Pratidin TV

Odisha's Digital News Platform

ଭୋଲେ ବାବାଙ୍କ ୧୦୦ କୋଟି ଟଙ୍କାର ସମ୍ପତି, ପୋଲିସ କଲା ଜବତ

ଉତ୍ତରପ୍ରଦେଶ ହାଥରସ ଦଳାଚକଟା ଘଟଣା ସମଗ୍ର ଦେଶରେ ସ୍ତବ୍ଧ କରିଦେଇଛି | ସତ୍ସଂଗରେ ଯୋଗଦେବାକୁ ଯାଇ ଶତାଧିକ ଲୋକ ଭିଡ଼ ଯୋଗୁଁ ଦଳାଚକଟା ଯୋଗୁଁ ଚାଲିଯାଇଛି ୧00ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ | ତେବେ ଏହି ଘଟଣାରେ ସତସଙ୍ଗ ଆୟୋଜନର ମୁଖ୍ୟ ଅଭିଯୁକ୍ତ ଭୋଲେ ବାବା ଅଆଫ ସୁରଜପାଲ ସିଂହଙ୍କର ବିରୋଧରେ ସାମ୍ନାକୁ ଆସିଛି ଏକ ଖବର |

ପୋଲିସ ଯାଞ୍ଚ ପରେ ଭୋଲେ ଵ ଓରଫ ସୁରଜପାଲଙ୍କର ୧00 କୋଟି ତାଙ୍କ ସମ୍ପତି ଥିବା ଜାଣିବା ପରେ ଠାବ କରାଯାଇଛି | ଏହାସହ ପୋଲିସ ଭୋଲେ ବାବାଙ୍କର ୨୪ଟି ବିଳାସପୂର୍ଣ୍ଣ ଆଶ୍ରମକୁ ଜବତ କରିବା ସହ କାର ଏବଂ ଏକ ପଞ୍ଚତାରକା ଆଶ୍ରମର କାଗଜପତ୍ର ଜବତ କରିଛି ପୋଲିସ |

ମୈନପୁରୀରେ ଥିବା ବାବାଙ୍କ ଆଶ୍ରମ କୌଣସି ପଞ୍ଚତାରକା ହୋଟେଲ ତୁଳନାରେ କମ ନୁହେଁ। ୧୩ ଏକର ଜମି ଉପରେ ପ୍ରାୟ ୪ କୋଟି ଟଙ୍କାରେ ଏହି ଭବ୍ୟ ଆଶ୍ରମ ନିର୍ମିତ ହୋଇଛି। ମୈନପୁରୀ ବ୍ୟତୀତ ଆଗ୍ରା, କାନପୁର, ଗ୍ବାଲିୟର ଏବଂ କସ୍‌ଗଞ୍ଜରେ ମଧ୍ୟ ବାବାଙ୍କର ଆଶ୍ରମ ରହିଛି। ମୈନପୁରୀ ଆଶ୍ରମରେ ବାବାଙ୍କ ପ୍ରକୋଷ୍ଠ ଅତ୍ୟନ୍ତ ବିଳାସପୂର୍ଣ୍ଣ ହୋଇଥିବାବେଳେ ଏହାକୁ ହାତଗଣତି ବ୍ୟକ୍ତିଙ୍କର ପ୍ରବେଶ ଅନୁମତି ରହିଛି। ଯାତାୟାତ ନିମନ୍ତେ ବାବା ସୌଖୀନ ଦାମୀ କାର୍‌ ବ୍ୟବହାର କରୁଥିଲେ। ତାଙ୍କ ସୁରକ୍ଷା ନିମନ୍ତେ ଏକାଧିକ ବଳଶାଳୀ ଲୋକଙ୍କୁ ନିୟୋଜିତ କରାଯାଇଥିଲା। ଭୋଲେ ବାବା ସାମାଜିକ ଗଣମାଧ୍ୟମରେ ଆଦୌ ସକ୍ରିୟ ନଥିଲେ। ଭକ୍ତଙ୍କ ନିକଟରୁ ବାବା କୌଣସି ଦକ୍ଷିଣା ଗ୍ରହଣ କରୁନଥିବା ଦାବି କରୁଥିବାବେଳେ ଆଶ୍ରମ କାନ୍ଥରେ ଦାତାଙ୍କ ନାମ ଲେଖାଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଦଳଚକଟାରେ ୧୨୧ ଜଣଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଭୋଲେ ବାବାଙ୍କ ବିରୁଦ୍ଧରେ ଏତଲା ଦିଆଯାଇ ନାହିଁ।ମୈନପୁରୀ ଆଶ୍ରମ ସମ୍ମୁଖରେ ୫୦ ଜଣ ପୁଲିସ ମୁତୟନ ଅଛନ୍ତି। 

Leave a Reply

Your email address will not be published. Required fields are marked *