Pratidin TV

Odisha's Digital News Platform

ଭରତପୁର ଥାନା ନିଲମ୍ବିତ IIC ଦୀନକୃଷ୍ଣଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ ।

1 min read

କୋର୍ଟରେ ହାଜର ହେଲେ ଭରତପୁର ଥାନା ନିଲମ୍ବିତ IIC ଦୀନକୃଷ୍ଣ । ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ SDJM କୋର୍ଟର ହାଜର କରିଛି କ୍ରାଇମବ୍ରାଞ୍ଚ ।

ସୂଚନା ଅନୁଯାୟୀ ଆଜି କୋର୍ଟରେ ହାଜର ସମୟରେ ଥାନା ଅଧିକାରୀଙ୍କ ବ୍ରେନ୍ ମ୍ୟାପି, ଲାଏ ଡିଟେକ୍ସନ ଟେଷ୍ଟ, ନାର୍କୋ ଟେଷ୍ଟ ପାଇଁ କୋର୍ଟଙ୍କୁ ଅନୁମତି ଲୋଡିଥିଲା କ୍ରାଇମବ୍ରାଞ୍ଚ । ତେବେ ଦୀନକୃଷ୍ଣ ମଧ୍ୟ ସମସ୍ତ ପରୀକ୍ଷା ପାଇଁ ରାଜିଥିବା କହିଥିଲେ ।
ଯାହାପରେ ମାନ୍ୟବର କୋର୍ଟ ସମସ୍ତ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଅନୁମତି ପାଇବା ପରେ ଗୁଜୁରାଟରେ ଏହି ସବୁ ଟେଷ୍ଟ କରାଯିବ । ଟେଷ୍ଟ ରିପୋର୍ଟ ଆସିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ କରାଯିବ ।

Advertisement

ସେପଟେ ଭରତପୁର ଥାନା ମାମଲାରେ ସିନ୍ ରିକ୍ରିଏସନ୍ କରାଯାଇଛି। ଭରତପୁର ଥାନା ଓ ଚନ୍ଦକା ରାସ୍ତାରେ ୭ ଛାତ୍ର ପୀଡିତାଙ୍କ ସହ ଝାମେଲା କରିଥିବା ସ୍ଥାନରେ ସରଜମିନ୍ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ସେଦିନ ରାତିରେ କ’ଣ ଘଟିଥିଲା ? ପୀଡ଼ିତାଙ୍କ ସହ ଥାନା ଭିତରେ କ’ଣ ହୋଇଥିଲା ? କିଭଳି ଦୁର୍ବ୍ୟବହାରର ଶିକାର ହୋଇଥିଲେ ? ସବୁ ଘଟଣାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

Leave a Reply

Your email address will not be published. Required fields are marked *