Pratidin TV

Odisha's Digital News Platform

ଆସିଗଲା ବିଜେପିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା , ଖଟ୍ଟରଙ୍କୁ ମିଳିଲା ଟିକେଟ ..

1 min read

ଲୋକ ସଭା ନିର୍ବାଚନ ପୁରାପୁରି ପ୍ରସ୍ତୁତ ଭାରତୀୟ ଜନତା ପାର୍ଟି । ନିର୍ବାଚନରେ ଲଢିବା ପାଇଁ ଆରମ୍ଭ ହୋଇଗଲାଣି କସରତ । ଏହାରି ମଧ୍ୟରେ ଆଜି ବିଜେପି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୭୨ ଜଣଙ୍କର ନାମ ପ୍ରକାଶ ପାଇଛି । ଏହି ପ୍ରାର୍ଥୀ ତାଲିକାରେ ଅନୁରାଗ ଠାକୁର , ଏବଂ ନୀତିନ ଗଡକରୀଙ୍କ ନାମ ସହ ଅନେକ ହେଭିୱେଟ ନେତାଙ୍କ ନାମ ମଧ୍ୟ ରହିଛି । ତେବେ ଏହି ପ୍ରାର୍ଥୀ ତାଲିକାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମୋନହର ଲାଲ ଖଟ୍ଟରଙ୍କ ନାମ ମଧ୍ୟ ପ୍ରକାଶ ପାଇଛି ।

ପୂର୍ବଭଳି ଗଡକରୀ ମହାରାଷ୍ଟ୍ରର ନାଗପୁରରୁ ନିର୍ବାଚନ ଲଢ଼ିବେ । ଏବଂ ପୂର୍ବଭଳି ମନୋହର ଲାଲ ଖଟ୍ଟର କର୍ଣ୍ଣଲ ବିଧାନ ସଭାରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ତେବେ ବିଜେପି ଆଜି ଯେଉଁ ୭୨ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେଥି ମଧ୍ୟରୁ ଗୁଜୁରାଟର ୧୦ , ହରିୟାଣାର ୬ , କର୍ଣ୍ଣାଟକାର ୨୦, ହିମାଚଳ ପ୍ରଦେଶର ୨, ମଧ୍ୟପ୍ରଦେଶର ୫, ମହାରାଷ୍ଟ୍ରର ୨୦, ତେଲେଙ୍ଗାନାର ୬, ଦିଲ୍ଲୀ ଓ ଉତ୍ତରାଖଣ୍ଡର ୨ଟି ଲେଖାଏ ଓ ତ୍ରିପୁରା ଓ ଦାଦ୍ରା -ନଗରହାଭେଳିରୁ ଜଣେ ଲେଖାଏ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।

Leave a Reply

Your email address will not be published. Required fields are marked *