ସ୍ୱାମୀକୁ ଶଶୂର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ, ନ୍ୟାୟ ଦାବିରେ ଏସପି ଅଫିସ ସମ୍ମୁଖୀରେ ଧାରଣା …
1 min readଭଦ୍ରକ : ଭଦ୍ରକ ଜିଲ୍ଲା ପିରହାଟ ଥାନା ଅନ୍ତର୍ଗତ ସିନ୍ଦୋଳ ପଂଚାୟତ ଅରୁଆ ଗ୍ରାମର କମଳା କାନ୍ତ ବେହେରା ଙ୍କ ପୁଅ ହୂରସିକେଶ ବେହେରା ଦୀର୍ଘ ୮ବର୍ଷ ହବ କେନ୍ଦ୍ରାପଡ଼ା ଜିଲ୍ଲାର ବଲୁରିଆ ଗ୍ରାମର ପୁର୍ଣଚନ୍ଦ ବେହେରା ଙ୍କ ଝିଅ ସୁଜାତା ବେହେରାଙ୍କୁ ବିବାହ କରିଥିଲେ । ବିବାହର ଦୀର୍ଘଦିନ ବିତିଯିବା ପରେ ସ୍ଵାମୀ ହୂରସିକେଶ ଙ୍କ କିଡନୀ ରୋଗ ବାହାରିବା ପରେ ତାଙ୍କ ଚିକିତ୍ସା କରିବାରେ ଲାଗିପଡିଥିଲେ ସୂଜାତା ।
ତେବେ ଟଙ୍କା ଖର୍ଚ୍ଚ କରିବା ପାଇଁ ସୂଜାତାଙ୍କୁ ଶଶୂର ଘରଲୋକ ମନାକରିବାରୁ ସେ ନିଜ ବାପଘରକୁ ଗତ ଜାନୁୟାରୀ ୨୨ ତାରିଖ ଦିନ ପଇସା ପାଇ ଯାଇଥିଲେ। କିନ୍ତୁ ହଠାତ୍ ସେହି ଦିନ ରାତିରେ ତାଙ୍କ ସ୍ବାମୀଙ୍କର ମୃତ ଖବର ପଡୋଶୀ ଙ୍କ ଠାରୁ ଶୁଣିବାକୁ ପାଇ ଶଶୂର ଘରକୁ ଧାଇଁ ଆସିଥିଲେ ପତ୍ନୀ । କିନ୍ତୁ ସେଠାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ଶଶୁର ଘର ଲୋକଙ୍କ ଅକଥନୀୟ ନିର୍ଯ୍ୟାତନା । ନା ତାଙ୍କୁ ନିଜ ସ୍ୱାମୀଙ୍କୁ ଶେଷ ଥର ପାଇଁ ଦେଖିବାକୁ ଦେଇଥିଲେ ନା ଛୁଆଁଇ ଦେଇଥିଲେ । ସୂଜାତାଙ୍କୁ ସୁଦ୍ଧି ମଧ୍ୟ କରାଇନଥିବା ସେ କହିଛନ୍ତି । ଏନେଇ ଅସହାୟ ସୂଜାତା ନ୍ୟାୟ ଦାବିରେ ଏସପି ଅଫିସ୍ ସାମ୍ନାରେ ଧାରଣ ଦେଇଛନ୍ତି । ତେବେ ଏହା ପୂର୍ବରୁ ୫ ଥର ସୂଜାତା ପିରହାଟ ଥାନାକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ଏସଆଇ ବାବୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଶେଷରେ ବାଧ୍ୟ ହୋଇ ସୂଜାତା ଏସପି ଅଫିସ୍ ସମ୍ମୁଖରେ ଧାରଣା ଦେଇଛନ୍ତି ।
ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖି ସୂଜାତା କହିଛନ୍ତି ଯେ ତାଙ୍କ ଶଶୁର ଘରର ସପରିବାର ଶାଶୁ ,ଶଶୂର,ଦିଅର,ଖୁସିଶାଶୁ ଏବଂ ଖୁର୍ତାଶୂର ମିଶି ତାଙ୍କ ସ୍ୱାମୀକୁ ସୁପରିକଳ୍ପିତ ଭାବେ ହତ୍ୟା କହିଛନ୍ତି । କାରଣ ସୂଜାତା ଠିକ୍ ଟଙ୍କା ଆଣିବାକୁ ଯାଇଥିବା ଦିନହିଁ କାହିଁକି ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଲା । ତେବେ ଦେଖିବା ବାକିି ରହିଲା ଯେ ସପୃକ୍ତ ଘଟଣା ଉପରୁ କେତେ ଶୀଘ୍ର ପରଦା ଉଠୁଛି । ଏନେଇ ଭଦ୍ରକ ଏସପି କେତେଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି!