Pratidin TV

Odisha's Digital News Platform

ଆଜି ଗୁଜୁରାଟରେ ଖୋଲିବ ଭରତପୁର ଗୁମର , ୫ ପୋଲିସ କର୍ମଚାରୀଙ୍କର ହେବ ଲାଏ ଡିଟେକ୍ସନ୍..

1 min read

ଭୁବନେଶ୍ୱର ; ଭରତପୁର ଥାନା ଆର୍ମୀ ପୋଲିସ ବିବାଦ ମାମଲା,ଆଜି ୫ ପୋଲିସ କର୍ମଚାରୀଙ୍କୁ ନେଇ ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ୍ ଟିମ୍ । ୧୪ ସେପ୍ଟେମ୍ବର ରାତିର ପ୍ରକୃତ ସତ ଖୋଲିବ ମେସିନ୍ । ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ନାର୍କୋ ଟେଷ୍ଟ, ବ୍ରେନ୍ ମ୍ୟାପିଂ ଓ ଲାଏ ଡିଟେକ୍ସନ ପରୀକ୍ଷା ହେବାକୁ ଥିବା ବେଳେ ଅନ୍ୟ ୪ ଜଣଙ୍କର କେବଳ ମିଛଧରା ପରୀକ୍ଷା କରାଯିବ ।

ଅଧିକ ପଢନ୍ତୁ-ମେସିନ୍ ଆଗରେ ସତ ଓଗାଳିବ ଦୀନକୃଷ୍ଣ , ଭରତପୁର ଥାନାରେ ମେଜର ଓ ପୀଡିତାଙ୍କ ସହ ପ୍ରକୃତରେ ହୋଇଥିଲା କଣ ?

Advertisement

ତେବେ ଦୀନକୃଷ୍ଣଙ୍କ ସହ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁଙ୍କର ମଧ୍ୟ କିଛି ସାଇଣ୍ଟିଫିକ୍ ପରୀକ୍ଷା କରାଯିବ । ତେଣୁ ସେମାନଙ୍କଠାରୁ ଘଟଣା ଦିନ ରାତିର ପ୍ରକୃତ ସତ ବାହାର କରିବାକୁ ଆଜି ଗୁଜୁରାଟ ଗସ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍ । ଏହା ସହ ଭରତପୁର ଘଟଣାର ସ୍ୱାଧୀନ ସାକ୍ଷୀ ଏସଆଇ ପ୍ରଶାନ୍ତ ମହାରଣାଙ୍କୁ ମଧ୍ୟ ଏହି ପରୀକ୍ଷାରେ ବସିବାକୁ ପଡ଼ିବ । ଏନେଇ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିଥିଲା ଏବଂ ପକ୍ଷଙ୍କ ସହମତି ମିଳିବା ପରେ କୋର୍ଟ ଏସବୁ ପରୀକ୍ଷା କରାଇବାକୁ ଅନୁମତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *