Pratidin TV

Odisha's Digital News Platform

ଆଜିଠୁ ରାଜସ୍ଥାନରେ ଆରମ୍ଭ ହେଲା ଭଜନଲାଲ ଶର୍ମାଙ୍କ ଶାସନ…

1 min read

ଆଜିଠୁ ରାଜସ୍ଥାନରେ ଆରମ୍ଭ ହେଲା ଭଜନଲାଲ ଶର୍ମାଙ୍କ ଶାସନ । ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ନିଜ ୫୬ତମ ଜନ୍ମଦିନରେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କଲେ ଶପଥ । ରାଜ୍ୟପାଳ କାଲରାଜ ମିଶ୍ରା ୩ ଜଣଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜସ୍ଥାନ ରାଜଧାନୀ ଜୟପୁର ସ୍ଥିତ ଆଲବର୍ଟ ହଲ୍ ପରିସରରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ରାଜନାଥ ସିଂଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ରହିଛନ୍ତି ।

ସେହିପରି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦୀୟା ସିଂହ ଓ ପ୍ରେମଚାନ୍ଦ ବୈରୱା ।

Leave a Reply

Your email address will not be published. Required fields are marked *