Pratidin TV

Odisha's Digital News Platform

ଦେବଗଡ଼ ଜଘନ୍ୟ ହତ୍ୟା ମାମଲା ; ଅଭିଯୁକ୍ତ ପ୍ରେମିକ ସହ ସହଯୋଗୀ ଗିରଫ୍

ଦେଓଗଡ : ଭାରତ ଫାଇନାନ୍ସ କର୍ମଚାରୀ ରୀତା ସାହୁ ହତ୍ୟା ମାମଲା ରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କ୍ରାଇମ ସିନ ରିକ୍ରିଏସନ କରିଛି ।ଗତ ମଙ୍ଗଳବାର ରାତିରେ ଦେବଗଡ ପୌରାଞ୍ଚଳ ପ୍ରଧାନପାଟ ରାସ୍ତାରେ ବେସରକାରୀ ଫାଇନାନ୍ସ କମ୍ପାନୀରେ କାର୍ୟ୍ୟରତ ଜଣେ ଯୁବତୀଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଥିବା ବେଳେ ୫ ଦିନ ପରେ ପୋଲିସ ଏହି ଘଟଣାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ପଣ୍ଡଲୋଇ ଗାଁର ଜଣେ ଯୁବକଙ୍କ ଓ ତାର ସାଥି ସଂପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା । ସଂପୃକ୍ତ ଯୁବକଙ୍କ ପରିଚୟ ବନମାଳୀ ସାଣ୍ଢୁଙ୍କ ପୁଅ ଅଶ୍ବିନୀ ସାଣ୍ଢୁ ଓ ତାର ସାଥି ସମ୍ବଲପୁର ଦାନୀପାଲି ଅଞ୍ଚଳର ବୋଲି ଜଣାପଡିଛି ।

ଏହି ଘଟଣାରେ ଦେବଗଡ଼ ଆଦର୍ଶଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକଙ୍କ ନେତୃତ୍ଵରେ ୨ଟି ସ୍ବତନ୍ତ୍ର ଟିମ ଗଠନ କରାଯାଇ ୨ଜଣଙ୍କୁ ଅଲଗା ଅଲଗା ଜାଗାରୁ ଗିରଫ କରିବା ସହିତ ଅଧିକ ତଦନ୍ତ କରୁଥିବା ଦେବଗଡ଼ ପୋଲିସ କହିଛି।

ଗତ ମଙ୍ଗଳବାର ରାତି ୧୧ରେ ରୀତା ଅଫିସରୁ ବାହାରିବା ବେଳେ ଅଫିସ ଆଗରେ ଜଗିଥିବା ଦୁଇଜଣ ଦୁର୍ବୁତ୍ତ ତାଙ୍କୁ ଛୁରୀରେ ଭୁଷିବା ସହ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିଲେ। ଏକତରଫା ପ୍ରେମ ପାଇଁ ହିଁ ରୀତାଙ୍କୁ ହତ୍ୟା କରାଯାଇଛି ।
ସେପଟେ ଏହି ଘଟଣାପରେ ସହରରେ କାର୍ୟ୍ୟରତ ମହିଳାମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭିନ୍ନ ବେସରକାରୀ ସଂସ୍ଥାରେ ଚାକିରୀ କରୁଥିବା ମହିଳାମାନଙ୍କୁ ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ କାମ କରାଉଥିବା ସଂସ୍ଥା ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଜି ଦେବଗଡ କଂଗ୍ରେସ ଓ ମହିଳା ସଂଗଠନର ମହିଳା ମାନେ ଏସପି ଅଫିସ ଘେରାଉ କରି ଏକ ଦାବି ପତ୍ର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *