ଐଶ୍ୱର୍ଯ୍ୟାଙ୍କ ୫୦ ତମ ଜନ୍ମଦିନ ସେଲିବ୍ରେସନରେ ଦେଖାଦେଲେନି ଅଭିଷେକ,ଅସନ୍ତୁଷ୍ଟ ହେଲେ ଫ୍ୟନ୍ସ…
1 min readନଭେମ୍ବର ପହିଲାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ୫୦ତମ ଜନ୍ମଦିନ ଥିଲା। ଗତକାଲି ତାଙ୍କ ଝିଅ ସହିତ ଐଶ୍ୱରିଆ ନିଜର ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ଝିଅ ଆରାଧ୍ୟା ଓ ମା’ ବୃନ୍ଦାଙ୍କ ସହିତ ଐଶ୍ୱର୍ଯ୍ୟା ତାଙ୍କର ଜନ୍ମଦିନଟିକୁ ପାଳନ କରିବା ପାଇଁ ଏକ ଇଭେଂଟକୁ ଯାଇଥିଲେ । ଆଉ ସେଠାରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ସେଠାରେ ଜନ୍ମଦିନ କେକ୍ କାଟିଥିଲେ । ହେଲେ ତାଙ୍କ ଜନ୍ମଦିନ ପାଳନ ଉତ୍ସବରେ ବଚ୍ଚନ ପରିବାରର କେହିବି ଉପସ୍ଥିତ ନଥିଲେ । ଯେଉଁଥିପାଇଁ ତାଙ୍କର ଫ୍ୟାନ୍ସମାନେ ଅସନ୍ତୁଷ୍ଟ ହୋଇଥିଲେ । କିନ୍ତୁ ଯେତେବେଳେ ଅଭିଷେକଙ୍କ ପୋଷ୍ଟ ଦେଖିବାକୁ ପାଇଲେ । ସେଥିରେ ଅଭିଷେକ ଐଶ୍ୱର୍ଯ୍ୟାଙ୍କର ଏକ କଳାଧଳା ଫଟୋଚିତ୍ର ସେୟାର କରିଥିଲେ ଏବଂ ଏହାର କ୍ୟାପସନରେ ସେ କେବଳ ‘ହାପି ବାର୍ଥଡେ’ ଲେଖିଥିଲେ । ଏସବୁ ଦେଖି ପ୍ରଶଂସକ ମାନେ ସେମାନଙ୍କ ବୈବାହିକ ସମ୍ପର୍କକୁ ନେଇ ବିଭୀନ୍ନ ଆଲୋଚନା କରିଥିବା ଜଣାପଡିଛି । କେହି କେହି କହିଛନ୍ତି ଯେ ସେମାନଙ୍କ ସମ୍ପର୍କରେ କିଛି ଖରାପ ଚାଲିଛି । ଯେଉଁଥିପାଇଁ ଅଭିଷେକ ଏପରି ଶୁଖିଲା ପୋଷ୍ଟ କରିଛନ୍ତି । ଅଭିଷେକଙ୍କ ଏପରି ପୋଷ୍ଟକୁ ନେଇ ଫ୍ୟାନ୍ସ ମାନେ ବିଭିନ୍ନ କମେଣ୍ଟ କରିଥିବା ଦେଖିବାକୁ ମିଳିଛି ।