Pratidin TV

Odisha's Digital News Platform

ଆଜି ଧରା ପଡିବ ସବୁ ମିଛ, ଖୋଲିବ ଭରତପୁର ସତ ?

1 min read

ଆଜି ସାମ୍ନାକୁ ଆସିବ ଭରତପୁର ଥାନାରେ ମେଜର ଆଓ ତାଙ୍କ ବାନ୍ଧବୀଙ୍କ ସହ ପ୍ରକୃତରେ କଣ ଘଟିଥିଲା । ଆଉ ଏହି ସମୃକ୍ତ ମାମଲାରେ କିଏ କହୁଛି ମିଛ ? ଆଜି ଗୁଜୁରାଟରେ ଭରତପୁର ଗୁମର ଖୋଲିବେ ୫ ପୋଲିସ ଅଧିକାରୀ , ହେବ ପଲିଗ୍ରାଫ ଟେଷ୍ଟ। ଗୁଜରାଟ ଗାନ୍ଧିନଗର ସ୍ଥିତ ଫୋରେନସିକ୍ ଲାବ୍ରୋଟୋରୀରେ ଆଜି ଭରତପୁର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟର ସମ୍ମୁଖୀନ ହେବେ। ବାକି ୪ ପୋଲିସଙ୍କର କେବଳ ହେବ ପଲିଗ୍ରାଫ ଟେଷ୍ଟ ।

ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁ ଓ ସେଦିନ ରାତିରେ ଥାନାରେ ଉପସ୍ଥିତ ଥିବା ଜଣେ ପୋଲିସ ଅଧିକାରୀଙ୍କର ପଲିଗ୍ରାଫ ଟେଷ୍ଟ ହେବ। ସେମାନଙ୍କଠାରୁ ଘଟଣା ଦିନର ସତ ଜାଣିବାକୁ କ୍ରାଇମବ୍ରାଞ୍ଚ କୋର୍ଟରୁ ଏହି ଆପିଲ୍ ଆଣିଥିଲା ।

Advertisement

Leave a Reply

Your email address will not be published. Required fields are marked *