Pratidin TV

Odisha's Digital News Platform

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ; ଅଗଷ୍ଟ ୧ ରୁ ନୂଆ ରୂପରେ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ ..

ପର୍ଯ୍ୟଟକଙ୍କ ପାଇଁ ଅଗଷ୍ଟ ୧ ରୁ ନୂଆ ରୂପରେ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ପ୍ରତିବର୍ଷ ପରି ଚଳିତ ବର୍ଷ ମେ’ ୧ରୁ ଜୁଲାଇ ୩୧ ଯାଏ କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାରେ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରଖାଯାଇଥିଲା।

ତେବେ ଏଥର ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିବ ସ୍କାଏ ୱାକ୍ ବା ୱାକ୍ ୱେ। କାଠରେ ନିର୍ମିତ ସ୍କାଇ ୱାକରେ ବୁଲି ଭିତରକନିକାର ସରିସୃପ , ଜୀବଜନ୍ତୁ ତଥା ଲୁଣା ଜଙ୍ଗଲତ ଅର୍ପୂବ ସୌନ୍ଦଯ୍ୟ ଉପଭୋଗ କରିପାରିବେ ପର୍ଯ୍ୟଟକ । ଏହି ସ୍କାଇ ୱାକର ଲମ୍ବା ୬୦୦ ମିଟର ଥିବା ବେଳେ ଉଚ୍ଚତା ୧୫ ଫୁଟ୍ ରହିଛି । ଆଉ ଏଥିରେ ୨ଟି ସେଲ୍ଫି ପଏଣ୍ଟ ରହିଛି ।

ତଳୁ ୧୫ ଫୁଟ୍ ଉପରେ ପର୍ଯ୍ୟଟକମାନେ ଚାଲିବୁଲି ଲୁଣା ଘଞ୍ଚ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଗୋଟିଏ ଥରରେ ୨୦ ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ ଏଥିରେ ଛଡ଼ାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *