Pratidin TV

Odisha's Digital News Platform

ସାଧା ପୋଷାକରେ ବୁଲୁଥିଲେ ମହିଳା ପୋଲିସ , ଜାଣିପାରିଲାନି ରୋଡ୍ ରୋମିଓ ଧରିଦେଲା ହାତ ଆଉ ତାପରେ ….

1 min read

ଭଦ୍ରକ୍ ; କାଳିପୂଜା ନେଇ ଚଳଚଞ୍ଚଳ ପୁରା ଭଦ୍ରକ ସହର । ମାଙ୍କ ପାଇଁ ସଜେଇ ହୋଇଛି ଭଦ୍ରକ । ଛୁଟିଛି ଶ୍ରଦ୍ଧାଳୁଙ୍କ ଗହଳି ଜମିଛି ପୂଜା । ନାନା ରଙ୍ଗ ବେରଙ୍ଗର ଜିନିଷ ପତ୍ର ସହ ଲାଇଟରେ ସଜା ହୋଇଥିବା ଦୋଳି ଆଖି ଲାଗୁଯାଉଥିଲା । କିନ୍ତୁ ଏସବୁ ଭିତରେ ସାମ୍ନାକୁ ଆସିଥିଲା ଏକ ଦୃଶ୍ୟ ଯାହାକୁ ଦେଖି ସେଠି କିଛି ସମୟ ପାଇଁ ସ୍ତବ୍ଧ ହୋଇ ଯାଇଥିଲେ ଦର୍ଶକ ।

କାରଣ ଦୁଇଜଣ ଯୁବତୀ ଏକ ଯୁବକର କଲର ଧରି ଟାଣି ଟାଣି ନେବାର ଦୃଶ୍ୟ ସାମ୍ନାକୁ ଆସିଥିଲା । କାହିଁକି ନା ଭିଡ ଭିତରେ ସେହି ୨ ଯୁବତୀଙ୍କ ସହ ଆହୁରି ଅନେକ ଯୁବତୀଙ୍କୁ କମେଣ୍ଟ ମାରିବା ସହ ଭିଡ ଦେଖି ସେମାନଙ୍କୁ ହାତକୁ ଟାଣି ଦେଉଥିଲା ଯୁବକ / ରୋଡ ରୋମିଓ । ଯାହା ପାଇଁ ସେଇ ଦୁଇ ଯୁବତୀ ତାକୁ ଟାଣି ଟାଣି ନେଇ ପିସିଆର ଗାଡିରେ ପୁରାଇ ଦେଇଥିଲେ । ସବୁଠୁ ବଡ କଥା ହେଲା ସେ ଯୁବତୀ ଦୁହେଁ କୌଣିସ ସାଧାରଣ ଯୁବତୀ ନଥିଲେ ବରଂ ସାଧା ପୋଷାକରେ ୨ ମହିଳା ପୋଲିସ ଥିଲେ । ଯିଏ ପୂଜା ମାହୋଲର ସବୁ ଗତିବିଧି ଉପରେ ନଜର ଦେଉଥିଲେ । ଏବଂ ପୂଜା ସମୟରେ ଶୃଙ୍ଖଳିତ ମାହୋଲ ପାଇଁ ଏଭଳି କିଛି ବଦମାସ ଓ ରୋଡ ରୋମିଓଙ୍କୁ ସାଇଜ୍ କରିବାକୁ ପୁରା ଜଗିକି ରହିଛନ୍ତି ଏହି ଲେଡି ସିଙ୍ଘମ୍ ।

Advertisement

Leave a Reply

Your email address will not be published. Required fields are marked *