Pratidin TV

Odisha's Digital News Platform

ଭରତପୁର କାଣ୍ଡ ; ପୀଡିତାଙ୍କ ବାପା ମାଗିଲେ ନ୍ୟାୟ , କହିଲେ ତୁରନ୍ତ ୫ ପୋଲିସଙ୍କୁ ଗିରଫ୍ କରାଯାଉ ….

1 min read

ଭୁବନେଶ୍ୱର ; ଭାରତପୁରର ଲୋମ ଟାଙ୍କୁରା ଘଟଣା ପୁରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଗୋଟେ ପରେ ଗୋଟେ ଭିଡିଓ ସାମ୍ନାକୁ ଆସିବା ପରେ ଫିଟୁଛି ୧୪ ସେପ୍ଟେମ୍ବର ରାତିର ଗୁମର । ଗୋଟେ ପଟେ ଅଙ୍କିତାଙ୍କୁ ଦୋଷୀ ସଜାଇବାକୁ ଅନେକ ଆଡୁ ଚେଷ୍ଟାଚଳାଯାଇଥିବା ବେଳେ କିନ୍ତୁ, ପୋଲିସର ଏଭଳି ଜଘନ୍ୟ ଅପରାଧକୁ ଲୁଚାଇପାରୁନାହାନ୍ତି ପ୍ରଶାସନର କିଛି ଅନ୍ଧଭକ୍ତ ।

ଏସବୁ ଭିତରେ ନିଜ ମୁହଁ ଖୋଲିଛନ୍ତି ପୀଡିତା ଅଙ୍କିତା ପ୍ରଧାନଙ୍କ ବାପା ବ୍ରିଗେଡିୟର ଅନ୍ତର୍ଯାମୀ ପ୍ରଧାନ । ଏଏନଆଇ ସହ କଥାବାର୍ତ୍ତା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ମାମଲାରେ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରି ବସାଇଦେବା ଯଥେଷ୍ଟ ନୁହେଁ । ସେପ୍ଟେମ୍ବର ୧୪ ରେ ମୋ ଝିଅ ଅଭିଯୋଗ ପାଇଁ ଯାଇଥିଲା କିନ୍ତୁ ଭରତପୁର ଅଧିକାରୀ ମାନେ ତାକୁ ଆଉ ତା ସାଙ୍ଗ ଗୁରବନ୍ତଙ୍କୁ ପିଟିବା କଣ ନ୍ୟାୟ ? ଜଣେ ମେଜରକୁ ବାନ୍ଧିପାରିବେନି ସେମାନେ ସେଥିପାଇଁ ଲକଅପ୍ ରେ ପୁରାଇ ଦେଇଥିଲେ । ମୋ ଝିଅର ଏପରି ଅବସ୍ଥା କରାଯାଇଛ ିଯେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡିଲା । ଏହି ଘଟଣା ରାଜ୍ୟ ଦେଶ ପାଇଁ ନିନ୍ଦନୀୟ । ପୋଲିସ ଷ୍ଟେସନରେ ଥିବା ପୋଲିସ ଅଧିକାରୀମାନେ ବେଆଇନ୍ କାର୍ଯ୍ୟ କରିଛନ୍ତି । ପୋଲିସ ସାଧାରଣ ଲୋକଙ୍କ ସାହାର୍ଯ୍ୟ ପାଇଁ ଅଛି କିନ୍ତୁ ରାତି ଅଧରେ ସେ ସାହାର୍ଯ୍ୟ ନକରି ଓଲଟା ଲକଅପ୍‌ରେ ରଖି ତାଙ୍କୁ ପିଟିଛି । ପୋଲିସ ଅଧିକାରୀ କରିଥିବା ଜଘନୀ ଅପରାଧ ପାଇଁ କେବଳ ନିଲମ୍ବନ ଯଥେଷ୍ଟ ନୁହଁ , ସେମାନଙ୍କୁ ଗିରଫ୍ କରିବା କଥା । ସେମାନେ ଅଙ୍କିତାର ମୁହଁ ଓ ଛାତିକୁ ମାଡ ମାରିଥିଲେ , ଆଉ ତାକୁ ହସ୍ପିଟାଲ ନେବା ପରିବର୍ତ୍ତେ ହାତ ବାନ୍ଧି ଲକଅପ୍‌ରେ ପୁରାଇଦେଇଥିଲେ । ମୁଁ ସରକାରଙ୍କ ପାଖରେ ନିବେଦନ କରୁଛୁ ଏହି ଘଟଣା ରେ ଜଡିତ ଅଭିଯୁକ୍ତ ପୋଲିସ ଅଧିକାରୀ ମାନଙ୍କୁ ଗିରଫ୍ କରାଯାଉ । ତା ଛଡା ପୋଲିସ ଅଧିକାରୀଙ୍କୁ ନ୍ୟାୟ ଦିଆଯାଉ ଯାହାଫଳରେ ସେମାନେ ଅଭିଯୋଗକାରୀଙ୍କୁ ଉଚିତ୍ ବ୍ୟବହାର କରିପାରିବେ ।

Advertisement

ପୀଡିତା ଅଙ୍କିତାଙ୍କ କହିବା ଅନୁଯାୟୀ ସେଦିନ ରାତିରେ ଯେତେବେଳେ ଅଙ୍କିତା ଏବଂ ତାଙ୍କ ବନ୍ଧୁ ଭରତପୁର ଥାନାରେ ପହଞ୍ଚିଥିଲେ । ସେତେବେଳେ ରିସ୍ପେସନରେ ବସିଥିବା ଜଣେ ମହିଳା ନାଇଟିରେ ଥିଲେ ଆଉ ପୁରା ଥାନା ଖାଲିଥିଲା । ମୁଁ ଏଫ୍ ଆଇ ଆର ଲେଖିବାକୁ କହିଥିଲି କିନ୍ତୁ ସେ କିଛି ଶୁଣିନଥିଲେ । ଆମ ସହ ରାଜରାସ୍ତାରେ ଯାହା ହୋଇଥିଲା ମୁଁ ସେଥିପାଇଁ ଡରିଯାଇ ସେମାନଙ୍କୁ ସାହାର୍ଯ୍ୟ ମାଗିଥିଲି କିନ୍ତୁ ସେ ସାହାର୍ଯ୍ୟ କରିବା ବଦଳରେ ଅନେକ ତାଛଲ୍ୟକର କଥା ଶୁଣାଇଥିଲେ । ଆମ ଭିତରେ ବଚସା ହେଲା ଆଉ ଅନ୍ୟ ଅଧିକାରୀ ମାନେ ସେଠାରେ ପହଞ୍ଚିଗଲେ ତାପରେ ଆମକୁ ନିର୍ଯାତନା ଦେଇ ମାଡ ମାରିଥିଲେ ।

Leave a Reply

Your email address will not be published. Required fields are marked *