Pratidin TV

Odisha's Digital News Platform

ରାସ୍ତା କଡରେ ଶୋଇଥିଲେ ଶ୍ରମିକ, ଅର୍ଦ୍ଧ ରାତ୍ରରେ ମାଡିଗଲା ଟ୍ରକ

1 min read

ଭଦ୍ରକ : ଭଦ୍ରକର ଭଣ୍ଡାରୀ ପୋଖରୀ ଛକ ନିକଟରେ ଆଜି ଭୋରର ସମୟରେ ଏକ ହୃଦୟ ବିଦାରକ ଅଘଟଣ ଘଟିଯାଇଛି । ସୂଚନା ଅନୁଯାୟୀ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଛକ ନିକଟରେ ରାଜପଥ ସମ୍ପ୍ରସାରଣର କାମ ଚାଲିଛି । ଏନେଇ କିଛି ଠିକା ଶ୍ରମିକଙ୍କୁ ଡିବିଏଲ କମ୍ପାନୀ ଏହି କାମ ଦେଇଥିଲା । ଏଥିରେ ନିୟୋଜିତ ୧୦ ଜଣ ଅଣଓଡିଆ ଶ୍ରମିକ ଗତକାଲି ରାତିରେ କାମସାରି ରାଜପଥର ଏକ କଡରେ ତମ୍ବୁ ଟାଣି ଶୋଇଥିଲେ ।

ଆଜି ଭୋର ସମୟରେ ହଠାତ୍ ଏକ ବାଲି ବୋଝେଇ ଡ୍ରର୍ମ୍ପର ତମ୍ବୁ ଉପରକୁ ମାଡିଯାଇଥିଲା । ଘଟଣା ସ୍ଥଳରେ ଜଣେ ଶ୍ରମିକର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ୪ ଜଣ ଶ୍ରମିକ ଘଟଣା ସ୍ଥଳରେ ବୁଦ୍ଧି ଘଟାଇ ସେଠାରୁ ଦୈଡି ପଳାଇଯିବା ଦ୍ୱାରା ସେମାନେ ବିଶେଷ ଭାବେ ଆହତ ହୋଇନାହାନ୍ତି ।

Advertisement

ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରମାନଙ୍କୁ ଭଣ୍ଡାରୀପୋଖରୀ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଏହାପରେ ସେଠାରେ ପୁନଶ୍ଚ ପହଞ୍ଚି ଲୋକମାଙ୍କୁ ପଚରା ଉଚରା କରିବା ସହ ଏପରି ବିଭତ୍ସ କାଣ୍ଡ ଘଟାଇ ଫେରାଇ ହୋଇଯାଇଥିବା ଡ୍ରମ୍ଫରର ଡ୍ରାଇଭରକୁ ଖୋଜାଖୋଜି ଚଲାଇଛି । ତେବେ ସେ ୧୦ ଜଣ ଯୁବକଙ୍କ ଘର ଆନ୍ଦ୍ରପ୍ରଦେଶ ବୋଲି ପୋଲିସ ସୂଚନାରୁ ଜଣାପଡିଛି । କିନ୍ତୁ ମୃତକଙ୍କ ପରିଚୟ ଏଯାଏଁ ଜଣାପଡିନାହିଁ ବୋଲି କହିଚି ପୋଲିସ ।

Leave a Reply

Your email address will not be published. Required fields are marked *