Pratidin TV

Odisha's Digital News Platform

ଭରତପୁର ଘଟଣା ; ଭିଡିଓ ଭାଇରାଲ ପରେ ବନ୍ଧାହେଲେ ୭ ରୋଡ ରୋମିଓ ..

1 min read

ଭୁବନେଶ୍ୱର ; ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । କମେଣ୍ଟ ମରାରୁ ଆରମ୍ଭ ହୋଇଥିଲା ପୁରା ଘଟଣା । ଏନେଇ ମୂଲରୁ ସିନ୍ ରିକ୍ରିଏସନ୍ କଲା ଚନ୍ଦକା ପୋଲିସ ।

ଯେଉଁ ଘଟଣାର ମାମଲା ରୁଜ୍ଜୁ ପାଇଁ ଆଜି ଏତେ ସବୁ ଅଘଟଣ ଘଟିଲା ସେଥିରେ ଚନ୍ଦକା ପୋଲିସ୍ ଶୁକ୍ରବାର ୭ ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଆଜି ଘଟଣାସ୍ଥଳକୁ ଉକ୍ତ ୭ ଜଣ ଦୁର୍ବୃତ୍ତଙ୍କୁ ନେଇ ସେଦିନ ରାତିରେ କ’ଣ ଘଟିଥିଲା ସୁନ୍ଦରପୁର ରାସ୍ତାରେ ତାହାର ସିନ୍ ରିକ୍ରିଏସନ କରିବା ପରେ ସେମାନଙ୍କୁ ଗିରଫ୍ କରିଛି ପୋଲିସ ।

Advertisement

ଏହା ସହ ସମୃକ୍ତ ଘଟଣାରେ ଫେରାର୍ ଥିବା ଆହୁରି ୩/୪ ଯୁବକଙ୍କୁ ଖୋଜୁଛି ପୋଲିସ । ଗତ ୧୪ ସେପ୍ଟେମ୍ବର ରାତିରେ ସେନା ଅଧିକାରୀ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ବିଳମ୍ବିତ ରାତିରେ ପଟିଆରୁ କାର୍ରେ ଯାଉଥିବା ସମୟରେ ମଝି ରାସ୍ତାରେ ୨ଟି କାର୍ରେ କିଛି ରୋଡ୍ ରୋମିଓ ସେମାନଙ୍କୁ ସାଇଡ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ମେଜର ଆଉ ତାଙ୍କ ବାନ୍ଧବୀ ଅଭିଯୋଗ କରିବା ପାଇଁ ଭରତପୁର ଥାନାକୁ ଯାଇଥିଲେ। ହେଲେ ଥାନା ଅଧିକାରୀ ଏନେଇ କାର‌୍ୟ୍ୟନୁଷ୍ଠାନ ନଗ୍ରହଣ କରି ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଯାହା ପରେ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏହା ଏହା ଏତେ ବଢିଗଲା ଯେ ପୋଲିସ ଅଧିକାରୀ ମାନେ ମେଜର ଆଉ ତାଙଯକ ବାନ୍ଧବୀଙ୍କୁ ରାତି ତମାମ ଜେଲରେ ରଖିବା ସହିତ ସେମାନଙ୍କୁ ନିର୍ଯାତନା ଦେଇଥିଲେ ଆଉମେଜରଙ୍କ ବାନ୍ଧବୀଙ୍କୁ ପିଟିଥିଲେ । ପରେ ପୋଲିସ୍ ବାନ୍ଧବୀଙ୍କୁ ମଧ୍ୟ ଗିରଫ କରି ଝାରପଡା ଜେଲ ପଠାଇଦେଇଥିଲା । ଏହି ଘଟଣାରେ ଗୁରୁବାର ବାନ୍ଧବୀ ମୁହଁ ଖୋଲିବା ପରେ ଭରତପୁର ଥାନାର ବର୍ବରତା ପଦାରେ ପଡିଛି । ତାଙ୍କୁ ଶାରୀରିକ ତଥା ଯୌନ ନିର‌୍ୟାତନା ଦିଆଯାଇଥିବା ସେ କଥା କହିଛନ୍ତି ।ଏହି ଘଟଣାକୁ ନେଇ ଏବେ ସମଗ୍ର ଦେଶରେ ତମ୍ବି ତୋଫାନ ହୋଇଥିବା ବେଳେ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରା କହିଛନ୍ତି, ସବୁ ପକ୍ଷର କଥା ଶୁଣାଯିବ, ଟିକ୍ନିକ୍ ତଥ୍ୟ ପ୍ରମାଣ ସଂଗ୍ରହ କରାଯିବ । ତଦନ୍ତ ନ୍ୟାୟ ସପକ୍ଷରେ ରହି କରାଯିବ ଆଉ ଅଭିଯୁକ୍ତ ଯିଏବି ହେଉ ତାକୁ ନିଶଯଚିତ ଦଣ୍ଡିତ କରାଯିବ ।

Leave a Reply

Your email address will not be published. Required fields are marked *