Pratidin TV

Odisha's Digital News Platform

ଜାନୁଆରୀ ମାସରେ ୧୧ ଦିନ ବନ୍ଦ ରହିବ ‘ଭିତରକନିକା ଜାତୀୟ ଉଦ୍ୟାନ’

କେନ୍ଦ୍ରାପଡା : ରାଜ୍ୟରେ ଧିରେ ଧିରେ ଖସୁଛି ତାପମାତ୍ରା ଏବଂ ବଢୁଛି ଥଣ୍ଡା । ଜାନୁଆରୀ ମାସରେ ଶିତୁଆ ସକାଳର ମଜା ନେବା ପାଇଁ ବିଭିନ୍ନ ପ୍ରକାରର ପ୍ରାକୃତିକ ସୌନ୍ଦର୍ଯ୍ୟ ସ୍ଥଳରେ ଲାଗୁଛି ପ୍ରର୍ଯ୍ୟଟକଙ୍କ ଭିଡ । ତେବେ କରୋନା ପରେ ଚଳିତ ବର୍ଷ ହିଁ ସବୁ ଭ୍ରମଣୀୟ ସ୍ଥାନରେ ଦେଖିବାକୁ ମିଳୁଛି ପର୍ଯ୍ୟଟକମାନଙ୍କ ଖଚାଖଚ୍ ଭିଡ । ଓଡିଶାର ଅନେକ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଭିତରକନିକା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରେ ।

ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ , ବିରଳ ପ୍ରଜାତିର ପଶୁ ପକ୍ଷୀମାନଙ୍କର ସମାହାର ଦର୍ଶକଙ୍କ ମନମୋହି ଥାଏ । ତେବେ ଏସବୁ ଭିତରେ ବିରଳ ବଉଳା କୁମ୍ଭୀରମାନଙ୍କର ଏନ୍ତୁଡିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀରମାନଙ୍କୁ ପାଖରୁ ଦେଖିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ପ୍ରତିବର୍ଷ ଦେଶ ଓ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକ ଭିତର କନିକାକୁ ଛୁଟି ଆସିଥାନ୍ତି।

କିନ୍ତୁ ଜାନୁଆରୀମାସରେ ଭିତର କନିକାରେ ଜାତୀୟ ଉଦ୍ୟାନ ବାହର ଏବଂ ଭିତର ନଦୀ ନାଳଗୁଡିକରେ କୁମ୍ଭୀର ମାନଙ୍କର ଗଣନା କରାଯିବ । ଏନେଇ ଦୀର୍ଘ ୧୧ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତର କନିକା । ଜାନୁଆରୀ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତର କନିକା ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।

ସୂଚନାଯୋଗ୍ୟ, ଜାନୁଆରୀ ୨୦୨୨ ବା ଗତବର୍ଷ ଗଣନା ଅନୁସାରେ ଭିତରକନିକା ରେ ୧୭୮୪ଟି ବଉଳା କୁମ୍ଭୀର ଅଛନ୍ତି । ଚଳିତ ବର୍ଷ ଏହି ସଂଖ୍ୟା ବଢ଼ୁଛି ନା କମୁଛି ତାହା ଗଣନା ପରେ ହିଁ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *