ଭାରତ ଫାଇନାନ୍ସ ମହିଳା କର୍ମଚାରୀଙ୍କୁ ପଥରରେ ଛେଚି ହତ୍ୟା, ଘଟଣାସ୍ଥଳରେ ପୋଲିସର ଛାନଭିନ ଆରମ୍ଭ…
1 min readଦେଓଗଡ : ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା, ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୧ ଟା ସମୟରେ ହତ୍ୟା କରାଯାଇଛି । ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳର ରୀତା ସାହୁ ବୋଲି ଜଣାପଡିଛି ।
ଭାରତ ଫାଇନାନ୍ସ ଅଫିସରେ ରାତି ପ୍ରାୟ ୧୧ ଟା ସମୟରେ ନିଜ କାମ ସାରି ରୀତା ଭିତିରିଆ ସାହି ଠାରେ ଥିବା ନିଜର ଭଡା ଘରକୁ ବାହାରିଥିଲେ । ମାତ୍ର ଅଫିସ ସମ୍ମୁଖରେ ୨ ଜଣ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଥିବା ସଂନ୍ଦେହ କରାଯାଉଛି । ରୀତା ଅଫିସ ବାହାରେ ନିଜ ସ୍କୁଟିରେ ବସିବାକୁ ଯାଉଥିବା ବେଳେ ହଠାତ ୨ ଜଣ ଯୁବକ ଆକ୍ରମଣ କରିଥିଲେ । ପ୍ରଥମେ ଛୁରି ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ । ପରେ ପଥର କଚାଡି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ରୀତାଙ୍କ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ମାନେ ଦୌଡି ଆସିଥିଲେ । ମାତ୍ର ରୀତାଙ୍କୁ ବଂଚାଇ ପାରିନଥିଲେ ।
ଅଫିସର ଅନ୍ୟ କର୍ମଚାରୀ ମାନେ ପୋଲିସକୁ ଖବର ଦେଇ ରୀତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇ ଦେବଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସକାଳୁ ସାଇଂଟିଫିକ ଟିମ ପହଂଚି ନମୁନା ସଂଗ୍ରହ କରିଥିଲେ । ମାତ୍ର ରୀତାଙ୍କୁ କିଏ ଓ କାହିଁକି ହତ୍ୟା କରାଗଲା ସ୍ପଷ୍ଟ ଜଣାପଡିନାହିଁ ।