Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ଭଣ୍ଡ ରଙ୍ଗିଲା ବାବାର ଭାଣ୍ଡାମୀ, ତନ୍ତ୍ରମନ୍ତ୍ର କରି ଝିଅଙ୍କୁ କରୁଥିଲା ବଶୀଭୂତ …

1 min read

ଫିଟୁଛି ଭଣ୍ଡ ରଙ୍ଗିଲା ବାବାର ଭାଣ୍ଡାମୀ । ତିଗିରିଆର ଭଣ୍ଡବାବା କୈବଲ୍ୟ ଜାନିର ଗୁମର ଫିଟାଇଲେ ଯୁବତୀଙ୍କ ବାପା । କେମିତି ଯୁବତୀକୁ ଅପହରଣ କରିବାକୁ ବାବା ଯୋଜନା କରିଥିଲା। ଗ୍ରହ ଶାନ୍ତି କଥା କହି ଯୁବତୀଙ୍କ ପରିବାର ଲୋକଙ୍କୁ ଭୁତେଇ ଥିଲା ।

ଝିଅକୁ ଦେଖିବା ପରଠୁ ବାବା ନିଜ ମନ୍ଦ ଉର୍ଦ୍ଦେଶ୍ୟ ରଖି ବାରମ୍ବାର କରୁକୁ ଆସୁଥିଲେ । ହେଲେ ଝିଅର ବାପା ମା ଭଣ୍ଡର ଚାଲ ବୁଝିନପାରି ତାକୁ ଘରକୁ ଯଜ୍ଞ କରି ଗ୍ରହ ଶାନ୍ତି କରିବାକୁ ନିମନ୍ତ୍ରଣ ଦେଇଥିଲେ । ଆଉ ପୂଜା ମୌକା ଦେଖି ଝିଅକୁ ଅପହରଣ କରି ନେଇଗଲା ତିଗିରିଆର ଭଣ୍ଡ ବାବା କୈବଲ୍ୟ । ଅଭିଯୋଗ ପରେ ଢ଼େଙ୍କାନାଳ ସଦର ପୋଲିସ୍ ରଙ୍ଗିଲା ବାବା କୁ ଗିରଫ କରି ପୁଣି ଛାଡିଦେଇଛି । କାରଣ ଯେଉଁ ଝିଅକୁ ବାବାଙ୍କ ଠାରୁ ଉଦ୍ଧାର କରାଯାଇଛି ସେ ହିଁ ପୋଲିସ ଆଗରେ ବୟାନ ଦେବାକୁ ମନା କରିଦେଇଛି ।

Advertisement

ଅନ୍ୟପଟେ ଝିଅଙ୍କ ବାପା-ମାଙ୍କ ଅଭିଯୋଗ ଯେ ବାବା ଝିଅ କୁ ଝରକା ଗ୍ରିଲ ତାଡି ହରଞ୍ଚାଲ କରିଥିଲା । ବାପା, ମା ଓ ଝିଅ ପରିବାର କୁ ୭ ବର୍ଷ କାଳ ତନ୍ତ୍ର ମନ୍ତ୍ର ଦ୍ଵାରା ବଶୀଭୂତ କରି ରଖିଥିଲା । ଘରେ କଳି ଝଗଡ଼ା କରାଇ ପୁଣି ଘରେ ଶାନ୍ତି ପାଇଁ ହୋମ ଯଜ୍ଞ କରୁଥିଲା ଭଣ୍ଡ ବାବା । ବାବା ବିରୁଦ୍ଧରେ ସେ ଝିଅ ପୋଲିସ କୁ କିଛିବି ବୟାନ ନଦେବାରୁ ବାବା କୁ ପୋଲିସ ସିନା ଛାଡ଼ିଲା ମାତ୍ର ସେ ଲମ୍ପଟ ରଙ୍ଗିଲା ର କାମନା ବାସନା ରଙ୍ଗ ଆଉ କେଉଁ ପରିବାର କୁ ଛାର ଖାର ନ କରିବ ବୋଲି ମାନେ ନାହିଁ ତେଣୁ ତାକୁ ଜେଲ ଦଣ୍ଡ ଦାବି କରିଛନ୍ତି ଝିଅ ବାପା ଓ ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *