Pratidin TV

Odisha's Digital News Platform

(ଭିଡିଓ)ସାବଧାନ ! ସୁରକ୍ଷିତ ନୁହେଁ ଆପଣଙ୍କ ଗାଡି ଡିକ୍କି , ଏପରି ଲୁଟିନେଉଛନ୍ତି ଲୁଟେରା ..

ଭଦ୍ରକ : କଣ ଆପଣମାନେ ନିଜ ବାଇକ୍ ଡିକ୍କିରେ ଜରୁରୀ କାଗଜ ପତ୍ର ,ଟଙ୍କା , ସୁନାଗହାଣା କିମ୍ବା ଅନ୍ୟକିଛି ଜିନିଷ ରଖୂଛନ୍ତି କି ? ଭୁଲରେବି କରନ୍ତୁ ନାହିଁ ଏପରି କାମ କାରଣ ଆପଣଙ୍କର ଏହି ସାମନ୍ୟ ଭୁଲ ପଡିପାରେ ଆପଣଙ୍କ ଉପରେ ଭାରି ।

ନିକଟରେ ଏକ ଏଭଳି ଘଟଣା ଘଟିଯାଇଛି ଯାହା ଜାଣିଲା ପରେ ଆପଣମାନେ ନିଜ ବାଇକ୍ ଡିକ୍କିରେ ଜରୁରୀ ଜିନିଷ ରଖିବା ପୂର୍ବରୁ ଶହେ ଥର ଭାବିବେ । ଶୁକ୍ରବାର ସବାରାଙ୍ଗ ଥାନା ବାକ୍ସ ପଦା ଗ୍ରାମର ଶଶିକାନ୍ତ ପୃଷ୍ଟି ନାମକ ବ୍ୟକ୍ତିଙ୍କ ସାଙ୍ଗରେ ଘଟିଯାଇଛି ଏଭଳି ଏକ ଅଘଟଣ । ଶଶିକାନ୍ତ ଗତକାଲି ଅପରାହ୍ନ ୩ ଟା ସମୟରେ ଚରମ୍ପା ନିକଟରେ ଏକ ଷ୍ଟେଟ ବ୍ୟାଙ୍କ ବଗ୍ଧଜ୍ଞ ରୁ ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ଆସି ଦେଖିବା ବେଳକୁ ତାଙ୍କ ଗାଡ଼ି ଡିକି ଭାଙ୍ଗି ଡିକିରେ ଥିବା ନଗଦ ୪୦୦୦୦ ଟଙ୍କା ଓ ୪ଟି ମୁଦି ଯାହାର ଓଜନ ପ୍ରାୟ ୮ ଗ୍ରାମ ଓ ୨୫ଗ୍ରାମର ପୁରୁଣା ସୁନା ସହ କିଛି ବ୍ୟାଙ୍କ ପାସବୁକ୍ ଓ କିଛି ଗୁରୁତ୍ତ୍ଵ ପୂର୍ଣ୍ଣ କାଗଜ ପତ୍ର କିଏ ଡିକି ଭାଙ୍ଗି ନେଇଯାଇଛନ୍ତି , ଏ ନେଇ ଶଶିକାନ୍ତ ସହରାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *