ଭକ୍ତଙ୍କ ଭକ୍ତିର ଶକ୍ତି : ବଜାରରୁ ଆଣିଥିଲେ ତରୁଭୂଜ , କାଟିବା ପୂର୍ବରୁ ତରୁଭୂଜରେ ଦର୍ଶନ ଦେଲେ ‘ମହାପ୍ରଭୁ ଜଗନ୍ନାଥ’
1 min readଭଦ୍ରକ : କଥାରେ ଅଛି ଭକ୍ତିରେ ଭଗବାନ । ଭକ୍ତି ଥିଲେ ସେ କେଉଁ ରୂପରେ କେମିତି ଦର୍ଶନ ଦିଅନ୍ତି ସେ ଭଗବାନଙ୍କି ହିଁ ଜଣା । ସତରେ ସେ ନିରାକାର, ନିରାମୟ । ନିଜର ଭକ୍ତକୁ ଟିକିଏ ଖୁସି ଦେବାପାଇଁ ସବୁ ଅସମ୍ବବକୁ କରିଦିଅନ୍ତି ସମ୍ଭବ । ଯିଏ ଯେମିତି ଡାକିବ ପ୍ରଭୁ କାଳିଆ ସାଆନ୍ତି ତାକୁ ସେମିତି ରୂପେ ଦେଖାଦେବ, ଦୁôଖଟିର ଦୁଃଖ ଦୂର କରିବେ । ଗୁରୁବାର ଏକ ଆଶ୍ଚର୍ଯ୍ୟଜନକ ଚତ୍ମକାର ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅପ୍ରତିବିନ୍ଧା ଗ୍ରାମରେ ।
ଗତକାଲି ସଞ୍ଜୀବ ଦାସ୍ ନାମକ ବ୍ୟକ୍ତି ନିଜ ୧ ବର୍ଷ ପୁଅର ଚୁଟି ପକାଇବା ନିମନ୍ତେ ସପରିବାରେ ପୁରୀ ଯାଇଥିଲେ । ସେଠାରୁ କାଳିଆ ଦର୍ଶନ କରି ସାରି ଘର କୁ ଫେରୁଥିବା ସମୟରେ ବାଟରୁ ଏକ ତରଭୂଜ କିଣିଥିଲେ । ଆଜି ସକାଳୁ ଯେତେ ବେଳେ ସଞ୍ଜୀବଙ୍କ ପତ୍ନୀ ତରଭୁଜକୁ କାଟିବା ପାଇଁ ଆଣିଲେ । ସେ ତରୁଭୂଜକୁ ଚାହିଁ ରହିଯାଇଥିଲେ । କାରଣ ତରୁଭୂଜ ଉପରେ ତାଙ୍କୁ ପ୍ରଭୁ ଜଗନ୍ନାଥଙ୍କ ପ୍ରତିଛବି ଦେଖାଦେଇଥିଲା । ଏହାପରେ ସେ ସ୍ୱାମୀ ସଞ୍ଜୀବଙ୍କୁ ଡାକି ଦେଖାଇଥିଲେ । ଦୁହେଁ ଭଗବାନଙ୍କ ପ୍ରତିଛବିକୁ ତରୁଭୂଜ ଉପରେ ଦେଖି ଆଶ୍ଚର୍ଯ୍ୟ –ଚକିତ ହୋଇପଡିଥିଲେ । କିଛି ସମୟ ପାଇଁ ସେ ସବୁକିଛି ବୁଲି ସେଇ ତରୁଭୂଜକୁ ହିଁ ଚାହିଁ ରହିଥିଲେ । କଥାଟି ପ୍ରାଚର ହେବାରୁ ଆଖପାଖରୁ ମଧ୍ୟ ଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ଦାର ଛୁଟିଥିଲା । ତେବେ ସଞ୍ଜୀବ ସେଇ ତରୁଭୂଜକୁ ନିଜ ଠାକୁର ଘରେ ରଖି ପୂଜା କରୁଥିବା ଖବର ବର୍ତ୍ତମାନ ଭଦ୍ରକରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏନେଇ ସଞ୍ଜୀବଙ୍କ ଭାଇ କହନ୍ତି ଯେ ସଞ୍ଜୀବ ପିଲାଟି ଦିନରୁ ହିଁ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ସଞ୍ଜୀବଙ୍କ ଭକ୍ତିଭାବ ରହିଛି । ସେ ଜଗନ୍ନାଥଙ୍କ ଛବି ଆଙ୍କିବା ସହ ସବୁବେଳେ ପ୍ରଭୁଙ୍କ ଭଜନ କିର୍ତ୍ତନ ଗାନ କରନ୍ତି । ସେଥିପାଇଁ ବୋଧେ ଭଗବାନ ଏଭଳି ରୂପେ ସଞ୍ଜୀବକୁ ଦେଖା ଦେଇଛନ୍ତି ।