Pratidin TV

Odisha's Digital News Platform

ବାପାଙ୍କ କଷ୍ଟ ଦେଖାଇଲା ରାସ୍ତା ; ସିକ୍ୟୁରିଟି ଗାର୍ଡଙ୍କ ପୁଅ ବନିଲେ IAS

1 min read

ଭଦ୍ରକ ; କଥାରେ ଅଛି କଷ୍ଟ ହିଁ ଦେଖାଏ ସଫଳତା ର ରାସ୍ତା । ଆଜିର ସମାଜ ରେ ଯେତେବେଳେ ଅନେକ ଛାତ୍ରଛାତ୍ରୀ ସଫଳତା ଛୁଇଁ ନପାରିଲେ ପରିବାର ଆର୍ଥିକ ଦୁରବସ୍ଥା କୁ ଦାୟୀ କରିଥାଆନ୍ତି । କିନ୍ତୁ ଏମିତି ବି ଅନେକ ପିଲା ଅଛନ୍ତି ଯେଉଁମାନେ ବାପା ଓ ମା ଙ୍କ କଷ୍ଟ କୁ ଦେଖି ନିଜ ଭବିଷ୍ୟତ ପାଇଁ କଣ୍ଟକିତ ପଥ କୁ ସଫଳତା ର ରାସ୍ତା ରେ ପରିବର୍ତ୍ତନ କରନ୍ତି । ଆମେ ଏମିତି ଏକ ପ୍ରେରଣାଦାୟକ ଯୁବକଙ୍କ କଥା କହିବୁ ଯିଏ ନିଜ ବାପାଙ୍କ ପାଇଁ ଆଜି ବନିପାରିଛନ୍ତି ସଫଳ ମଣିଷ । ଜଣେ ସିକ୍ୟୁରୀଟି ଗାର୍ଡ ଙ୍କ ପୁଅ ଆଜି ବନିଯାଇଛନ୍ତି IAS ।

କଷ୍ଟ ଶୁଣନ୍ତି ହରି । ଏମିତି ବି ସମୟ ଆସେ ନିଜ ପିଲା ର ଭବିଷ୍ୟତ କୁ ନେଇ ବାପା ଓ ମା ଅନେକ ସ୍ୱପ୍ନ ଦେଖନ୍ତି । ପିଲା ଙ୍କ ଭବିଷ୍ୟତ ପାଇଁ ନିଜେ କଷ୍ଟ କୁ ବରଣ କରନ୍ତି । ଯଦି ପିଲା ମାନେ ବାପା ଓ ମା ଙ୍କର ଏହି କଷ୍ଟ କୁ ଉପଲବ୍ଧି କରନ୍ତି । ତାହାହେଲେ ସଫଳତା ପାଇବା କେବେ ବି ସ୍ୱପ୍ନ ହୋଇ ରହିବ ନାହିଁ । ଭଦ୍ରକ ଜିଲ୍ଲା ର ଏକ ଘରୋଇ ସ୍କୁଲ ରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରୁଛନ୍ତି ବିହାର ରାଜ୍ୟ ରାଞ୍ଚି ର ପୱନ କୁମାର ସିଂ । ସେ ଘର ଛାଡ଼ି ଭଦ୍ରକ ରେ ରହି କାମ କରୁଛନ୍ତି । କିନ୍ତୁ ହଠାତ ସ୍କୁଲ ରେ ଆଜି ପୱନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଯେଉଁ ସ୍କୁଲ ର ଛାତ୍ରଛାତ୍ରୀ ଙ୍କ ପାଇଁ ସିକ୍ୟୁରୀଟି ଗାର୍ଡ ପୱନ ଅଙ୍କଲ ଦିନ ରାତି କାମ କରୁଥିଲେ ସେହି ଛାତ୍ରଛାତ୍ରୀ ଙ୍କୁ ମିଠା ବାଣ୍ଟିଛି ସ୍କୁଲ । ସମସ୍ତ ଙ୍କ ସମ୍ମୁଖ ରେ ଆଜି ଉଦାହରଣ ହୋଇଛନ୍ତି ପୱନ । କାରଣ ତାଙ୍କ ପୁଅ ଏଥର UPSC ପରୀକ୍ଷା ରେ ସର୍ବଭାରତୀୟ ସ୍ଥର ରେ ୬୭ ରାଙ୍କ ହାସିଲ କରିଛନ୍ତି । ଆଉ ଏହି ଖବର ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ଙ୍କ ସମ୍ମୁଖ ରେ ଗାର୍ଡ ଙ୍କ ପୁଅ ର ସଫଳତା ବଖାଣି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଛନ୍ତି ।

ପୱନ ସିଂ ବହୁ ବର୍ଷ ହେବ ଓଡିଶା ରେ ରହି ଆସୁଛନ୍ତି । ସେ ପୁଅ ଅତୁଲ ସିଂ ର ପାଠ ପଢା ପାଇଁ ସବୁପ୍ରକାର କଷ୍ଟ କରିଛନ୍ତି । ତେବେ ପୁଅ ଅତୁଲ ପୂର୍ବରୁ ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟ କରୁଥିଲେ । ପରେ ଚାକିରୀ ଛାଡି ଆଇ ଏ ଏସ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ଓ ଏଥର ୬୭ ସ୍ଥାନ ରେ ରହିଲେ । ତେବେ ପୱନ ଙ୍କ କହିବା କଥା ରେ ପୁଅ ଦିନକୁ ୧୪ ଘଣ୍ଟା ପାଠ ପଢୁଥିଲେ । ମୁଁ ବାହାରେ ରହିଲେ ମଧ୍ୟ ମା ଆଶା ସିଂ ସବୁ କ୍ଷେତ୍ର ରେ ପୁଅ କୁ ସହଯୋଗ କରୁଥିଲେ । ଆଜି ପୁଅ ର ସଫଳତା ଆଗରେ ସେ ଗର୍ବିତ । ପୱନ ଙ୍କ ସାଥି ସିକ୍ୟୁରୀଟି କହନ୍ତି ମୋତେ ବି ଖୁବ ଗର୍ବ ଲାଗୁଚି , ମୋ ସାଙ୍ଗ ର ପୁଅ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି । ତେବେ ପୁଅ ଆଇ ଏ ଏସ ପାଇବା ଖବର ଶୁଣି ଏବେ ସିକ୍ୟୁରୀଟି ଅଙ୍କଲ ଙ୍କ ପ୍ରତି ଛାତ୍ରଛାତ୍ରୀ ଙ୍କ ସମ୍ମାନ ମଧ୍ୟ ବଢି ଯାଇଛି । ଦିନେ ସ୍କୁଲ ର ସିକ୍ୟୁରୀଟି ଗାର୍ଡ ପୱନ ଅଙ୍କଲ ଆଜି ସ୍କୁଲରେ ଷ୍ଟାର । କାରଣ ତାଙ୍କ ପରିଶ୍ରମ କୁ ସାକାର କରିଛନ୍ତି ପୁଅ , ଆଉ ଛାତ୍ରଛାତ୍ରୀ କହୁଛନ୍ତି ଏହି ଖବର ନିଶ୍ଚିତ ଉଦାହରଣ ।

Leave a Reply

Your email address will not be published. Required fields are marked *