(ଭିଡିଓ) ଶ୍ରାବଣ ମାସରେ ଅଲୌକିକ ଘଟଣା : ଶିବ ମନ୍ଦିରରେ ସିମେଣ୍ଟ ତିଆରି ନନ୍ଦି ଭକ୍ତଙ୍କ ହାତରୁ ପିଇଲେ କ୍ଷୀର …..
1 min readଭଦ୍ରକ : ଶ୍ରାବଣ ମାସରେ ଘଟିଲା ଅଲୌକିକ ଘଟଣା । ଭକତ ହାତରୁ କ୍ଷୀର ପିଇଲେ ନନ୍ଦି ମହାରାଜ, ଆଜ୍ଞା ହଁ ଆଜି ଆମେ ଏମିତି ଏକ ଅଲୌକିକ ଘଟଣା ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣଙ୍କ ହାତ ଭକ୍ତିରେ ଆପେ ଆପେ ଯୋଡ଼ି ହୋଇଯିବ । ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନ ଗୁଡ଼ପାଳ ଗ୍ରାମର ଥିବା ଶିବ ମନ୍ଦିରରେ ଘଟିଯାଇଛି ଏଭଳି ଏକ ଅଲୌକିକ ଘଟଣା ଯାହା ଦେଖଣାହାରୀଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିଦେଇଛି ।
ଆଜ୍ଞା ହଁ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ଵାସ କରିପାରିବେ ନାହିଁ। ସିମେଣ୍ଟରେ ତିଆରି ନନ୍ଦି ମହାରାଜ ଭକ୍ତଙ୍କ ହାତରୁ ପାଣି /କ୍ଷୀର ପିଉଛନ୍ତି ତେବେ ସୋମବାର ସକାଳେ ମନ୍ଦୀରକୁ ପୂଜା କରିବା ପାଇଁ ଆସିଥିବା ଯୁବତୀ ଜଣକ ପୂଜା କରିବା ପରେ ନନ୍ଦି ମହାରାଜଙ୍କୁ ଆଞ୍ଜୁଳାରେ ପାଣି ଦେଉଥିଲେ ଆଉ ନନ୍ଦି ମହାରାଜ ପାଣି ସବୁ ପିଇ ଦେଲେ ଏହା ଦେଖି ଯୁବତୀ ଜଣକ ଆଶ୍ଚର୍ଯ୍ୟ ହୋଇ ଗ୍ରାମର ଅନ୍ୟମାନଙ୍କୁ ଡାକିଥିଲେ । ତେବେ ଗ୍ରାମବାସୀ ମାନେ ଝିଅର କଥା ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ । କିନ୍ତୁ ଜଣେ ଜଣେ କରି ସେମାନେ ମଧ୍ୟ ନନ୍ଦି ମହାରାଜଙ୍କୁ ପାଣି /କ୍ଷୀରଦେବାରୁ ସବୁ ପିଇ ଦେଇଥିଲେ ନନ୍ଦି ମହାରାଜ।
ତେବେ ଏପରି ଏକ ଅଲୌକିକ ଘଟଣା ପ୍ରଘଟ ହେବା ପରେ ଆଖ ପାଖ ଅଞ୍ଚଳରୁ ନନ୍ଦି ବାବାଙ୍କ ଅଲୌକିକ ଦେଖିବା ପାଇଁ ସୁଅ ଛୁଟି ଥିଲା। ଗ୍ରାମବାସୀଙ୍କ କହିବା ଅନୁସାରେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ ହେବ ସେହି ସ୍ଥାନରେ ବାବା ପାର୍ବତୀ ପତି ପୂଜା ହୋଇ ଆସୁଥିବା ବେଳେ ପୂର୍ଣିମା ପରଠାରୁ ଆଜି ଶ୍ରାବଣ ମାସ ପ୍ରଥମ ସୋମବାରରେ ଏପରି ଅଲୌକିକ ଘଟଣା ଘଟିବାରୁ ସେହି ସ୍ଥାନରେ ଏକ ମନ୍ଦୀର ନିର୍ମାଣ କରିବାକୁ ପ୍ରଶାସନକୁ ଦାବୀ କରିଛନ୍ତି ଗ୍ରାମବାସୀ । ତେବେ ନନ୍ଦିବାବାଙ୍କ ଏପରି ଅଲୌକିକ ଘଟଣା ପୂରା ଜିଲ୍ଲାରେ ଚହଳ ସୃଷ୍ଟି କରିଛି । କିଛି ଲୋକ ଏହାକୁ ଅଲୌକିକ ବା ଭଗବାନଙ୍କ ଚତ୍ମକାର କହୁଥିବା ବେଳେ ଅନେକ ଏହା ପଛରେ କିଛି ବୈଜ୍ଞାନିକ କାରଣ ଥିବା କହିଛନ୍ତି । ତେବେ ପ୍ରକୃତରେ କଣ ନନ୍ଦି ମହାରାଜ୍ ଏପରି ଚତ୍ମକାର ଦେଖାଇଛନ୍ତି । ନା ଏସବୁ ପଛରେ ଆଉ କିଛି ରହସ୍ୟ ଲୁଚି ରହିଛି ।