Pratidin TV

Odisha's Digital News Platform

ବାହନଗା ଟ୍ରେନ ଟ୍ରାଜେଡି ; ମିଳିଲାନି ପରିଚୟ , ଦୀର୍ଘ ୪ ମାସ ପରେ ଜଳିଲା ଅଲୋଡା ମୃତଦେହ …

1 min read

ଭୁବନେଶ୍ୱର ; ମୃତ୍ୟୁର ଦୀର୍ଘ ୪ ମାସ ପରେ ଜଳିଲା ଅଲୋଡା ମୃତଦେହ । ଆଜି ଭୁବନେଶ୍ୱର ଏମସ୍ ହ୍‌ସପିଟାଲରେ ଥିବା ୨୮ ଟି ଅଚିହ୍ନା ମୃତଦେହର ଶବ ସଂସ୍କାର କରାଯାଇଛି । ବିଏମସି ଅଧିକାରୀଙ୍କ ଉପସ୍ଥିତିରେ ଏହି ସଂସ୍କାର କାମ ଶେଷ ହୋଇଛି ।

ଜୁନ୍ ୨ ରେ ବାହାନଗାର ଛାତିଥରା ରେଳ ଦୁର୍ଘଟଣାରେ ୨୭୫ ମୃତଦେହକୁ ଭୁବନେଶ୍ୱରର ୩ ଟି ହସ୍ପିଟାଲରେ ରଖାଯାଇଥିଲା। ତେବେ ସେମାନଙ୍କ ଡିଏନଏ ସହ ବିଭିନ୍ନ ପର୍ଯ୍ୟାୟକରଣ ପରେ ନିଜନିଜ ପରିବାର ଲୋକଙ୍କ ହାତରେ ଦିଆଯାଇଥିଲା । ଡିଏନଏ ଟେଷ୍ଟ ପରେ ସାଢ଼େ ୪ ମାସ ହେବ ଭୁବନେଶ୍ୱର ଏମ୍ସ ପରିସରରେ କଣ୍ଟେନରରେ ୨୮ଟି ମୃତଦେହ ରଖାଯାଇଥିଲା। କିନ୍ତୁ ଏହି ଘଟଣାକୁ ୪ ମାସ ଉପରେ ହୋଇଯାଇଥିଲେ ମଧ୍ୟ ୨୮ ମୃତଦେହର କେହି ଦାବିଦାର ନ ଆସିବାରୁ ଆଜି ଏହି ସବୁ ମୃତଦେହକୁ ସଂସ୍କାର କରାଯାଇଛି। ।

Advertisement

Leave a Reply

Your email address will not be published. Required fields are marked *