Pratidin TV

Odisha's Digital News Platform

ନକଲି ବାବାଙ୍କ କାରବାର ଉପରେ ପୋଲିସର ଲାଗିଲା ନଜର, ଥାନାକୁ ଆଣିଲା ଉଠାଇ …

1 min read

ଗଞ୍ଜାମ : ଧରାପଡିଲେ ଡିଜିଟାଲ ବାବ ଓରଫ ନକଲି ବାବା । ଲୋକଙ୍କ ଚଖମା ଦେଇ ହେଉଥିଲା ମାଲାମାଲା । ଏବେ ଏହି ବାବାଙ୍କ କଳାକାରନାମା ପଦାରେ ପଡିଛି । ଭଞ୍ଜନଗର ଥାନା ଦୁର୍ଗାପ୍ରସାଦ ନିକଟରେ ଜଣେ ଯୁବକଙ୍କ ଦ୍ୱାରା ଅଟକ ହେଲେ ନକଲି ବାବା । ନିଜକୁ ସାଧୁ କହି ଲୋକଙ୍କ ବିଶ୍ୱାସ ଜିତୁ ଥିଲେ । ହେଲେ ପଛରେ ଅସାଧୁ କାର୍ଯ୍ୟରେ ଲିପ୍ତ ଥିଲେ ବାବା । ସେ ଆଉ କେହି ନୁହେଁ ସେ ହେଉନ୍ତି ଜ୍ଞ୍ୟାନନନ୍ଦ ସରସ୍ୱତୀ ବାବା ଓରଫ ପିଙ୍କା ଭୂୟାଁ । ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର ପୋଲିସ ନକଲି ବାବାଙ୍କୁ ଗିରଫ କରିଛି । ଏହି ବାବାଙ୍କୁ କେହି କେହି ଡିଜିଟାଲ ବାବା ମଧ୍ୟ କହନ୍ତି । ପାଖରେ ସ୍ମାର୍ଟଫୋନ ଓ ଲାପଟପ ବ୍ୟବହାର କରି ଲୋକଙ୍କ ବିଭିନ୍ନ କଥାଭାଷା ଫଟୋ ଭିଡ଼ିଓ ସଂଗ୍ରହ କରି ବ୍ଲାକମେଲ କରିବା ଓ ସାମାଜିକ ଗଣ ମାଧ୍ୟମରେ ବଡ଼ବଡ଼ ଲୋକଙ୍କୁ ଟାର୍ଗେଟ କରିବା ଥିଲା ବାବାଙ୍କ କାମ । ବାବାଙ୍କ ଏଭଳି କାର୍ଯ୍ୟକଳାପ ଜାଣିବା ପରେ ତାଙ୍କ ନାଁରେ ଅଭିଯୋଗ କରିଛନ୍ତି କରଚୁଲି ଆଶ୍ରମର ସ୍ୱାମୀ ସତ୍ୟାନନ୍ଦ ଗିରି ।

ତାଙ୍କୁ ମାରିବା ପାଇଁ ମଧ୍ୟ ଯୋଜନା କରୁଥିବା ସେ ପ୍ରକାଶ କରିବା ସହ ଭଞ୍ଜନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଗତକାଲି ରାତିରେ ଗଞ୍ଜାମ କନ୍ଧମାଳ ସୀମା ଦୁର୍ଗାପସାଦ ନିକଟରେ କିଛି ଯୁବକ ବାବାଙ୍କୁ ଅଟକ ରଖିଥିଲେ । ପରେ ପୋଲିସ କୁ ଖବର ଦେଇଥିଲେ । ପୋଲିସ ପହଂଚି ନକଲି ବାବାଙ୍କୁ ଗିରଫ କରି ଥାନା କୁ ଆଣି ପଚରା ଉଚରା କରିବା ପରେ ୮୯୦/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛିା ବାବା ହାତରେ ଧରିଥିବା ଏକ ବାଡ଼ି କୁ ଛାଡ଼ୁନଥିବା ବେଳେ ଏହାକୁ ନେଇ ଅନେକ କଥା କୁହାଯାଇଛି, ବିଭିନ୍ନ ସ୍ଥାନରେ ରହି ଲୋକଙ୍କ କିଛି ତଥ୍ୟ ହାସଲ କରି ବ୍ଲାକମେଲ କରୁଥିବା ଭଳି କାର୍ଯ୍ୟ କରି ଟଙ୍କା ଆଦାୟ କରୁଥିଲେ ବାବା ବୋଲି ଶୁଣିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *