Pratidin TV

Odisha's Digital News Platform

ସାବାସ୍ ସରପଞ୍ଚ ବାବୁ ; ନିଜ ଦରମା ଟଙ୍କାରେ ତିଆରି କଲେ ଗାଁ ରାସ୍ତା

1 min read

ଭଦ୍ରକ : ନିଜ ପକେଟ ଖର୍ଚ୍ଚରୁ ଗାଁ ରାସ୍ତା ନିର୍ମାଣ କଲେ ସରପଞ୍ଚ । ନିଜେ ମଧ୍ୟ ରାସ୍ତା ନିର୍ମାଣ ବେଳେ ଗାଁ ଲୋକଙ୍କ ସହ ଗାଁ ଦାଣ୍ଡା ରାସ୍ତାରେ ନାଲି ଗୋଡ଼ି ପଥର ମୁଣ୍ଡେଇ କି ପକାଇଲେ ସରପଞ୍ଚ। ଖୁସି ହୋଇ ଗାଁର ସମସ୍ତେ ସରପଞ୍ଚଙ୍କ ପାଇଁ ମାରିଲେ ତାଳି। ସାବାସ୍ ସରପଞ୍ଚ ବାବୁ କହି ପ୍ରଶଂସା ପରେ ପ୍ରଶଂସା କଲେ ଗ୍ରାମବାସୀ । ଯଦି ଏମିତି ସରପଞ୍ଚ ସବୁ ବ୍ଲକରେ ରହିବେ ତେବେ ରାଜ୍ୟର ବିକାଶକୁ କିଏ ରୋକିପାରିବ ?

ଏମିତି କିଛି କାମ କରି ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ପୁନଚନ୍ଦ୍ର ମାଝୀ। ନିଜ ପଞ୍ଚାୟତ ଥିବା କୋଟିସିରା ଗ୍ରାମ ର ମଙ୍ଗଳା ଗାଁ, ଯେଉଁ ଗାଁ ରେ ୩୦ ପରିବାର ବାସ କରୁଥିବା ବେଳେ ପ୍ରାୟ ୨୦୦ ଲୋକେ ବାସ କରିଥାନ୍ତି । କିନ୍ତୁ ବହୁଦିନ ଧରି ରାସ୍ତା ନଥିବା ବେଳେ ଉକ୍ତ ଗ୍ରାମର ରାସ୍ତା ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସରପଞ୍ଚ ପୁନଚନ୍ଦ୍ର ମାଝୀ ନିଜ ପକେଟ ଖର୍ଚ୍ଚ ରୁ ୩୫ ହଜାର ଖର୍ଚ୍ଚ କରି ଗାଁ ଦାଣ୍ଡରେ ରାସ୍ତା ନିର୍ମାଣ କରିଛନ୍ତିା ଆଉ ନିଜ ମଧ୍ୟ ଗାଁ ଲୋକଙ୍କ ରହି ରାସ୍ତା ନିର୍ମାଣ ବେଳେ ମୁଣ୍ଡରେ ନାଲି ଗୋଡ଼ି ମୁଣ୍ଡେଇ ଗାଁ ଦାଣ୍ଡରେ ପକାଇଛନ୍ତି ।

Advertisement

ପଞ୍ଚାୟତ ନିର୍ବାଚନରେ ଉକ୍ତ ଗାଁରେ ପ୍ରଚାର ପ୍ରସାର ସମୟରେ ଗାଁ ଲୋକଙ୍କ ପ୍ରତି ସୁଦ୍ଧା ଦେଇଥିଲେ । ମୁଁ ସରପଞ୍ଚ ହେଲେ ଆପଣଙ୍କ ଗାଁ କୁ ରାସ୍ତା କରିବି। ଆଉ ପଞ୍ଚାୟତ ନିର୍ବାଚନରେ ବିଜୟୀ ମଧ୍ୟ ହୋଇଥିଲା। କିନ୍ତୁ ସରପଞ୍ଚ ହେଲା ପରେ ଉକ୍ତ ଗାଁକୁ ସରକାରୀ ପଇସା ତଥା ଅନୁଦାନରେ ରାସ୍ତା କରିବା ପାଇଁ ବିଫଳ ହୋଇଛନ୍ତି। କାହିଁକି ନା ଗାଁ ଭିତରକୁ ପ୍ରବେଶ ପାଇଁ କୈାଣସି ସରକାରୀ ରାସ୍ତା ନାହିଁ। ଫଳରେ ଉକ୍ତ ଲୋକଙ୍କ ସାହାଯ୍ୟରେ, ଲୋକଙ୍କୁ ବୁଝାସୁଝା କରି ସର୍ବ ସାଧାରଣ ଯାଗାରେ ଏକ ରାସ୍ତା ନିର୍ମାଣ କରିବାକୁ ସରପଞ୍ଚ ପୁନଚନ୍ଦ୍ର ଚେଷ୍ଟା କରିବା ସହ, ଏକ ରାସ୍ତା ନିର୍ମାଣ କରିଛନ୍ତି।

ଯାହାକୁ ନେଇ ଉକ୍ତ ସାହିର ଲୋକମାନେ ଖୁସି ଥିବା ବେଳେ, ସରପଞ୍ଚ ଙ୍କ ଏଭଳି କାର୍ଯ୍ୟକୁ ନେଇ ମଧ୍ୟ ଗାଁ ଲୋକେ ମଧ୍ୟ ତାଳି ମଧ୍ୟ ମାରିଛନ୍ତି। ଆଉ ସରପଞ୍ଚ ପୁନଚନ୍ଦ୍ର ମାଝୀ ଉକ୍ତ ପଞ୍ଚାୟତର ଖୁବ ଚର୍ଚ୍ଚାରେ ରହିଛନ୍ତି।

Leave a Reply

Your email address will not be published. Required fields are marked *