Pratidin TV

Odisha's Digital News Platform

‘ଭୁଲ୍‌‌ ଭୁଲେୟା-୩’ ଟ୍ରେଲର ଆଉଟ୍; ଗୋଟିଏ ନୁହେଁ ଦୁଇ ମଞ୍ଜୁଲିକାଙ୍କ ସହ ହେବ କାର୍ତ୍ତିକଙ୍କ ସାମ୍ନା

1 min read

୨୦୨୪ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଲ୍‌‌ ଭୁଲୈୟା-୩’ର ଟ୍ରେଲର ରିଲିଜ ହୋଇଛି। ବଲିଉଡ ଷ୍ଟାର କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଟ୍ରେଲରରେ ବିଦ୍ୟା ବାଲାନ, ତୃପ୍ତି ଡିମରି, ମାଧୁରୀ ଦୀକ୍ଷିତ, ରାଜପାଲ ଯାଦବଙ୍କୁ ଦେଖିବାକୁ ମିଳିଛି। ଟ୍ରେଲର ରିଲିଜ ହେବା ପରେ ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଛି। ବୁଧବାର ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭୁଲ୍‌‌ ଭୁଲେୟା-୩’ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ‘ରୁହ ବାବା’ ଗୋଟିଏ ନୁହେଁ ଦୁଇଟି ମଞ୍ଜୁଲିକାକୁ ସାମ୍ନା କରୁଥିବା ନଜର ଆସୁଛନ୍ତି। ଏହି ୩ ମିନିଟର ୫୦ ସେକେଣ୍ଡ ଟ୍ରେଲରରେ ଭୟ, କମେଡି ଏବଂ ରୋମାନ୍ସର ଏକ ଡ୍ୟାସ୍ ଦେଖିବାକୁ ମିଳିଛି।

ଫିଲ୍ମର ପ୍ରଯୋଜକ ଭୂଷଣ କୁମାର ଓ ନିର୍ଦ୍ଦେଶକ ଅନୀସଙ୍କ ଉପସ୍ଥିତିରେ ଜୟପୁରର ରାଜ ମନ୍ଦିର ସିନେମା ହଲରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି। ହରର-କମେଡି ଫିଲ୍ମ ‘ଭୁଲ୍‌‌ ଭୁଲୈୟା-୩’ର ଟ୍ରେଲରରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ରୁହ ବାବା ଭୂମିକାରେ ଦେଖିବାକୁ ମିଳିଛି। ଏହି ଫିଲ୍ମରେ ରୁହ ବାବାଙ୍କୁ ଗୋଟିଏ ନୁହେଁ ବରଂ ୨ ଜଣ ମଞ୍ଜୁଲିକାଙ୍କୁ ସାମ୍ନା କରିବାକୁ ପଡ଼ିବ। ଟ୍ରେଲରରେ ବିଦ୍ୟା ବାଲନଙ୍କ ବ୍ୟତୀତ ମାଧୁରୀ ଦୀକ୍ଷିତ ମଞ୍ଜୁଲିକା ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର ପ୍ରଯୋଜକ ଭୂଷଣ କୁମାର ଓ ନିର୍ଦ୍ଦେଶକ ଅନୀସଙ୍କ ଉପସ୍ଥିତିରେ ଜୟପୁରର ରାଜ ମନ୍ଦିର ସିନେମା ହଲରେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *