Pratidin TV

Odisha's Digital News Platform

ସୁନାମ ଆଣିଲେ ଦୁଇ ସୁନା ଝିଅ , ହେଲେ ବ୍ଲକ ଟପ୍ପର ..

1 min read

ଭଞ୍ଜନଗର ; ସୁନାମ ଆଣିଲେ ଦୁଇ ସୁନାଝିଅ। ମାଟ୍ରିକ ବୋର୍ଡ ପରୀକ୍ଷା ରେ ୯୬.୫% ପ୍ରତିଶତ ମାର୍କ ରଖି ଭଞ୍ଜନଗର ବ୍ଲକ ପାଇଁ ଟପର ହୋଇଛନ୍ତି ଦୁଇ ଛାତ୍ରୀ।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଡିହ ପଢାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ସଙ୍ଗୀତା ଗୌଡ଼ ଦଶମ ବୋର୍ଡ ପରୀକ୍ଷା ରେ ୯୭.୩% ପ୍ରତିଶତ ମାର୍କ ରଖି ଭଞ୍ଜନଗର ବ୍ଲକ୍ ପାଇଁ ଟପ୍ପର ହୋଇଛନ୍ତି। ଆଜି ରେଜଲ୍ଟ ବାହାରିବା ପରେ ୬୦୦ ମାର୍କ ରୁ ୫୮୪ ମାର୍କ ରଖି A1 ରେ ଥିବା ଜାଣିବା ପରେ ବହୁତ ଖୁସି ହୋଇଥିଲେ। ପରିବାର ଓ ବନ୍ଧୁ ବର୍ଗ ଖୁସି ହେବା ସହ ପରସ୍ପର କୁ ମିଠା ଖୁଆଇଥିଲେ ।

ବାପା ଗୋବିନ୍ଦ ଗୌଡ଼ ମା ସୁନୀତା ଗୌଡ଼ ଙ୍କ ଏକ ମାତ୍ର ଝିଅ ହେଉଛି ସଙ୍ଗୀତା ।ବାପା ନାଗାଲାଣ୍ଡ ରେ ରହି ରାଜ ମିସ୍ତ୍ରୀ ଭାବେ କାମ କରୁଛନ୍ତି।ନିଜ ଗାଁ ସାର୍ଦୋଳ ହୋଇଥିବା ବେଳେ ଭଞ୍ଜନଗର ନିଗମାନନ୍ଦ ମାର୍ଗ ରେ ଏକ ଭଡ଼ା ଘରେ ମା ଙ୍କ ସହିତ ରୁହନ୍ତି ସଙ୍ଗୀତା।ଘରେ ଅଧିକ ଚାରିଘଣ୍ଟା ପାଠ ପଢାରେ ସମୟ ଦେଉଥିଲେ। ସଫଳତାର ଶ୍ରେୟ ବାପା ମା ଓ ଗୁରୁଜୀ ଗୁରୁମା ଙ୍କୁ ଦେଇଛନ୍ତି ଆଗକୁ ଡ଼ାକ୍ତର ହେବାକୁ ଲକ୍ଷ୍ୟ ମଧ୍ୟ ରଖିଛନ୍ତି ସଙ୍ଗୀତା।

ସେହିଭଳି ଭଞ୍ଜନଗର ଡିହ ପଢ଼ାଳ ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ରୀ ମୌସୁମୀ ପ୍ରଧାନ ଦଶମ ବୋର୍ଡ ପରୀକ୍ଷାରେ ୬୦୦ ମାର୍କ ରୁ ୫୭୯ ମାର୍କ ରଖି ବ୍ଲକରେ ଦ୍ୱୀତୀୟ ସ୍ଥାନରେ ରହିଛନ୍ତି।ବାପା କବିରାଜ ପ୍ରଧାନ ମା ବନିତା ପ୍ରଧାନ ଙ୍କ ଝିଅ ହେଉଛନ୍ତି ମୌସୁମି।ବାପାଙ୍କ ପୈତୃକ ଗାଁ ବ୍ରାହ୍ମଣଛାଇ ହୋଇଥିବା ବେଳେ ଦୀର୍ଘ ବର୍ଷ ହେଲା ଭଞ୍ଜନଗରରେ ରହି ବିଦ୍ୟୁତ୍ ବିଭାଗ ରେ ଲାଇନ୍ ମେନ୍ ଭାବେ ଚାକିରି କରୁଛନ୍ତି।ମୌସୁମୀ ଙ୍କ ସଫଳତା ପଛରେ ବାପା ମା ଓ ଗୁରୁଜୀ ଗୁରୂମାଙ୍କ ଆଶୀର୍ବାଦ ରହିଥିବା କହିଛନ୍ତି।ଆଗକୁ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ମୌସୁମି। ନିଷ୍ଠା ଓ କଠିନ ପରିଶ୍ରମ କରି ଭଞ୍ଜନଗର ବ୍ଲକ ପାଇଁ ସୁନାମ ଆଣିଛନ୍ତି ଦୁଇ ସୁନା ଝିଅ।

Leave a Reply

Your email address will not be published. Required fields are marked *