍ଠାନର ବଦନ୍ୟୟ ବ୍ୟକ୍ତି ତାଙ୍କୁ ସାହାର୍ୟ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି। ମୁଁ ଅଶି ଚାଳନା କ୍ଷେତ୍ରରେ ଯେଉଁ ଶିକ୍ଷା ପାଇଛି ଭବିଷ୍ୟତରେ ମୁଁ ଦିବ୍ୟାଙ୍ଗ ଭାଇଭଉଣୀ ମାନଙ୍କୁ ଶିଖାଇବି ବୋଲି କହିଛନ୍ତି ମଧୁସ୍ମିତା।ସେ ପ୍ରମାଣ କରିଦେଇଛନ୍ତି ଦିବ୍ୟାଙ୍ଗ ଅକ୍ଷମ ନୁହେଁ ସକ୍ଷମ,ପାଲଟିଯାଇଛନ୍ତି ସଭିଙ୍କ ପାଇଁ ସୁନା ଝିଅ।