ଭରତପୁର ଥାନା ଲଜ୍ଜା; ଆସନ୍ତା ମଙ୍ଗଳବାର ରାଜଧାନୀରେ ବିଜେଡି ୬ ଘଣ୍ଟିଆ ବନ୍ଦ ଡାକରା
1 min readଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା। ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ୬ ଘଣ୍ଟିଆ ଭୁବନେଶ୍ଵର ବନ୍ଦ ଡାକରା ଦେଇଛି ବିଜେଡି। ଭରତପୁର ଥାନା ଲଜ୍ଜା ଘଟଣା ଯୋଗୁଁ ରାଜ୍ୟର ସମ୍ମାନ ଭୂଲୁଣ୍ଠିତ ହୋଇଛି। ଏହି ଘଟଣା ନାଗରିକ ସମାଜକୁ ଗଭୀର ଆଘାତ ଦେଇଛି। ଘଟଣାକୁ ଲୁଚାଇ ଦେବାକୁ ଉଦ୍ୟମ କରାଯାଇଥିଲା। ହାଇକୋର୍ଟଙ୍କ ଯୋଗୁଁ ଘଟଣା ଲୁଚି ରହିପାରିଲାନି। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ।
ଘଟଣାକୁ ବର୍ବରତା ଓ ଅମାନୁଷିକ ବୋଲି କହିଛି ବିଜେଡି । ଭୁବନେଶ୍ୱର ଐତିହ୍ୟ ନଗରୀରେ ଆର୍ମି ଅଫିସରଙ୍କ ଓ ତାଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରାଗଲା । ଘଟଣା ଆଜି ରାଜ୍ୟର ମାନ ସମ୍ମାନ ନଷ୍ଟ କରିଛି । ଘଟଣାକୁ ନେଇ ବିଭିନ୍ନ ସଂଗଠନ କ୍ଷୋଭ ପ୍ରକାଶ କରିଛନ୍ତି । ମହିଳା ସଶକ୍ତିକରଣ ପାଇଁ କାମ କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି। ମହିଳା ବିଜେଡି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକପତ୍ର ଦେଇଛି। ଯେଉଁ ୧୦୦ ଦିନ ସଫଳତା ସହ ଜୟନ୍ତୀ ପାଳୁଛନ୍ତି ସେମାନେ ଏହି ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ଭର୍ତ୍ସନା ପରେ ତଦନ୍ତ ହେଲା । ୧୦୦ ଦିନର ଯାତ୍ରାରେ ପ୍ରଥମ ରାଜ୍ୟପାଳ ପୁଅ ଝାଡ଼ଖଣ୍ଡରୁ ଆସି ASO ଙ୍କୁ ମାଡ଼ ମାରିଲେ। ୧୦୦ ଦିନ ଶେଷରେ ଭରତପୁର ଘଟଣା ହେଲା । ଏହାକୁ ନେଇ ଆସନ୍ତା ୨୪ ତାରିଖ ଦିନ ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି ।