Pratidin TV

Odisha's Digital News Platform

କମିଶନ ନିକଟରେ ହାଜର ହେଲେ ମେଜର ଓ ବାନ୍ଧବୀ , ହେଲେ ଆସିଲେନି IIC ଙ୍କ ସହ ୪ ପୋଲିସ ଅଧିକାରୀ ।

1 min read

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସର ନିର୍ଯ୍ଯାତନା ଘଟଣା । ଆଜି ସମସ୍ତ୍ ପକ୍ଷ କମିଶନ ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଅଭିଯୁକ୍ତ ସମସ୍ତ ପୋଲିସ ଅଧିକାରୀ, ମେଜର ଓ ତାଙ୍କ ବାନ୍ଧବୀ ସହ ରାସ୍ତାରେ ଗଣ୍ଡଗୋଳ କରିଥିବା ଯୁବକ ମାନଙ୍କୁ ମଧ୍ୟ କମିଶନ ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଘଟଣାରେ ସମୃକ୍ତ ଥିବା ସମସ୍ତେ ବ୍ୟକ୍ତିଗତ ଭାବେ ହାଜର ହେବେ ନଚେତ୍ ନିଜର ଓକିଲ ମାଧ୍ୟମରେ ନିଜର ପକ୍ଷ କମିଶନ ନିକଟରେ ରଖିପାରିବେ । ୧୦.୩୦ ସୁଦ୍ଧା ସମସ୍ତେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସର୍ବମୋଟ ୧୬ ଜଣଙ୍କୁ କମିଶନ ପକ୍ଷରୁ ସମନ କରାଯାଇଛି । ସତ୍ୟପାଠ ଦାଖଲ ସମୟ ସରିବା ପରେ ଆଜି ପ୍ରଥମ ସାକ୍ଷ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବେ ଜଷ୍ଟିସ ଚିତ୍ତ ରଂଜନ ଦାସ କମିଶନ । ଏହି ମାମଲାରେ କମିଶନ ଙ୍କ ନିକଟରେ ୫୦୦ ରୁ ଅଧିକ ସତ୍ୟପାଠ ଦାଖଲ ହୋଇଥିଲା ।

Advertisement

ଅନ୍ୟପଟେ କମିଶନ ନିକଟରେ ମେଜର ଓ ବାନ୍ଧବୀ ଆଜି ହାଜର ହୋଇଥିବା ବେଳେ , ମୂଖ୍ୟ ଅଭିଯୁକ୍ତ ଥାନା ଅଧିକାରି ଦୀନ କୃଷ୍ଣ ମିଶ୍ର ଓ ନିଲମ୍ବିତ ହେଇଥିବା ଅନ୍ୟ ୪ ଜଣ ପୋଲିସ ଅଧିକାରୀ ନିଜେ ହାର ହୋଇ ନାହାନ୍ତି ବରଂ ଓକିଲଙ୍କ ଜରିଆରେ ନିଜ ପକ୍ଷ ରଖିଛନ୍ତି । ସେହିଭଳି ଗଣ୍ଡଗୋଳ ଆରମ୍ଭ କରିଥିବା ଛାତ୍ର ମାନଙ୍କ ପକ୍ଷରୁ ତାଙ୍କ ଓକିଲ ହାଜର ହେଇଛନ୍ତି । ସେମାନେ ନିଜେ ବ୍ୟକ୍ତିଗତ ଭାବେ ଆସିନାହାନ୍ତି ।

Leave a Reply

Your email address will not be published. Required fields are marked *