Pratidin TV

Odisha's Digital News Platform

ଭରତପୁର ଥାନା ହାଇଡ୍ରାମା ମାମଲା : ସାମ୍ନାକୁ ଆସିବ ସବୁ ସତ , ପୋଲିସ ଏବଂ ପୀଡିତାଙ୍କର ହେବ ପଲିଗ୍ରାଫ ଟେଷ୍ଟ !

1 min read

ଭରତପୁର ଥାନାରେ ହାଇଡ୍ରାମା ମାମଲା । ଆଜି ସାରା ଦେଶକୁ ଦୋହଲାଇ ଦେଇଛି । ଏହି ଘଟଣା ଦିନ କୁ ଦିନ ନୂଆ ମୋଡ଼ ନେଉଛି । କିଏ ଦୋଷୀ କିଏ ନିର୍ଦୋଷ ଗୋଲକ ଧନ୍ଦାରେ ପଡିଛି ପୋଲିସ ପ୍ରଶାସନ । କାରଣ ସୋସିଆଲ ମିଡିଆରେ ଘୁରି ବୁଲୁଛି ପିଡୀତାଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ । ଯାହାକୁ ଦ୍ୱନ୍ଦ୍ୱ ରେ ରହିଛି କ୍ରାଇମବ୍ରାଞ୍ଚ । ତେବେ ଏହାରି ମଧ୍ୟରେ ମେଜରଙ୍କ ବାନ୍ଧବୀଙ୍କର ବୟାନ ରେକର୍ଡ ସରିଥିବା ବେଳେ ଆଜି ମେଜରଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ଯାହାପରେ ସାମ୍ନାକୁ ଆସିଛି ନୂଆ ନୂଆ ତଥ୍ୟ । ଗତକାଲି ମେଜରଙ୍କ ବାନ୍ଧବୀଙ୍କର ବୟାନ ରେକର୍ଡ ହୋଇଥିବାବେଳେ ସୂଚନା ମିଳିଛି ଯେ ପୀଡିତଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ । ତେବେ କାହିଁକି ଲାଏ ଡିଟେକ୍ସନ କରିବାକୁ ଚାହୁଁଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ? ମେଜରଙ୍କ ବାନ୍ଧବୀଙ୍କ ବୟାନରେ ରହୁନି କି ତାଳମେଳ? ମେଜର ଓ ତାଙ୍କ ବାନ୍ଧବୀ ସେଦିନ ରାତିର ଘଟଣାକୁ ନେଇ ମିଛ କହୁଥିବା ନେଇ ସନ୍ଦେହ କରୁଛି କି ତଦନ୍ତକାରୀ ସଂସ୍ଥା? ଯଦିଓ ଏନେଇ କେହି ସ୍ପଷ୍ଟ କରିନାହାନ୍ତି, କିନ୍ତୁ ହଠାତ୍ ଭରତପୁର ଘଟଣାର ତଦନ୍ତ ପାଇଁ ସାଇବର କମ୍ପଲେକ୍ସରେ ପହଞ୍ଚିଛନ୍ତି ପୁଲିସ ଡିଜି । ମାମଲାର ତଦନ୍ତ ଦାୟିତ୍ବ ନେଇଥିବା କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଓ ଆଇଜି ସିଫିନ ଅହମ୍ମଦଙ୍କ ସହ ତଦନ୍ତର ଅଗ୍ରଗତି ନେଇ ଆଲୋଚନା କରିଛନ୍ତି ଡିଜିପି ୱାଇ.ବି ଖୁରାନିଆ ।

ଅନ୍ୟପଟେ ନୂଆ ନୂଆ ଭିଡିଓ ସାମ୍ନାକୁ ଆସିବା, ପୂରା ଘଟଣାକୁ ବିଭ୍ରାନ୍ତ କରୁଛି। ସାମନାକୁ ଆସିଥିବା ସିସିଟିଭି ଫୁଟେଜକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୁଲିସ ଅଧିକାରୀ ଅମରେଶ ପଣ୍ଡା । ସେପଟେ ମାମଲାରେ ନିଲମ୍ବିତ ପୁଲିସ ଅଧିକାରୀଙ୍କ ପରିବାରବର୍ଗ, ପୁଲିସ ସେବା ଭବନ ଆଗରେ ଧାରଣା ଦେବା ସହ ପୁଲିସ କମିସନରଙ୍କୁ ଭେଟି ନ୍ୟାୟ ଦାବି କରିଛନ୍ତି । ଏବେବି କ୍ରାଇମ୍ରବାଞ୍ଚ ତଦନ୍ତ ଶେଷ ହୋଇନାହିଁ। ତଦନ୍ତ ଆଗକୁ ବଢ଼ିବା ସହ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଉଛି। ତେବେ ପୋଲିସ ମେଜର ଏବଂ ପିଡୀତଙ୍କ ପଲିଗ୍ରାଫି ଟେଷ୍ଟ ପାଇଁ ସମ୍ମତି ଲୋଡିଛି । ଏଥିପାଇଁ କୋର୍ଟରେ ଆବେଦନ କରିବା ପରେ ନିଲମ୍ବିତ ଥାନା ଅଧିକାରୀ ଏବଂ ନିଲମ୍ବିତ ପୋଲିସ ଅଧିକାରୀଙ୍କ ର ପଲିଗ୍ରାଫି ଟେଷ୍ଟ କରାଯିବ ।ଏଥିପାଇଁ ପାଞ୍ଚ ପୋଲିସ ଅଧିକାରୀ ସମ୍ମତି ପ୍ରକାଶ କରିଥିବା ସୁଚନା ମିଳିଛି । କୋର୍ଟ ଅନୁମତି ଦେବାପରେ ଏହି ଟେଷ୍ଟ କରାଯିବ ।

Advertisement

Leave a Reply

Your email address will not be published. Required fields are marked *